Monday, July 6, 2026 07:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

ଧାମନଗର ଉପନିର୍ବାଚନ ଫଳାଫଳ

by Our Correspondent
06 Nov, 2022- 06:21 PM
in Latest News, News, Politics
1 min read
0
ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ବିଜେଡିର ପରାଜୟ ହଲଚଲ ସୃଷ୍ଟି କରିଛି । ଶକ୍ତିଶାଳୀ ବିଜେଡି ପାଇଁ ଏହା ଶକ୍ତ ଧକ୍କା ସଦୃଶ ହୋଇଛି । ଏହି ଉପନିର୍ବାଚନ ଫଳ ବିଜେଡିିର ଗାଦି ନେଇଯିବାର କ୍ଷମତା ରଖି ନ ଥିଲେ ମଧ୍ୟ ଆଗାମୀ ଦିନ ପାଇଁ କଠୋର ବାର୍ତ୍ତା ଛାଡ଼ିଥିବା କୁହାଯାଉଛି ।

ଧାମନଗରରେ ବିଜେଡି ବଡ଼ ବ୍ୟବଧାନରେ ହାରିବା ପଛରେ ବିଜେପି ପ୍ରତି ଜନସମର୍ଥନ ଏକମାତ୍ର କାରଣ ବୋଲି ସିଧାସଳଖ କୁହାଯାଉ ନାହିଁ । ବିଜେଡିରେ ବିଶୃଙ୍ଖଳା ଏହାର ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି । ତେବେ ଏହି ବିଶୃଙ୍ଖଳା କେବଳ ରାଜେନ୍ଦ୍ର ଦାସଙ୍କୁ ବୁଝାଉ ନାହିଁ ବରଂ ତାଙ୍କୁ ବିଦ୍ରୋହୀ ସଜେଇଥିବା ଗୋଷ୍ଠୀଙ୍କ ଆଚରଣ ବିଶୃଙ୍ଖଳିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଗତ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଦାସ ମାତ୍ର ୪୬୨୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ।  ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ରାଜେନ୍ଦ୍ରଙ୍କର ଦୁର୍ନାମ ନ ଥିଲା । ଜଣେ ଉତ୍ତମ ସଂଗଠକ ଥିଲେ । ତେଣୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସ୍ୱାଭାବିକ ଭାବେ ଆଶାୟୀ ଥିଲେ । ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ଜିଲ୍ଲାର ପ୍ରଭାବଶାଳୀ ଗୋଷ୍ଠୀ ବିରୋଧ କରିଥିଲେ । ଜିଲ୍ଲା ପ୍ରଭାରୀ ଏହି ଗୋଷ୍ଠୀକୁ ସମର୍ଥନ ଦେଇଥିଲେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଏମାନେ ବିଭିନ୍ନ ଉପାୟରେ ଚାପ ପକାଇଥିବା କୁହାଯାଉଛି ।

ନବୀନ ପଟ୍ଟନାୟକଙ୍କ ନାଁ ଓ ଶଙ୍ଖ ଚିହ୍ନ ଅଛି ବୋଲେ ଭୋଟ ଅଛି । ତେଣିକି ପ୍ରାର୍ଥୀ ଯିଏ ହୁଅନ୍ତୁ ନା କାହିଁକି । ବୋଧହୁଏ ଏହି ଧାରଣାରୁ ବିରୋଧୀ ଗୋଷ୍ଠୀ ରାଜେନ୍ଦ୍ରଙ୍କ ବିକଳ୍ପ ଚିନ୍ତା କରିଥିଲେ । ଫଳ ହେଲା ଏୟା ଯେ ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଗଲା । କୁହାଗଲା, ମିଶନ ଶକ୍ତି ଏସଏଚଜିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ଗତ ସାଧାରଣ ନିର୍ବାଚନରେ ଆସ୍କାରୁ ପ୍ରମିଳା ବିଶୋୟୀଙ୍କୁ ନେଇ ବିଜେଡି ଯେଉଁ ସଫଳ ଏକ୍ସପେରିମେଣ୍ଟ କରିଥିଲା ଧାମନଗରରେ ତାହାର ପୁନରାବୃତ୍ତି ଆଶା କରିଥିଲା । ମାତ୍ର ତାହା ହେଲା ନାହିଁ ।

ସେପଟେ ରାଜେନ୍ଦ୍ର ଦାସ ବିଜେଡି ଟିକେଟରୁ ବଞ୍ଚିତ ହେବାରୁ ବିଦ୍ରୋହୀ ହୋଇଯାଇଥିଲେ । ତାଙ୍କୁ ମନାଇବାକୁ ଆପ୍ରାଣ ଉଦ୍ୟମ ଫେଲ୍ ମାରିଥିଲା । ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ଲୋକଙ୍କ ସହିତ ସୁସମ୍ପର୍କ ରଖିଥିବାରୁ ତାଙ୍କ ପ୍ରତି ଲୋକଙ୍କର ଅନୁକମ୍ପା ଦେଖିବାକୁ ମିଳିଥିଲା ।

ଗାଁ ଗଣ୍ଡାରେ ଥିବା ରାଜେନ୍ଦ୍ରଙ୍କ ବହୁ ସମର୍ଥକ ମୂଳ ବିଜେଡିରୁ ମୁହଁ ଫେରାଇ ନଥିଲେ ମଧ୍ୟ ଦଳ ପ୍ରତି ସେମାନଙ୍କର ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଥିଲା । ଅବନ୍ତୀ ଦାସଙ୍କ ପ୍ରାର୍ଥୀତ୍ୱକୁ ସେମାନେ ଗ୍ରହଣ କରିବା ଅବସ୍ଥାରେ ନ ଥିଲେ । କୁହାଯାଉଛି, ଏଭଳି ବହୁ ଭୋଟ ବିଜେପିକୁ ଚାଲିଯାଇଛି । ଅର୍ଥାତ୍ ବିଜେପି ଖାତାକୁ ବିଜେଡି ଭୋଟ ନେବାରେ ରାଜେନ୍ଦ୍ର ଫ୍ୟାକ୍ଟର କାମ ଦେଲା ବୋଲି ଅନେକଙ୍କର ବିଶ୍ୱାସ ।

କହିବା ବାହୁଲ୍ୟ ଯେ ଧାମନଗରକୁ କବଜା କରିବା ପାଇଁ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିନାହିଁ । ତଳିଆ ନେତା ଓ କର୍ମୀଙ୍କୁ ଏକାଠି କରିବାରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ୍ ପ୍ରଚାର ପାଇଁ ୧୩ଟି ଜାଗାରେ ବିଶାଳ ଆୟୋଜନ ହୋଇଥିଲା । ନିଜେ ଧାମନଗରର ବିକାଶ କଥା ବୁଝିବେ କହି ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ଭୋଟ ମାଗିଥିଲେ । ୫ ବର୍ଷର କାମ ୧୮ ମାସରେ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଧାମନଗରବାସୀଙ୍କ ଉପରେ ପ୍ରଭାବ ପକାଇ ପାରିନି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ନିଷ୍ଠାପର ଉଦ୍ୟମ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ପାରିନି । ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ପ୍ରଣବଙ୍କ ସମ୍ମାନ ହାନି ପାଇଁ ତଥାକଥିତ ଗୋଷ୍ଠୀଙ୍କୁ ଦାୟୀ କରିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ।

ସେମାନଙ୍କ ମତରେ, ଧାମନଗର ଉପନିର୍ବାଚନ ଫଳାଫଳ ବିଜେଡିକୁ ଆଗାମୀ ଦିନ ପାଇଁ ଭିନ୍ନ ସଙ୍କେତ ଦେଇଛି । ତାହା ହେଉଛି, ବିଜେଡି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଦଳରେ ଯୋଗ୍ୟତମ ବ୍ୟକ୍ତିଙ୍କୁ ଉପେକ୍ଷା କଲେ ବିଦ୍ରୋହର ଆଶଙ୍କାକୁ ଏଡାଇ ହେବନି । ଖୋଦ୍ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ଭୋଟବ୍ୟାଙ୍କ ଉପରେ ଏହା ଭାରି ପଡ଼ିବା ଅସମ୍ଭବ ନୁହେଁ ।

Previous Post

୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ ସୂରଜ

Next Post

ଟ୍ରାକ୍ କୁ ଫେରିଲା ବିଜେପି

Next Post
ଟ୍ରାକ୍ କୁ ଫେରିଲା ବିଜେପି

ଟ୍ରାକ୍ କୁ ଫେରିଲା ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA