Saturday, July 4, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି

by Our Correspondent
11 Nov, 2022- 05:42 PM
in Latest News, News
1 min read
0
ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି
ଭୁୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ ବି ଘଟଣାବହୁଳ ଥିଲା । ସେ ପଢ଼ିଥିବା ୟୁନିଟ୍-୨ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ଏବଂ ହଷ୍ଟେଲ ପରିଦର୍ଶନ କରି ନିଜର ଅଭୁଲା ସ୍ମୃତି ସାଉଁଟିଥିଲେ ରାଷ୍ଟ୍ରପତି । ସେମିତି ଖଣ୍ଡଗିରି ତପୋବନ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଶେଷରେ ଜୟଦେବଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟପୁସ୍ତକର ଉନ୍ମୋଚନ କରିଥିଲେ ।

ଆଜି ସକାଳେ ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ । ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ମନଖୋଲା କଥା ହୋଇଥିଲେ । ବିଭିନ୍ନ ପିଲାଙ୍କ ନାମଲେଖା କାମରେ ପୂର୍ବରୁ ଅନେକ ଥର ସେ ଏହି ସ୍କୁଲକୁ ଆସିଥିବା ମନେ ପକାଇଥିଲେ । ସ୍କୁଲରେ ମାତ୍ର ୧୫ ମିନିଟ୍ ର ରହଣୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପିଲାଙ୍କୁ ଉତ୍ତମ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।
ରାଷ୍ଟ୍ରପତି କହିଥିଲେ, ମୋର କେହି ରୋଲ୍ ମଡେଲ ନ ଥିଲେ । ମୋ ଜେଜେମା ଥିଲେ ମୋ ପାଇଁ ସବୁ କିଛି । ମୁଁ ତାଙ୍କୁ ଦେଖି ଦେଖି ଛୋଟରୁ ବଡ଼ ହୋଇଛି । ଜେଜେମାଙ୍କଠାରୁ ସାହାସ ଓ ସେବା ଗୁଣ ଶିଖିଛି । ପରିସ୍ଥିତି ନୁହେଁ, ଜୀବନର ଲକ୍ଷ୍ୟ ମଜବୁତ୍ ହେବା ଦରକାର । ଆମେ ଯାହା ହେବାକୁ ଚାହୁଁଛୁ ତାକୁ ନିଜର ଲକ୍ଷ୍ୟ କରିନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ ।

ତପୋବନ ହାଇସ୍କୁଲରୁ ରାଷ୍ଟ୍ରପତି ସିଧା ଆସିଥିଲେ ନିଜେ ପଢ଼ିଥିବା ୟୁନିଟ୍-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ । ବିଦ୍ୟାଳୟ ପରିସରକୁ ପ୍ରବେଶ କଲା ବେଳେ ରାଷ୍ଟ୍ରପତି ଭାବବିହ୍ୱଳ ହୋଇପଡ଼ିଥିଲେ । ସ୍କୁଲ ଛାତ୍ରୀମାନଙ୍କ ସହ ଆଳାପ କରିଥିଲେ । ପାଠ ପଢ଼ି ଭଲ ମଣିଷ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କଠାରୁ ଶ୍ରଦ୍ଧାର ଉପହାର ଗ୍ରହଣ କରିବା ସହ ମେଳରେ ଫଟୋ ଉଠାଇଥିଲେ । ଏହି ଅବସରରେ ନିଜର ୧୩ ଜଣ ସ୍କୁଲ ସହପାଠୀଙ୍କୁ ଭେଟିଥିଲେ ରାଷ୍ଟ୍ରପତି । କଥା ହୋଇଥିଲେ, ଫଟୋ ଉଠାଇଥିଲେ ।

ଏହା ପରେ ଛାତ୍ରାବସ୍ଥାରେ ସେ ରହୁଥିବା କୁନ୍ତଳା କୁମାରୀ ସାବତ ହଷ୍ଟେଲର ତୁଳସୀ ମୁଣ୍ଡା କକ୍ଷକୁ ଯାଇଥିଲେ । ୩ ବର୍ଷ ଧରି ଯେଉଁ ଖଟରେ ଶୋଉଥିଲେ ସେହି ଖଟରେ କିଛି ସମୟ ପାଇଁ ବସିଥିଲେ । ଏହି ଖଟଟି ଆଜି ଯାଏଁ ସାଇତା ହୋଇ ରହିଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ପୁରୁଣା ଫଟୋକୁ ଦେଖି ଖୁସି ହୋଇଥିଲେ । ଏହାପରେ ହଷ୍ଟେଲ କ୍ୟାମ୍ପସରେ ରାଷ୍ଟ୍ରପତି ବଉଳ ଗଛ ଲଗାଇଥିଲେ । ସ୍କୁଲ ରେଜିଷ୍ଟରରେ ରାଷ୍ଟ୍ରପତି ଲେଖିଛନ୍ତି..

ଆଜି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସ ପରିଦର୍ଶନ କରି ମୁଁ ବହୁତ ଖୁସି । ମୋର ଏହି ହଷ୍ଟେଲ ପରିଦର୍ଶନ ମୋ ଛାତ୍ରୀ ଜୀବନର ଅନେକ ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିଛି । ହଷ୍ଟେଲର ଅନ୍ତେବାସିନୀ ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ମୁଁ ଭାବ ବିହ୍ୱଳ ହୋଇପଡ଼ିଲି । ସୁଖର କଥା, ଏଠାରେ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଘରୋଇ ପରିବେଶ ମିଳୁଛି । ମୁଁ ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।
ସୂଚନାଥାଉକି, ୧୯୭୦ ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ସ୍କୁଲରେ ୮ମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।
ରାଷ୍ଟ୍ରପତିଙ୍କ ଆଜି ଭୁବନେଶ୍ୱରରେ ଶେଷ କାର୍ଯ୍ୟକ୍ରମ ଥିଲା ଜୟଦେବଭବନରେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟପୁସ୍ତକର ଉନ୍ମୋଚନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ଥାଏ । ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ । ମାତୃଭାଷାରେ ପଢ଼ୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା ବୋଲି ରାଷ୍ଟ୍ରପତି କହିଥିଲେ ।
ଇଂଜିନିୟରିଂ ପାଠ୍ୟପୁସ୍ତକର ୨୦ ଟି ବିଷୟ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ଏହାଦ୍ୱାରା ଚଳିତବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଓଡ଼ିଆରେ ଇଂଜିନିୟରିଂ ବହି ପଢ଼ିବେ । ଉଭୟ ଡିଗ୍ରୀ ଏବଂ ଡିପ୍ଲୋମା ପିଲାମାନେ ଏହି ସୁବିଧା ପାଇବେ । ଏଆଇସିଟିଇର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଇ-କୁମ୍ଭ ପୋର୍ଟାଲ୍ ର ଶୁଭାରମ୍ଭ କରିଥିଲେ ।
ଅପରାହ୍ନ ୧ଟାରେ ଏହି କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ସିଧା ବିମାନବନ୍ଦର ଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।
Previous Post

ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ଷ୍ଟଲ୍

Next Post

ନିଯୁକ୍ତି ପାଇବେ ୭୫୪୦ ହାଇସ୍କୁଲ ଶିକ୍ଷକ

Next Post
ନିଯୁକ୍ତି ପାଇବେ ୭୫୪୦ ହାଇସ୍କୁଲ ଶିକ୍ଷକ

ନିଯୁକ୍ତି ପାଇବେ ୭୫୪୦ ହାଇସ୍କୁଲ ଶିକ୍ଷକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA