Monday, July 6, 2026 07:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ରାକ୍ କୁ ଫେରିଲା ବିଜେପି

ଧାମନଗର ଉପନିର୍ବାଚନ ଫଳାଫଳ

by Our Correspondent
06 Nov, 2022- 06:28 PM
in Latest News, News, Politics
1 min read
0
ଟ୍ରାକ୍ କୁ ଫେରିଲା ବିଜେପି

ଭୁୁବନେଶ୍ୱର: ନିଜର ଅସ୍ଥିତ୍ୱ ପାଇଁ ସଂଗ୍ରାମ କରୁଥିବା ଓଡ଼ିଶା ବିଜେପି ପାଇଁ ଧାମନଗର ଉପନିର୍ବାଚନ ଜିତାପଟ ସଞ୍ଜିବନୀ ହୋଇଛି । ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ଆତ୍ମବିଶ୍ୱାସ ଏବଂ ମନୋବଳକୁ ଏହା ଜାଗ୍ରତ କରିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ଯେ ଆଗକୁ ବଢ଼ିବ, ତାହା ଏହି ଉପନିର୍ବାଚନ ଫଳାଫଳରୁ ଆଭାସ ମିଳିଛି ।

ଧାମନଗରରେ ବିଜେପି ବୃହତ୍ତ ବିଜୟ ହାସଲ କରିଛି । ଏଭଳି ବିଜୟକୁ ବିଜେପି ନେତୃତ୍ୱ ମଧ୍ୟ ଆକଳନ କରି ନ ଥିଲେ । ତେବେ ସେ ଯାହା ହେଉ, ଶାସକ ଦଳକୁ ସଫଳ ଭାବେ ସାମନା କରିବାର ଏହି ଦୃଷ୍ଟାନ୍ତ ବିଜେପି ପାଖରେ ପୂର୍ବ ଉପନିର୍ବାଚନ ଗୁଡ଼ିକରେ ଦେଖିବାକୁ ମିଳି ନ ଥିଲା । ଧାମନଗରରେ ବିଜେପିର ଏହି ସଫଳତା ପଛରେ ତିନୋଟି ପ୍ରମୁଖ କାରଣ ଆଲୋଚନା ହେଉଛି ।

ପ୍ରଥମଟି ହେଉଛି, ଯୋଗ୍ୟ ପ୍ରାର୍ଥୀ ଏବଂ ଅନୁକମ୍ପା । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ୨୭ ବର୍ଷୀୟ ପୁଅ ସୂର୍ଯ୍ୟବଂଶୀ ସୂରଜ ଖାଲି ଉଚ୍ଚଶିକ୍ଷିତ ନୁହଁନ୍ତି ବେଶ୍ ମାର୍ଜିତ ମଧ୍ୟ । ବୟସ ଛୋଟ ହେଲେ ମଧ୍ୟ କଥା ଓ କାମରେ ରାଜନୈତିକ ପରିପକ୍ୱତା ରହିଛି । ତାଙ୍କର ଅପିଲ୍ ଓ ଭାଷଣ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ । ଦିବଙ୍ଗତ ବାପାଙ୍କ ଲୋକପ୍ରିୟତା ଏବଂ ନିଜର ଦକ୍ଷତା ଭୋଟରଙ୍କ ଅନୁକମ୍ପା ହାସଲ ପାଇଁ ଯଥେଷ୍ଟ ଥିଲା ।

ଦ୍ୱିତୀୟ କାରଣ ହେଉଛି, ଧାମନଗରରେ ଏକଜୁଟ ହୋଇ ଲଢ଼ିଥିଲା ବିଜେପି । ନିକଟ ଅତୀତରେ ହୋଇଥିବା କୌଣସି ଉପନିର୍ବାଚନରେ ବିଜେପି ଏଭଳି ମନପ୍ରାଣ ଦେଇ ଲଢ଼େଇ କରିବାର ଦେଖିବାକୁ ମିଳି ନ ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ଭାବେ ଉପନିର୍ବାଚନ ପରିଚାଳନା କରିଥିଲେ ଏବଂ ତିନି ଦିନ କାଳ ସେଠି ପ୍ରଚାର କରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ସେଠାରେ ପଡ଼ି ରହିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପରେ ଧର୍ମେନ୍ଦ୍ର ସମ୍ପୂର୍ଣ୍ଣ ଭରସା କରିଥିଲେ । ମନମୋହନଙ୍କ ପରିଚାଳନାରେ କର୍ମକର୍ତ୍ତାମାନେ ସେଠି ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ । ବିଜେଡିର ଭୋଟ ଏଜେନ୍ସୀଗୁଡ଼ିକୁ ଭଲ ଭାବେ ଟକ୍କର ଦେବାକୁ ବିଜେପି ଟିମ୍ ସମର୍ଥ ହୋଇଥିଲେ ।

ତୃତୀୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ବିଜେଡ଼ି ବିଦ୍ରୋହୀ ଭାବେ ସେ ବିଜେଡି ଭୋଟବ୍ୟାଙ୍କକୁ ହିଁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ନିଜ ସପକ୍ଷରେ ଭୋଟ ନହେଲେ ନାହିଁ ଶେଷ ପର୍ଯ୍ୟନ୍ତ ଦୋଦୁଲ୍ୟମାନ ଅବସ୍ଥାରେ ଥିବା ତାଙ୍କର ସମର୍ଥକମାନଙ୍କୁ ସେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଇଥିଲେ ବୋଲି କୁହାଯାଉଛି । ବିଜେପି ସପକ୍ଷରେ ମିଳିଥିବା ଭୋଟରୁ ଏହା ସତ ବୋଲି ବାରି ହେଉଛି ।

ତେବେ ସେ ଯାହା ହେଉ, ଆଗକୁ ପଦ୍ମପୁର ଉପନିର୍ବାଚନ ଏବଂ ଦେଢ଼ବର୍ଷ ପରେ ସାଧାରଣ ନିର୍ବାଚନ । ବିଜେପି ଏହାକୁ ସାମନା କରିବାର ମନୋବଳ ଧାମନଗର ଫଳାଫଳ ସୁଯୋଗ ଆଣିଦେଇଛି । ବିଜେପି ଏଥିରେ କିଭଳି ସଫଳ ହେବ ତାହା ଭବିଷ୍ୟତ କହିବ ।

Previous Post

ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

Next Post

ଜନମତକୁ ସମ୍ମାନ ଦେଉଛୁ: ନବୀନ

Next Post
ଜନମତକୁ ସମ୍ମାନ ଦେଉଛୁ: ନବୀନ

ଜନମତକୁ ସମ୍ମାନ ଦେଉଛୁ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA