Wednesday, July 1, 2026 08:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଏମସିରୁ ବିଦା ହେଲେ ପ୍ରମୋଦ ପୃଷ୍ଟି

by Our Correspondent
25 Nov, 2022- 05:59 PM
in Latest News, News
1 min read
0
ବିଏମସିରୁ ବିଦା ହେଲେ ପ୍ରମୋଦ ପୃଷ୍ଟି
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରୁ ବିଦା ହୋଇଛନ୍ତି ବିବାଦୀୟ ଅଧିକାରୀ ପ୍ରମୋଦ ପୃଷ୍ଟି । ଡେପୁଟି କମିସନର ଭାବେ ମାର୍କେଟ୍ ଏବଂ ଲିଗାଲ୍ ଦାୟିତ୍ୱରେ ଥିଲେ । ଗତକାଲି ରାଜ୍ୟ ସରକାର ତାଙ୍କର ବଦଳି ଆଦେଶ ବାହାର କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନରେ ଉପପ୍ରକାଶକ(ରାଜସ୍ୱ) ଭାବରେ ତାଙ୍କର ବଦଳି ହୋଇଛି । ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ‘ମିଡ ଡେ ଓଡ଼ିଶା’ରେ ତଥ୍ୟମୂଳକ ଖବର ପ୍ରକାଶ ପାଇଥିଲା ।
ବିଏମସି ଦାୟିତ୍ୱରେ ଥିବା ବେଳେ ଶ୍ରୀ ପୃଷ୍ଟି ହାଇକୋର୍ଟରୁ ଆସୁଥିବା ଅର୍ଡରକୁ କମିସନରଙ୍କୁ ଅବଗତ କରାଉ ନ ଥିବାର ନିକଟରେ ସଙ୍ଗୀନ ଅଭିଯୋଗ ଥିଲା । ବାରମ୍ବାର ଆସୁଥିବା ଅର୍ଡର କପିକୁ ଫାଇଲ ଗଦାରେ ଫିଙ୍ଗି ଦେଉଥିଲେ । ଯାହାର ଫଳ ଭୋଗିବାକୁ ପଡ଼ିଥିଲା ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କୁ । ହାଇକୋର୍ଟ ଆଦେଶ ଅବମାନନା ମାମଲାରେ ତାଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଥିଲା ।
ସୂଚନାଥାଉକି, ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ଶ୍ରୀ ପୃଷ୍ଟି ବିଏମସି ଡେପୁଟି କମିସନର ଭାବେ ଉତ୍ତର ଜୋନ୍ ଦାୟିତ୍ୱରେ ନିଯୁକ୍ତି ପାଇଥିଲେ । ତାଙ୍କର କିଛି ମାସର କାର୍ଯ୍ୟକଳାପରୁ ଭ୍ରଷ୍ଟାଚାର ଏବଂ ଦୁର୍ନୀତିର ଗନ୍ଧ ଆସିଥିଲା ।
ତାଙ୍କ ଅଫିସ୍ ରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ଜଣେ ଯୁବତୀ ତାଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଅଫିସ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜରିଆରେ ମାମଲାକୁ ଚପାଇ ଦିଆଯିବାରୁ ସଂପୃକ୍ତା ଯୁବତୀ ନ୍ୟାୟ ଭିକ୍ଷା କରି ଥାନାକୁ ଯାଇଥିଲେ । ମାତ୍ର ତକ୍ରାଳୀନ କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କର ହସ୍ତକ୍ଷେପରେ ମାମଲା ଚପିଗଲା । ଓଲଟି ଅଭିଯୋଗକାରିଣୀ ଧମକ ପାଇ ଚାକିରି ଛାଡ଼ିଦେଲେ ।
ଉତ୍ତର ଜୋନ୍ ର ଡେପୁଟି କମିସନର ଭାବେ ଶ୍ରୀ ପୃଷ୍ଟିଙ୍କ କାର୍ଯ୍ୟକାଳ ସମୟରେ ବିଏମସିର କୋଟି କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ ନ ହେବା ଏବଂ ତାହା ପଛରେ ମୋଟା ହାତଗୁଞ୍ଜା ଓ ଚଞ୍ଚକତାର ଅନେକ ଅଭିଯୋଗ ଆସିଥିଲା । ସେହି ଜୋନ୍ ରେ ଅନାଦେୟ କୋଟି କୋଟି ଟଙ୍କାର ବକେୟା ହୋଲଡିଂ ଟିକସ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଥିଲା ।
ସେହିଭଳି ଫନି ବାତ୍ୟାରେ ବିଧ୍ୱସ୍ତ ଭୁବନେଶ୍ୱରକୁ ସଜାଡ଼ିବା ପାଇଁ ପୃଷ୍ଟିଙ୍କ ହେପାଜତରେ ଆସିଥିବା ସବୁ ଅଗ୍ରୀମ ଟଙ୍କା ଆଡଜଷ୍ଟରେ ଗଡ଼ବଡ଼ ହୋଇଥିଲା । ଜଣେ ମହିଳା କ୍ୟାସିୟରଙ୍କ ବିରୋଧରେ ୫ ଲକ୍ଷରୁ ଅଧିକ ଟଙ୍କାର ତୋଷରପାତ ଅଭିଯୋଗ ଆସିଥିଲେ ମଧ୍ୟ ପୃଷ୍ଟିବାବୁ ପଦକ୍ଷେପ ନେଇ ନ ଥିଲେ । ତାଙ୍କ ଅମଳରେ ଡିମାଣ୍ଡ ରେଜିଷ୍ଟର ମେଣ୍ଟେନ୍ ରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ରହିଥିଲା ।
ତେବେ କେବଳ ବିଏମସି କାର୍ଯ୍ୟରେ ଦୃଷ୍ଟିଗୋଚର ନ ଥିଲେ ପ୍ରମୋଦ ପୃଷ୍ଟି । ୨୦୨୦ ନଭେମ୍ବରରେ ତାଙ୍କ ନାଁ ଟିଭି ଓ ଖବରକାଗଜର ହେଡଲାଇନ୍ ବନିଥିଲା । ତାଙ୍କ ଘରେ ଆଦିବାସୀ ନାବାଳିକା ଚାକରାଣୀଙ୍କୁ ଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପୃଷ୍ଟିଙ୍କ ୮୪ ବର୍ଷୀୟ ଶ୍ୱଶୁରଙ୍କୁ ଯାଜପୁର ପୁଲିସ ଗିରଫ କରିଥିବା ବେଳେ ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ଘରେ ଚାକରାଣୀ ରଖିଥିବା ପୃଷ୍ଟି ଫେରାର ହୋଇଯାଇଥିଲେ ।
ଏହି ମାମଲାରେ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ । ଜୋନାଲ୍ ଡେପୁଟି କମିସନ ପଦବୀରୁ ବଦଳି ହୋଇଥିଲେ ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ । ସେଠି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍କେଟ୍/ ଲିଗାଲ୍ ବିଭାଗ ଦାୟିତ୍ୱ ଧରାଇ ଏକପ୍ରକାର ପୁରସ୍କୃତ କରାଯାଇଥିଲା । ଶେଷରେ ତାଙ୍କର କାର୍ଯ୍ୟକଳାପ ବିଏମସି କମିସନରଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲା । ଆଇନ ଲଢ଼େଇରେ ବିଏମସିର ଇଜ୍ଜତ ମାଟିରେ ମିଶି ଯାଇଥିଲା ।
Previous Post

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

Next Post

ସୋଆର ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

Next Post
ସୋଆର ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ସୋଆର ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA