Saturday, May 9, 2026 06:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ଦେହାନ୍ତ

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

by Our Correspondent
02 May, 2023- 03:47 PM
in Latest News
1 min read
0
ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ଜିଲ୍ଲା ପାଡୁଆସ୍ଥିତ କୁଲାବିର ଆଶ୍ରମରେ ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ୧୦୨ ବର୍ଷ ହୋଇଥିଲା । ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକପ୍ରକାଶ କରିଛନ୍ତ । ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନିଶାକର ଦାସ ଯାଜପୁର ଜିଲ୍ଲାର ସିଂହପୁର ଗ୍ରାମରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦାରିଦ୍ର୍ୟ, ଅସ୍ପୃଶ୍ୟତା, ସାମାଜିକ ଘୃଣା ସତ୍ତ୍ୱେ ସେ ପ୍ରଥମେ ପାଲା ଓ ଯାତ୍ରା ଦଳରେ କାମ କଲେ, ପରେ ମା’ ରମାଦେବୀ, ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ, ମନମୋହନ ଚୌଧୁରୀ ଆଦିଙ୍କ ସଂସ୍ପର୍ଶରେ ଆସି ଗାନ୍ଧୀ – ସର୍ବୋଦୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୪୨ ମସିହାରେ ଯାଜପୁର କଚେରୀ ଘେରାଉ କାର୍ଯ୍ୟରେ ସାମିଲ ହୋଇ ଦେଶ ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଖଦୀ, ସୂତାକଟା, ଲୁଗାବୁଣା, ଆଶ୍ରମ ପ୍ରାର୍ଥନା ଆଦି କାମରେ ପାରଙ୍ଗମ ହୋଇ ପାରିଥିଲେ । ବିନୋବା ଭାବେ ଭୁଦାନ ସଂଗ୍ରହ ପାଇଁ ୧୯୫୫ ମସିହାରେ ପଦଯାତ୍ରାରେ ଓଡିଶା ଆସିବା ବେଳେ ସେ ବାଲେଶ୍ଵରର ଲକ୍ଷ୍ମଣନାଥ ଠାରୁ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବା ଯାଏ ତାଙ୍କ ସହ ସହଯାତ୍ରୀ ଥିଲେ । ବିନୋବାଜୀଙ୍କ ପଦଯାତ୍ରାରେ ଆଗରେ ଲଣ୍ଠନ ଧରି ଚାଲିବା, ସଭାରେ ସର୍ବଧର୍ମ ପ୍ରାର୍ଥନା ଗାଇବା ତଥା ଅଲସର ପୀଡିତ ବିନୋବାଙ୍କ ପାଇଁ କ୍ଷୀରରୁ ଲହୁଣୀ ବାହାର କରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା ।

ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହେବାରେ ସେ ଯାଜପୁର ଛାଡି କୋରାପୁଟ ଯାଇ ନନ୍ଦପୁର ବ୍ଲକର କୁଲାବୀର ଗ୍ରାମରେ ଆଶ୍ରମ ନିର୍ମାଣ କରି ଗାଁ ଗାଁରେ ଗ୍ରାମ ସଭା, ଗ୍ରାମ ପାଣ୍ଠି ଗଢିବା ସହ ଜମି ଉପରେ ବ୍ୟକ୍ତି ମାଲିକାନା ସମାପ୍ତ କରି ଗ୍ରାମସଭାର ସାମୁହିକ ମାଲିକାନାର ବ୍ୟବସ୍ଥା କରାଇଥିଲେ । ଏହି ଆନ୍ଦୋଳନ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପଚସ୍ତରୀ ଭାଗ ଗ୍ରାମରେ ଗ୍ରାମଦାନ ଘୋଷଣା ହୋଇପାରିଥିଲା। ସରଳା ଦେବୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ପଣ୍ଡିତ କୃପାସିନ୍ଧୁ ହୋତା, ଗୁଣନିଧି ମହାନ୍ତି, ବିଶ୍ଵନାଥ ପଟ୍ଟନାୟକ, ଈଶ୍ଵରଲାଲ ବ୍ୟାସ, ଅନ୍ନପୂର୍ଣ୍ଣା ମହାରଣା ଆଦି ସର୍ବୋଦୟ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିମାନଙ୍କର ସେ ଘନିଷ୍ଠ ସହଯୋଗୀ ଅଟନ୍ତି । ଆଚାର୍ଯ୍ୟ ହରିହର ଦାସ ଜୀବନର ଶେଷ ଅବସ୍ଥାରେ ଓଡିଶବ୍ୟାପୀ ଯେଉଁ ପଦଯାତ୍ରା କରିଥିଲେ, ସେଥିରେ ନିଶାକର ଦାସ ତାଙ୍କର ସହଯାତ୍ରୀ ରହିଥିଲେ ।

ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନଠାରୁ ବର୍ତ୍ତମାନର ନବ୍ୟ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଯାଏ ସମସ୍ତ ଆନ୍ଦୋଳନରେ ସେ ଆଗରେ ରହିଥିଲେ । ତାଙ୍କ ଆତ୍ମଜୀବନୀ ଖରସୁଆଁରୁ କୁଲାବୀର ଉତ୍କଳ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛି । ଏହି ଆତ୍ମଜୀବନୀ ଇଂରାଜୀ ଭାଷାରେ ମଧ୍ୟ ଅନୁଦିତ ହୋଇଅଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଭିନ୍ନ ସାମାଜିକ ଆନେ୍ଦାଳନରେ ଦୃଢ଼ ନେତୃତ୍ୱ ନେବା ସହ ଜନସଚେତନତା ଜାଗ୍ରତ କରିବାରେ ତାଙ୍କ ସମର୍ପିତ ଜୀବନ ପ୍ରେରଣାର ଉତ୍ସ । ଏହି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସେ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Previous Post

ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି

Next Post

ଝାରସୁଗୁଡ଼ା: ବିଜେଡିକୁ ପଳେଇଲେ ବିଜେପି ଜିଲ୍ଲା ସଭାପତି

Next Post
ଝାରସୁଗୁଡ଼ା: ବିଜେଡିକୁ ପଳେଇଲେ ବିଜେପି ଜିଲ୍ଲା ସଭାପତି

ଝାରସୁଗୁଡ଼ା: ବିଜେଡିକୁ ପଳେଇଲେ ବିଜେପି ଜିଲ୍ଲା ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA