Thursday, June 4, 2026 10:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟ ବିଚାରପତିଙ୍କ ସହ ପାଣ୍ଡିଆନଙ୍କ ଫଟୋ ପଛର କାହାଣୀ

ଭୁଲ୍ ଜାଣି ୟୁଟ୍ୟୁବ୍ ରୁ ଖବର ହଟାଇଲା ଟିଭି

by Our Correspondent
29 Oct, 2022- 06:25 PM
in Latest News, News
1 min read
0
ମୁଖ୍ୟ ବିଚାରପତିଙ୍କ ସହ ପାଣ୍ଡିଆନଙ୍କ ଫଟୋ ପଛର କାହାଣୀ
Spread the love

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ ମୁରଲୀଧରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କ ଏକ ଗ୍ରୁପ୍ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏକ ପ୍ରମୁଖ ଟିଭି ଚାନେଲ୍ ଏହାକୁ ବଡ଼ ଖବର କରି ପ୍ରସାରଣ କରିଛି । ଏହାକୁ ଏକ ରୁଦ୍ଧଦ୍ୱାର ବୈଠକର ଫଟୋ ବୋଲି ଲୋକଙ୍କୁ ଜଣାଇଥିବା ଏହି ଚାନେଲ୍ ଫଟୋର ପୃଷ୍ଟଭୂମି ଯଥା ସ୍ଥାନ, କାଳ ଏବଂ ଅବସର ସମ୍ପର୍କରେ କିନ୍ତୁ ଜଣାଇନାହିଁ ।

ଓଡ଼ିଶା ହାଇକୋର୍ଟର ଜନୈକ ଆଇନଜୀବୀ ଶ୍ରୀନିବାସ ମହାନ୍ତି ହେଉଛନ୍ତି ଫଟୋ ଖବରର ସୂତ୍ର । ସେ ତାଙ୍କ ସୋସିଆଲ୍ ମିଡିଆରେ ଫଟୋଟି ପୋଷ୍ଟ କରି ବିଚାରପତିମାନଙ୍କ ଆଚରଣ ସଂହିତା ଉପରେ ପ୍ରଶ୍ନ କରିଥିଲେ । ଏହି ଫଟୋଟି କେଉଁଠି ଏବଂ କେଉଁ ଅବସରରେ ଉଠାଯାଇଛି ସେ ସମ୍ପର୍କରେ ତାଙ୍କୁ ଜଣାନାହିଁ ବୋଲି ମଧ୍ୟ ସେ ତାଙ୍କ ଲେଖାରେ ସ୍ପଷ୍ଟ କରିଥିଲେ ।

ସୋସିଆଲ୍ ମିଡ଼ିଆରେ ଜଣେ ବ୍ୟକ୍ତି ଏକ ଫଟୋ ଛାଡ଼ିବା ଏବଂ ସେହି ଫଟୋର ପୃଷ୍ଠଭୂମି ନ ଜାଣି ପ୍ରମୁଖ ଟିଭି ଚାନେଲ୍ ବନେଇ ଚୂନେଇ ଖବର ତିଆରି କରିବା ଏବଂ ବୁଦ୍ଧିଜୀବୀ ନାଁରେ ନ୍ୟାୟପାଳିକାର ସ୍ୱଚ୍ଛତା ଏବଂ ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ କରି ବିବାଦ ଛିଡ଼ା କରାଇବା ପରେ ସତ୍ୟ ସାମନାକୁ ଆସିଛି । ଗୁଜୁରାଟର ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲ୍ ର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀ ଏହି ଫଟୋର କାହାଣୀ ଖୋଲିଛନ୍ତି ।

ତାଙ୍କର ସୂଚନା ଅନୁଯାୟୀ, ସତ୍ୟସାଇ ହାର୍ଟ ହସ୍ପିଟାଲ୍ ଓଡ଼ିଶାରେ ଏକ କ୍ୟାମ୍ପ ଖୋଲି ଗରିବ ପିଲାଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଉଛି । ଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦୦ ପିଲାଙ୍କ ଚିକିତ୍ସା କରାଯାଇଛି । ୨୨ ବର୍ଷର ଏହି ଦାତବ୍ୟ ଅନୁଷ୍ଠାନ ସହ ସୁପ୍ରିମକୋର୍ଟରେ କାର୍ଯ୍ୟରତ ବର୍ତ୍ତମାନର ବିଚାରପତି ଜଷ୍ଟିସ୍ ମୁକେଶ ଆର ଶାହା ଆରମ୍ଭରୁ ଜଡ଼ିତ ଅଛନ୍ତି । ଓଡ଼ିଶା କ୍ୟାମ୍ପ ପରିଦର୍ଶନ ପାଇଁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା ଏବଂ ସେହି ଅନୁରୋଧ ରକ୍ଷା କରି ସେ ଓଡ଼ିଶା ଆସି ଏକ ମେଗା କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ପ୍ରୋଟୋକଲ୍ ଦୃଷ୍ଟିରୁ ଏବଂ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମୁରଲୀଧର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ସହ ଉକ୍ତ ଦାତବ୍ୟ ଅନୁଷ୍ଠାନର ସେବାକୁ ଓଡ଼ିଶାକୁ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆମନ୍ତ୍ରିତ ଅତିଥି ଭାବେ ସେଠାରେ ଉପସ୍ଥିତ ଥିଲେ ।

ଏହି ଫଟୋକୁ ନେଇ ବିବାଦ ଛିଡ଼ା କରାଇବା ଓଡ଼ିଶା ପାଇଁ ଠିକ୍ ନୁହେଁ ବୋଲି ଶ୍ରୀଯୁକ୍ତ ଭିମାନୀ କହିଛନ୍ତି । ଏହି ବିବାଦର କିଛି ଭିତ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଓଡ଼ିଶା ହାଇକୋର୍ଟ ପକ୍ଷରୁ ମଧ୍ୟ ଏ ନେଇ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । ଦେଖନ୍ତୁ କ’ଣ ସେହି ସ୍ପଷ୍ଟୀକରଣ..

ଅନ୍ୟପକ୍ଷରେ ରାଜ୍ୟର କିଛି ବରିଷ୍ଠ ଆଇନଜୀବୀ ଫଟୋ ବିବାଦ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେମାନେ କହିଛନ୍ତି, ବିଚାର ବିଭାଗୀୟ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ କଥା କୁହାଯାଇଛି । ମାତ୍ର କିଏ ଏହାକୁ ଦେଖିଛନ୍ତି? ରୁଦ୍ଧଦ୍ୱାର ବୈଠକ ବୋଲି କାହା ପାଖରେ ପ୍ରମାଣ ଅଛି? କୌଣସି ସାମାଜିକ କାର୍ଯ୍ୟ ଅବସରରେ ଉଭୟ ଏକାଠି ବସିପାରିବେନି ବୋଲି କେଉଁଠି ଲେଖା ଅଛି? ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବାକୁ ଏହା ଉଦ୍ୟମ ନୁହେଁ କି? ଯେଉଁଠି ଗରିବ ପିଲାଙ୍କୁ ମାଗଣା ଚିକିତ୍ସା କଥା ରହିଛି ସେଠି ଏକ ଫଟୋକୁ ନେଇ ହୀନ ରାଜନୀତି କରିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ, ସତ୍ୟସାଇ ହାର୍ଟ ହସ୍ପିଟାଲ୍ ର ସେବା କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ମସିହାରେ ନିଜେ ସେଠାକୁ ପରିଦର୍ଶନରେ ଯାଇଥିଲେ । ଓଡ଼ିଶାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଇଚ୍ଛା ପ୍ରକାଶ କଲା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗିପଡ଼ିଥିଲେ । ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନା ପରେ ଓଡ଼ିଶାରେ କ୍ୟାମ୍ପ ଖୋଲିଥିଲା । ୨୦୧୮ ମସିହାରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଗତ ୪ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦୦ ପିଲା ମାଗଣାରେ ହାର୍ଟ ଅପରେସନ୍ କରିଛନ୍ତି । ଏହି ଅପରେସନ୍ ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଶେଷ ଖବର ଅନୁଯାୟୀ, ଗତକାଲି ପ୍ରସାରଣ କରିଥିବା ଏହି ଖବରକୁ ୟୁଟ୍ୟୁବ୍ ରୁ ହଟାଇ ଦେଇଛି ପ୍ରମୁଖ ଟିଭି ଚାନେଲ୍ । ଖବରଟି ମିଥ୍ୟା କୁତ୍ସାରଟନା ଏବଂ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବାରୁ ସମ୍ଭାବ୍ୟ ବିପଦକୁ ବୋଧହୁଏ ସମ୍ଭାଳି ପାରିନାହାନ୍ତି ।

Previous Post

ଶାନ୍ତିସ୍ତୂପରୁ ଶାନ୍ତିବାର୍ତ୍ତା ଦେଲେ ନବୀନ

Next Post

ପଦ୍ମପୁର ପାଇଁ ୪୮୮ କୋଟି

Next Post
ପଦ୍ମପୁର ପାଇଁ ୪୮୮ କୋଟି

ପଦ୍ମପୁର ପାଇଁ ୪୮୮ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA