ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତିନୋଟି ଫଟୋ ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ଧଳା ରଙ୍ଗର ଟ୍ରାଉଜର୍ ସାଙ୍ଗକୁ ସବୁଜ ରଙ୍ଗର ଜର୍ସି ପିନ୍ଧି ପିନ୍ଧିଛନ୍ତି । ଜର୍ସି ଆଗ ପଟରେ ‘ଓଡ଼ିଶା- ଅନ ଦ ମୁଭ୍’ ଟ୍ୟାଗ୍ ଲାଇନ୍ ଲେଖାଥିଲା ବେଳେ ପଛରେ “ବନ୍ଦେ ଉତ୍କଳ ଜନନୀ” ଲେଖାଯାଇଛି । ଗୋଟିଏ ଫଟୋରେ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଆଗରେ ଛିଡ଼ା ହୋଇ ମୁଣ୍ଡିଆ ମାରୁଛନ୍ତି ।









