Wednesday, July 1, 2026 04:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନକଲି ସାର୍ଟିଫିକେଟ୍ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶିକ୍ଷକ

by Our Correspondent
25 Nov, 2022- 11:52 PM
in News
1 min read
0
ନକଲି ସାର୍ଟିଫିକେଟ୍ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶିକ୍ଷକ
କଟକ: ରସୁଲପୁର ବ୍ଲକର ଜୈନେକ ଶିକ୍ଷକଙ୍କର ବୈଧ ସାର୍ଟିଫିକେଟ ଥାଇ ମଧ୍ୟ ତାଙ୍କୁ ନକଲି ସାର୍ଟିଫିକେଟ କାହିଁକି ପ୍ରଦାନ କରିଛ ବୋଲି ବିଭାଗୀୟ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିବା, ତାଙ୍କର ମାସିକ ଦରମାକୁ ତାଲିମପ୍ରାପ୍ତ ହାରରୁ ଅଣ ତାଲିମପ୍ରାପ୍ତ କରାଯିବା, ତଥା ତାଲିମପ୍ରାପ୍ତ ହାରରେ ସେ ନେଇଥିବା ଅଧିକ ଦରମା ଅର୍ଥ ଦାଖଲ କରିବା ନିର୍ଦ୍ଦେଶ ପ୍ରତିବାଦରେ ସଂପୃକ୍ତ ଶିକ୍ଷକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନ୍ୟବର ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରସୁଲପୁର ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦେଶକ ତଥା ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।
ପ୍ରକାଶ ଯେ ରସୁଲପୁର ବ୍ଲକର ପ୍ରାଥମିକ ଶିକ୍ଷକ ପ୍ରଶାନ୍ତ କୁମାର ସର ଗତ ୧୯୯୨ ମସିହାରୁ ଏହି ବ୍ଲକରେ ଶିକ୍ଷକତା କରି ଆସୁଛନ୍ତି। ଶିକ୍ଷକତା କରିବାର ୮ ବର୍ଷ ପରେ ସେ ହିନ୍ଦୀ ସାହିତ୍ୟ ସମ୍ମେଳନ, ଆଲ୍ଲାହବାଦ ରୁ ଶିକ୍ଷା ବିଶାରଦ ଡିଗ୍ରୀ ହାସଲ କରିଥିଲେ। ଏହି ଡିଗ୍ରୀର ପ୍ରମାଣ ପତ୍ର ତତ୍କାଳୀନ ରସୁଲପୁର ବିଡ଼ିଓଙ୍କୁ ପ୍ରଦାନ କରିବା ପରେ ବିଡ଼ିଓ ଏହାକୁ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହାକୁ ଆଧାର କରି ବିଭାଗ ତାଙ୍କୁ୨୦୦୦ମସିହାରୁ ତାଲିମପ୍ରାପ୍ତ ହାରରେ ଦରମା ପ୍ରଦାନ କରିଥିଲେ।
ତେବେ ଗତବର୍ଷ ଡିସେମ୍ବରରେ ରସୁଲପୁର ବିଇଓ ଶ୍ରୀଚରଣ ମଲ୍ଲିକ ଶିକ୍ଷକଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଏହାର ବୈଧତାକୁ ଯାଞ୍ଚ କରିବା ପୂର୍ବରୁ ଶିକ୍ଷକଙ୍କୁ କାହିଁକି ନକଲି ସାର୍ଟିଫିକେଟ ପ୍ରଦାନ କରିଛନ୍ତି ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କାହିଁକି ନିଆନଯିବ ବୋଲି ୩ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତାଙ୍କର କୌଣସି ସାର୍ଟିଫିକେଟ ନକଲି ନୁହେଁ ବୋଲି ଶିକ୍ଷକ ଜଣକ ଉତ୍ତର ଦେଇଥିଲେ ମଧ୍ୟ ଜୁଲାଇ ମାସଠାରୁ ତାଙ୍କ ଦରମାକୁ ଅଣତାଲିମପ୍ରାପ୍ତ ହାରକୁ ଖସାଇ ଦିଆଯାଇ ସେ ଅଧିକ ବେତନ ଫେରସ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ।
ଅନ୍ୟ ପକ୍ଷରେ ବିଇଓ ଗତ ଅଗଷ୍ଟ ମାସରେ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଏକ ରିପୋର୍ଟ ପ୍ରଦାନ କରି ଶିକ୍ଷକଙ୍କ ସାର୍ଟିଫିକେଟ ଅସଲି ବୋଲି ରିପୋର୍ଟ ଦେଇଥିଲେ। ଶିକ୍ଷା ବିଭାଗ ଅଧିକାରୀ ଶିକ୍ଷକଙ୍କ ସାର୍ଟିଫିକେଟକୁ କେତେବେଳେ ଅସଲି ତ କେତେବେଳେ ନକଲି କହୁଥିଲା ବେଳେ କେତେବେଳେ ସେ ତାଲିମପ୍ରାପ୍ତ ହାରରେ ଦରମା ପାଇବାକୁ ଯୋଗ୍ୟ ଏବଂ ଆଉ କେତେବେଳେ ଅଯୋଗ୍ୟ ବୋଲି ଦର୍ଶାଇଛନ୍ତି।
ବିଭାଗୀୟ ଅଧିକାରୀଙ୍କଠାରୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ଶିକ୍ଷକ ଜଣକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶିକ୍ଷକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କୁନାଳ କୁମାର ସ୍ୱାଇଁ, କୌଶିକ ସ୍ୱାଇଁ ଏବଂ ଜ୍ୟୋତିରଞ୍ଜନ ଖୁଣ୍ଟିଆ ମାମଲା ପରିଚାଳନା କରୁଛନ୍ତି।
Previous Post

ଡିସେମ୍ବର ପହିଲା ସୁଦ୍ଧା ଗରିବଙ୍କୁ ମିଳିବ ଶୀତ ସହାୟତା

Next Post

କେନ୍ଦ୍ରମନ୍ତ୍ରୀଙ୍କ ତେର୍ଚ୍ଛାବାଣ, ବିଜେଡିର ଜବାବ

Next Post
କେନ୍ଦ୍ରମନ୍ତ୍ରୀଙ୍କ ତେର୍ଚ୍ଛାବାଣ, ବିଜେଡିର ଜବାବ

କେନ୍ଦ୍ରମନ୍ତ୍ରୀଙ୍କ ତେର୍ଚ୍ଛାବାଣ, ବିଜେଡିର ଜବାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA