Thursday, June 4, 2026 10:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶାନ୍ତିସ୍ତୂପରୁ ଶାନ୍ତିବାର୍ତ୍ତା ଦେଲେ ନବୀନ

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ

by Our Correspondent
28 Oct, 2022- 05:33 PM
in Latest News, News
1 min read
0
ଶାନ୍ତିସ୍ତୂପରୁ ଶାନ୍ତିବାର୍ତ୍ତା ଦେଲେ ନବୀନ
Spread the love

ଭୁୁବନେଶ୍ୱର: ଶାନ୍ତିର ବିକଳ୍ପ ନାହିଁ । ସବୁ ଯୁଗରେ ଏହାର ଗୁରୁତ୍ୱ ରହିଛି । ଏକ ସୁନ୍ଦର ବିଶ୍ୱ ହାସଲରେ ଶାନ୍ତି ହିଁ ଏକମାତ୍ର ରାସ୍ତା । ଆସ, ଆମ ଭବିଷ୍ୟତ ବଂଶଧରଙ୍କ ସକାଶେ ଏକ ନିରାପଦ ବିଶ୍ୱ ପାଇଁ ଆମେ ସବୁ ଏକାଠି ହୋଇ ଏହି ବାର୍ତ୍ତା ବାଣ୍ଟିବା ।

ଆଜି ଧଉଳି ଶାନ୍ତିସ୍ତୂପରୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି ବା ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ ଏହା କହିଛନ୍ତି । ଭାରତ ସମେତ ଜାପାନ, ଆମେରିକା, ୟୁକ୍ରେନ୍, କାଜାଖସ୍ତାନ ପ୍ରଭୃତି ଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଉପସ୍ଥିତ ଥିଲେ ।

ଓଡ଼ିଶାର ଗୌରବମୟ ଇତିହାସକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଇତିହାସର ପୃଷ୍ଠା ଏହି ଧଉଳି ଏବଂ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୋଇଛି । କଳିଙ୍ଗ ଯୁଦ୍ଧ ରକ୍ତପାତରେ ସମାପ୍ତ ହୋଇଥିଲେ ମଧ୍ୟ ଧଉଳି ସମଗ୍ର ମାନବ ମାନବ ଜାତିର ନୈତିକ ବିଜୟର ପ୍ରତୀକ ହୋଇ ରହିଛି । ଏହି ସ୍ଥାନରେ ହିଁ ଅଶୋକ, ଯୁଦ୍ଧ ଓ ରକ୍ତପାତର ଭୟାବହତା ବୁଝିପାରି ବୈାଦ୍ଧଧର୍ମରେ ନିଜକୁ ଦୀକ୍ଷିତ କରିଥିଲେ । ଧଉଳି ବିଶ୍ୱ ଶାନ୍ତି ଓ ଐତିହ୍ୟର ବାର୍ତ୍ତା ଦେଇ ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଯୋଡିଥିଲା ।

ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିବା ଏହି ମହାନ୍ ସ୍ଥଳୀରେ ଶାନ୍ତିସ୍ତୂପ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଆମ ପାଇଁ ଗୌରବ ଓ ଆନନ୍ଦର ବିଷୟ । ଏହି ଶାନ୍ତିସ୍ତୂପର ଆଧୁନିକ ନିର୍ମାଣଶୈଳୀ ମଧ୍ୟ ବେଶ୍ ଉଚ୍ଚକୋଟୀର । ଭାରତ-ଜାପାନ ବନ୍ଧୁତ୍ୱର ନିଦର୍ଶନ ସହ ବିଶ୍ୱ ଶାନ୍ତି ଏବଂ ପାରଷ୍ପରିକ ସହଯୋଗର ଏକ ପ୍ରତୀକ । ଯୁଗ ଯୁଗ ଧରି ଏହି ସ୍ଥାନ ଶାନ୍ତିର ବାର୍ତ୍ତା ବାଣ୍ଟି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଧଉଳି ଶାନ୍ତିସ୍ତୂପକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଏହାର ବିକାଶ ଓ ସୋ÷ନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।

ଦୟା ନଦୀର ବସନ୍ତପୁରଠାରେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିଲା ପରେ ପ୍ରଥମେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ନିର୍ମିତ ଲିଫ୍ଟ ଉଦଘାଟନ କରିଥିଲେ । ଲିଫ୍ଟରେ ପ୍ରଥମ ପର୍ଯ୍ୟଟକ ଭାବେ ଶାନ୍ତିସ୍ତୂପକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସେଠାରେ ବୌଦ୍ଧ ସନ୍ୟାସୀମାନେ ପାରମ୍ପରିକ ଡ୍ରମ୍ ବଜାଇ ଭବ୍ୟ ସ୍ୱାଗତ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Previous Post

କେରଳରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟିକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

Next Post

ମୁଖ୍ୟ ବିଚାରପତିଙ୍କ ସହ ପାଣ୍ଡିଆନଙ୍କ ଫଟୋ ପଛର କାହାଣୀ

Next Post
ମୁଖ୍ୟ ବିଚାରପତିଙ୍କ ସହ ପାଣ୍ଡିଆନଙ୍କ ଫଟୋ ପଛର କାହାଣୀ

ମୁଖ୍ୟ ବିଚାରପତିଙ୍କ ସହ ପାଣ୍ଡିଆନଙ୍କ ଫଟୋ ପଛର କାହାଣୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA