Sunday, May 10, 2026 10:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇପିଏସ୍ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍

by Our Correspondent
25 Jan, 2023- 03:49 PM
in Latest News, News
1 min read
0
ଆଇପିଏସ୍ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍

ଭୁବନେଶ୍ୱର: ୨୦୨୩ ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଧୀରେନ୍ଦ୍ର ଏସ୍.କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍ ମିଳିବ । ଉଲ୍ଲେଖନୀୟ ସେବା ନିମନ୍ତେ ତାଙ୍କୁ ଏହି ସମ୍ମାନ ମିଳିବ । ଭିଜିଲାନ୍ସ କନେଷ୍ଟବଳ ପ୍ରହଲ୍ଲାଦ କୁମାର ରାଉତଙ୍କୁ ମଧ୍ୟ ରାଷ୍ଟ୍ରପତି ପୁଲିସ ମେଡାଲ୍ ମିଳିବ ।

ସେହିଭଳି ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ମିଳିବ । ସେମାନେ ହେଲେ- ଯତୀନ୍ଦ୍ର କୁମାର ପଣ୍ଡା(ଅତିରିକ୍ତ ଏସପି, ଭଦ୍ରକ), ପ୍ରଦ୍ୟୁମ୍ନ ମିଶ୍ର(ଅତିରିକ୍ତ ଏସପି, ଭଦ୍ରକ), ସୁଧାଂଶୁ ଶେଖର ପୂଜାରୀ(ଭିଜିଲାନସ୍ ଡିଏସପି, ସୁନ୍ଦରଗଡ଼), ହିମାଂଶୁ ଭୂଷଣ ସ୍ୱାଇଁ(ଭୁବନେଶ୍ୱର ଏସିପି), ଜ୍ଞାନେନ୍ଦ୍ର କୁମାର ଦାସ(ଡେପୁଟି କମାଣ୍ଡାଣ୍ଟ, ବିପିଏସପିଏ), ଅରୁଣ ବଳିୟାରସିଂ(ଇନସପେକ୍ଟର, ସିକ୍ୟୁରିଟି ୱିଙ୍ଗ), ଯୁଗଳ କିଶୋର ପ୍ରଧାନ(ଏସଆଇ, ବ୍ରହ୍ମପୁର ଭିଜିଲାନସ), ସରୱଦିନ ଖାନ୍(କନେଷ୍ଟବଳ, ନୂଆପାଟଣା), ବି ଭୂଷଣ ମହାନ୍ତି(ଏଏସଆଇ, ଏସସିଆରବି), ଅନୀଲ କୁମାର ମିଞ୍ଜ(ଡ୍ରିଲ ଇନସପେକ୍ଟର, ଭୁବନେଶ୍ୱର), ପ୍ରଦୀପ କୁମାର ବେହେରା, ସିପାହୀ(ଚତୁର୍ଥ ବାଟାଲିୟନ୍, ରାଉରକେଲା) ।

ରାଷ୍ଟ୍ରପତି ପୁଲିସ ମେଡାଲ୍ ପାଇଁ ମନୋନୀତ ଶ୍ରୀ କୁଟ୍ଟେ ହେଉଛନ୍ତି ୧୯୯୭ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ । ଯାଜପୁର, ରାଉରକେଲା ଓ ଗଜପତି ଏସପି ଭାବେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏହାପରେ କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୁଇନ୍ଦା ଡିଆଇଜି ଭାବେ କାର୍ଯ୍ୟ କରିଥିଲେ । ପ୍ରଶଂସନୀୟ କାର୍ଯ୍ୟ ପାଇଁ ୨୦୧୩ ରେ ପୁଲିସ ପଦକ ପାଇଥିଲେ । ୨୦୧୫ ରୁ ୨୦୧୬ ଯାଏ ଗୁଇନ୍ଦା ବିଭାଗ ଆଇଜି ଥିଲେ । ୨୦୧୬ ରୁ ୨୦୧୭ ରାଜ୍ୟ ପରିବହନ କମିସନର ଥିଲେ । ୨୦୧୭ ଏପ୍ରିଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ଯୋଗ ଦେଇଥିଲେ । ୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଣେ ଦକ୍ଷ, ସଚ୍ଚୋଟ ଏବଂ କାର୍ଯ୍ୟନିଷ୍ଠ ଅଫିସର ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି ।

ସୂଚନାଯୋଗ୍ୟ, ୨୦୨୩ ପାଇଁ ସମଗ୍ର ଦେଶରୁ ୯୦୧ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ । ୧୪୦ ଜଣଙ୍କୁ ସାହସିକତା ପୁରସ୍କାର ଏବଂ ୯୩ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ମିଳିବ । ୬୬୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ସମ୍ମାନ ମିଳିବ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ ।

Previous Post

ପାଙ୍ଗୀ କଣ୍ଟା ଗିଳିଲେ ଗମାଙ୍ଗ ବାପପୁଅ

Next Post

ଗ୍ରୀନ୍ ଜର୍ସିରେ ନବୀନ, ଫଟୋ ଭାଇରାଲ୍

Next Post
ଗ୍ରୀନ୍ ଜର୍ସିରେ ନବୀନ, ଫଟୋ ଭାଇରାଲ୍

ଗ୍ରୀନ୍ ଜର୍ସିରେ ନବୀନ, ଫଟୋ ଭାଇରାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA