Wednesday, July 1, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାନପୁଅ କଂଗ୍ରେସରୁ, ବଡ଼ପୁଅ ବିଜେଡିରୁ!

ସୁର ରାଉତରାୟଙ୍କ ପରିବାର ରାଜନୀତି

by Our Correspondent
23 Feb, 2023- 07:46 PM
in Latest News, News, Politics
1 min read
0
ସାନପୁଅ କଂଗ୍ରେସରୁ, ବଡ଼ପୁଅ ବିଜେଡିରୁ!

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ ରାଉତରାୟ ତାଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କୁ ନେଇ ଗତକାଲି ନବୀନ ନିବାସ ଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟଘାଟ ହୋଇଥିଲା । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସେଠାରେ ଉପସ୍ଥିତ ଥିଲେ । ଏହାର ଫଟୋ ଗଣମାଧ୍ୟମରେ ଆସିବା ପରେ ସୁରଙ୍କୁ ନେଇ ନାନା କଳ୍ପନାଜଳ୍ପନା ହୋଇଥିଲା । ସେ ଏବଂ ତାଙ୍କ ପରିବାର ବିଜେଡି ଆଡକୁ ଢ଼ଳୁଥିବା ଚର୍ଚ୍ଚା ହେଲା ।

ତେବେ ଏହି ଚର୍ଚ୍ଚାରେ ପୁର୍ଣ୍ଣଚ୍ଛେଦ ଟାଣିବାକୁ ଯାଇ ସୁର ବାବୁ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସଫେଇ ରଖିଥିଲେ । କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା । ପୁଅ ସିଦ୍ଧାର୍ଥ ପାହାଡ଼ ଚଢ଼ାରେ ସଫଳତା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକ୍ରମେ ନବୀନ ନିବାସ ଯାଇଥିଲେ । ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ସେ ୫୫ ବର୍ଷ ଧରି କଂଗ୍ରେସରେ ଅଛନ୍ତି ଏବଂ ରହିବେ । ଦଳ ବଦଳ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସୁର କହିଥିଲେ ।

ସେ ପୁଣି କହିଥିଲେ ଯେ ତାଙ୍କୁ ୮୦ ବର୍ଷ ହୋଇଯାଇଥିବାରୁ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଜଟଣୀରୁ ତାଙ୍କ ଜାଗାରେ ଏଥର ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢ଼ିବେ । ସାନପୁଅ କଂଗ୍ରେସ ଟିକେଟରେ ହିଁ ନିର୍ବାଚନ ଲଢ଼ିବେ ବୋଲି ସୁର ବାବୁ ସ୍ପଷ୍ଟ କରିଥିଲେ ।

ତେବେ ପରିବାର ରାଜନୀତିର ଏହି ଅଧ୍ୟାୟ ସେତିକିରେ ସରିନାହିଁ । ବାପାଙ୍କ ସହ ନବୀନ ନିବାସ ଯାଇଥିବା ବଡ଼ପୁଅ ସିଦ୍ଧାର୍ଥ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି । ଆମେରିକାରେ ଏକ ପ୍ରତିଷ୍ଠିତ କମ୍ପାନୀର ଉଚ୍ଚ ପଦବୀରେ ଥିବା ସିଦ୍ଧାର୍ଥଙ୍କର ରାଜନୀତି ପ୍ରତି ରୁଚି ନାହିଁ ଏବଂ ତାଙ୍କ ଉତ୍ତରାଧିକାରୀ ଭାବେ ସାନପୁଅ ମନ୍ମଥଙ୍କୁ ସୁର ବାବୁ ବାରମ୍ବାର ଉପସ୍ଥାପିତ କରି ଆସୁଥିଲା ବେଳେ ବିଭିନ୍ନ ଗଣମାଧ୍ୟମକୁ ସିଦ୍ଧାର୍ଥଙ୍କର ବୟାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ସେ ସାମାଜିକ କ୍ଷେତ୍ରକୁ ଆସିବେ ଏବଂ ନିର୍ବାଚନ ଲଢ଼ି ବିଧାୟକ ହେବାକୁ ବ୍ୟକ୍ତିଗତ ଭାବେ ଆଗ୍ରହୀ । ଏକଥା ସେ ବାପାଙ୍କୁ ଜଣାଇ ଦେଇଛନ୍ତି । ମାତ୍ର କେଉଁଠୁ ଲଢ଼ିବାକୁ ଆଗ୍ରହୀ ତାହାକୁ ସସପେନ୍ସ ରଖିଛନ୍ତି । ତେବେ ଜଟଣୀ ନିର୍ବାଚନ ମଣ୍ଡଳୀକୁ ସେ ତାଙ୍କ ସାନ ଭାଇ ପାଇଁ ଛାଡ଼ି ଦେଇଛନ୍ତି । ମନ୍ମଥ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ସେ ଦୋହରାଇଛନ୍ତି । କିନ୍ତୁ ବାପାଙ୍କ ଦଳ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି । କେଉଁ ଦଳରେ ମିଶିବେ ସେହି ନିଷ୍ପତ୍ତି ନେଇ ନ ଥିବା ଜଣାଇଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ରାଜ୍ୟ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ସେ ତାଙ୍କର ପାହାଡ଼ ଚଢ଼ାରେ ସଫଳତା ଏବଂ ଆମେରିକା ଚାକିରି ସମ୍ପର୍କରେ ପଚାରି ବୁଝିଥିଲେ । ସେ ଚାକିରି କରିଥିବା କମ୍ପାନୀରେ ଟ୍ରାନଫରମେସନ୍ ବା ରୂପାନ୍ତର କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇଥିଲେ ବୋଲି ସିଦ୍ଧାର୍ଥ କହିଛନ୍ତି ।

ସିଦ୍ଧାର୍ଥଙ୍କ ଏହି ବୟାନରୁ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦୁର୍ବଳତା ରହିଥିବା ବାରି ହେଉଥିବା ବେଳେ ସେ ବିଜେଡିରେ ଯୋଗଦେବାକୁ ଆଗ୍ରହୀ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏପରିକି ବିଜେଡି ଟିକେଟରେ ସେ ଖୋର୍ଦ୍ଧା, ବେଗୁନିଆ କିମ୍ବା ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।

Previous Post

ନୂଆ ରୂପରେ ଉତ୍କଳମଣିଙ୍କ ଜନ୍ମପୀଠ

Next Post

ଓଡ଼ିଶା ବଜେଟ୍: କୃଷି ପାଇଁ ୨୪, ୮୨୯ କୋଟି

Next Post
ଓଡ଼ିଶା ବଜେଟ୍: କୃଷି ପାଇଁ ୨୪, ୮୨୯ କୋଟି

ଓଡ଼ିଶା ବଜେଟ୍: କୃଷି ପାଇଁ ୨୪, ୮୨୯ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA