Wednesday, July 1, 2026 01:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

by Our Correspondent
17 Sep, 2022- 08:36 PM
in Latest News, News
1 min read
0
ସମସ୍ତଙ୍କ ପ୍ରିୟ ଚିକେନ୍ ମାଉସୀର ଅନ୍ତିମ ସଂସ୍କାର କଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ସମସ୍ତଙ୍କୁ ନିଜ ସ୍ନେହର ଡୋରିରେ ବାନ୍ଧି ରଖୁଥିବା ଚିକେନ୍ ମାଉସୀ ଆଜି ଚିର ନିଦ୍ରାରେ ଶୋଇଯାଇଛି । ତା’ ଉପସ୍ଥିତିକୁ ଆଜି ଝୁରି ହେଉଛନ୍ତି ସତ୍ୟବିହାର ଅଞ୍ଚଳର ବାସିନ୍ଦା ମାନେ । ମା’ କୁ ହରାଇ ବେସାହାରା ହୋଇ ଯାଇଥିବା ଛୋଟ ଛୋଟ ତିନି ସନ୍ତାନ ତା’ର ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲେ । ଚିକେନ୍ ମାଉସୀର ଶେଷକୃତ୍ୟ ସମ୍ପନ୍ନ କିପରି ହେବ ବୋଲି ଅଞ୍ଚଳବାସୀଙ୍କୁ ବୁଦ୍ଧି ଦିଶୁ ନଥିଲା । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଶେଷରେ ଚିକେନ୍ ମାଉସୀର ଶେଷକୃତ୍ୟ ସମ୍ପନ୍ନ ହେଲା ।

ଘଟଣାଟି ଘଟିଛି, ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳ ଅନ୍ତର୍ଗତ ୫ନଂ ୱାର୍ଡରେ । ଚିକେନ୍ ମାଉସୀ ନାଁ ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଫୁଲବାଣୀ ଅଞ୍ଚଳର ଜଣେ ଏହି ୪୫ ବର୍ଷିୟା ମହିଳାଙ୍କର ସ୍ଵାମୀ ଅଧା ବୟସରେ ତାଙ୍କୁ ଛାଡି ଆର ପାରିକୁ ଚାଲିଯାଇଥିଲେ । ପରିବାର କହିଲେ ତାଙ୍କର ଦୁଇ ଝିଅ ଓ ଗୋଟେ ପୁଅ । ସେମାନଙ୍କ ମୁହଁରେ ମୁଠେ ଖାଇବାକୁ ଦେବା ପାଇଁ ରୋଜଗାର ଆଶାରେ ଭୁବନେଶ୍ୱର ଆସିଥିଲେ । ସତ୍ୟବିହାର ଅଞ୍ଚଳର ୫ନଂ ୱାର୍ଡରେ ରହି ସେ ଚିକେନ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । ସେଠାକାର ସମସ୍ତ ଲୋକମାନଙ୍କୁ ନିଜ ସ୍ନେହର ବନ୍ଧନରେ ବାନ୍ଧି ରଖିଥିଲେ ଓ ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଚିକେନ୍ ମାଉସୀ ବୋଲି ଡ଼ାକୁଥିଲେ । ସାହି ଭାଇ ମାନଙ୍କ କହିବାନୁସାରେ କେହିବି ତାଙ୍କ ଦୋକାନକୁ ଗଲେ, ତାଙ୍କୁ ଚା’ ନ ପିଆଇ ଛାଡୁନଥିଲେ ।

ଦୁର୍ଭାଗ୍ୟକୁ, ହଠାତ୍ ସେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ ଓ ଗତ ସେପ୍ଟେମ୍ବର ୧୬ ତାରିଖରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗି ପଡିଥିଲେ ଓ ତାଙ୍କର ତିନିଜଣ ସନ୍ତାନ ମା’ର ଏହି ଅକସ୍ମାତ୍ ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଥିଲେ । ଅନ୍ତିମ ସଂସ୍କାର କିପରି ହେବ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ବୁଦ୍ଧି ଦିଶୁ ନଥିଲା ।

ଠିକ୍ ଏହି ସମୟରେ ସ୍ଵେଚ୍ଛାସେବୀ ଶ୍ରୀମତି କୃଷ୍ଣପ୍ରିୟା ମିଶ୍ର, ଭୁବନେଶ୍ୱରର ଉତ୍ତର ବିଧାୟକ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ ଏବଂ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ । ଏ ବିଷୟରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଚିକେନ୍ ମାଉସୀଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଶ୍ମଶାନକୁ ନିଆଯାଇ ସସମ୍ମାନେ ସତ୍କାର କରାଯାଇଥିଲା । ଶେଷକୃତ୍ୟ ସମୟରେ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ୫ନଂ ୱାର୍ଡର କର୍ପୋରେଟର ଶ୍ରୀମତି ମିନୁଶ୍ରୀ ଖୁଣ୍ଟିଆ ଏବଂ ସ୍ଵେଚ୍ଛାସେବୀ ଶ୍ରୀମତି କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି ପରିସ୍ଥିତିରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢାଇ ଥିବାରୁ ସ୍ଥାନୀୟ ବାସିନ୍ଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ଓ ଏଭଳି ମହତ୍ ପଦକ୍ଷେପ ପାଇଁ ଓଡ଼ିଶା ମୋ ପରିବାରକୁ ଭୂରି ଭୂରି ପ୍ରଶଂସା କରିଥିଲେ ।

Previous Post

‘ଭିସୁଟ୍’ ରୂପାନ୍ତରୀକରଣ: ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

Next Post

ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର

Next Post
ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର

ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA