Wednesday, July 1, 2026 01:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଭିସୁଟ୍’ ରୂପାନ୍ତରୀକରଣ: ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ମାଷ୍ଟରପ୍ଲାନ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

by Our Correspondent
17 Sep, 2022- 08:25 PM
in Latest News, News
1 min read
0
‘ଭିସୁଟ୍’ ରୂପାନ୍ତରୀକରଣ: ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନଭରସିଟି ଅଫ ଟେକନୋଲୋଜି (ଭିସୁଟ୍) ର ରୂପାନ୍ତରୀକରଣ ହେବ । ଏହାର ଉନ୍ନତିକରଣ ପାଇଁ ପ୍ରସ୍ତୁତି ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ ଟି ଅଣ୍ଡର ଗ୍ରାଜୁଏଟ୍ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ତିନୋଟି ପର୍ଯ୍ୟାୟରେ ଦୁଇ ହଜାର କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରାଯିବ ।

ମାଷ୍ଟରପ୍ଲାନ ଅନୁଯାୟୀ, ୨୦୩୦ ସୁଦ୍ଧା ଏହାକୁ ଏକ ମଲଟି ଡିସିପ୍ଲିନାରି ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର, ସ୍କୁଲ ଅଫ ମେଡିକାଲ ଟେକେନୋଲୋଜି ଓ ସ୍କୁଲ ଅଫ ବେସିକ୍ ସାଇନ୍ସ ପରି ୭ଟି ସ୍କୁଲ ରହିବ ।

ଉକ୍ତ ଅନୁଷ୍ଠାନରେ ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢ଼ୁଛନ୍ତି । ଏବେ ୧୦,୮୬୪ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ । ଏଥିରେ ୭ଟି ସ୍କୁଲରେ ୨୪ ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ ରୁ ଅଧିକ ବିଭାଗ ଓ ୨୭ ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବରେଟୋରି, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବରେଟୋରି ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନମାନଙ୍କର ସହଭାଗିତା କରାଯିବ ଏବଂ ଏଥିରେ ଅତି କମ୍ ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ୱ ସମ୍ଭାଳିବେ । ଏହାଦ୍ୱାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ।

୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରିବା ସହ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦୁ୍ୟତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ୨୫ ତାରିଖରେ ମୁଖ୍ୟ ଶାସନ ସଚି. ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ବୁର୍ଲା ଗସ୍ତ କରିଥିଲେ । ଭିସୁଟ୍ କୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।

Previous Post

୭୦ ବର୍ଷ ପରେ ଭାରତ ମାଟିରେ ଚିତାବାଘ

Next Post

ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

Next Post
ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA