Saturday, May 9, 2026 05:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଝାରସୁଗୁଡ଼ା: ବିଜେଡିକୁ ପଳେଇଲେ ବିଜେପି ଜିଲ୍ଲା ସଭାପତି

ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା

by Our Correspondent
03 May, 2023- 06:11 PM
in Latest News, News, Politics
1 min read
0
ଝାରସୁଗୁଡ଼ା: ବିଜେଡିକୁ ପଳେଇଲେ ବିଜେପି ଜିଲ୍ଲା ସଭାପତି

ଭୁୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ୮ ଦିନ ବାକି ଥିଲା ବେଳେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଯାହାଙ୍କ ନେତୃତ୍ୱରେ ଦଳ ଉପନିର୍ବାଚନ ଲଢୁଥିଲା ସିଏ ଆଜି ଦଳ ଛାଡ଼ି ଶତ୍ରୁପକ୍ଷ ବିଜେଡିକୁ ପଳାଇଛନ୍ତି । ବିଜେଡିରେ ଯୋଗଦେଇଥିବା ଏହି ନେତା ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।

ସଭାପତି ଭାବେ ଦୀର୍ଘ ଦିନ ଧରି ଜିଲ୍ଲା ବିଜେପିର ମଙ୍ଗ ଧରିଥିବା ମଙ୍ଗଳ ବାବୁ ଦଳର ଜଣେ ପୁରୁଖା ଓ ଶକ୍ତିଶାଳୀ ନେତା ଥିଲେ । ଦୁଇ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ ସ୍ଥାନ ପାଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିଲା ବେଳେ ତାଙ୍କର ମଧ୍ୟ ପ୍ରତିନିଧି ଥିଲେ ।

ହେଲେ ଦଳ ପାଇଁ ଦୁର୍ଭାଗ୍ୟ ଯେ, ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ସରଗରମ ବେଳକୁ ମଙ୍ଗଳ ସାହୁ ବିଜେପିକୁ ଛି କରିଦେଇଛନ୍ତି । ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ତାଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସେ ନବୀନଙ୍କ ଗୁଣାଗାନ କରି ଶଙ୍ଖ ଫୁଙ୍ଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ସାହୁ ବିଜେଡିରେ ମିଶୁଥିବା ଶ୍ରୀ ମଙ୍ଗରାଜ କହିଥିଲେ ।

ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବିଜେପି ସଂଗଠନ ମଜବୁତ କରିବାକୁ ସେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଦଳର ଶୃଙ୍ଖଳିତ କର୍ମୀ ଭାବେ କାମ କରିଛନ୍ତି । ତେବେ ଦଳର ପୁରୁଣା ନୀତି ଆଦର୍ଶ ଆଉ ନାହିଁ । ପୁରୁଖା ନେତାମାନଙ୍କୁ ଦଳ ଅଣଦେଖା କରିଦେଇଛି । ଯେତେବେଳେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ଆମେ ଅଲଗା ଦଳରେ ଥିଲେ ବି ଜଣେ ନେତାଙ୍କର ଏଭଳି ହତ୍ୟାକାଣ୍ଡ ମୋତେ ବ୍ୟଥିତ କରିଥିଲା। ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଚାହୁଁଥିଲୁ ଦୋଷୀକୁ କଠୋର ଦଣ୍ଡ ମିଳୁ।  କିନ୍ତୁ କିଛିଦିନ ଭିତରେ ବିଜେପିର କିଛି ନେତା ଏହାକୁ ନେଇ ହୀନ ରାଜନୀତି କରିବା ଆରମ୍ଭ କରିଦେଲେ। ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କାହାଣୀ ତିଆରି କରି ବିଭିନ୍ନ ସମୟରେ ଅଲଗା ଅଲଗା ଅଭିଯୋଗ କଲେ। ଏହା  ମୋତେ ଦୁଃଖ ଦେଲା,  ଆଚମ୍ବିତ କଲା ଏବଂ ଶକ୍ତ ଆଘାତ ଦେଲା। 

କିଛି ନେତା ଏଭଳି କାହିଁକି କରୁଛନ୍ତି ବୋଲି ସେତେବେଳେ ମୁଁ ପାର୍ଟି ଭିତରେ ପ୍ରଶ୍ନ ଉଠାଇଥିଲି ଏବଂ ବରିଷ୍ଠ ନେତାମାନଙ୍କ ଆଗରେ ମୋ ମତ ରଖିଥିଲି। ମାତ୍ର କେହି ମୋ କଥା ଶୁଣିଲେନି। ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତ ଯେତେବେଳେ କହିଲେ ଯେ ନବଦାସଙ୍କ ଝିଅ ଦୀପାଳି ହତ୍ୟାକାରୀ ସହ ମିଶି ଯାଇଛନ୍ତି; ତାହା ମୋତେ ଗଭୀର ଆଘାତ ଦେଲା।  କେବଳ ରାଜନୈତିକ ଫାଇଦା ପାଇଁ ଜଣେ ବାପଛେଣ୍ଡ ଝିଅ ବିରୋଧରେ ବିଜେପି ନେତାମାନଙ୍କ ଏଭଳି ମିଥ୍ୟାଚାର ଓ ଆତ୍ମପ୍ରବଞ୍ଚନାକୁ ମୁଁ ସହି ପାରିଲି ନାହିଁ। ଆମ ସମସ୍ତଙ୍କ ଘରେ ବି ଝିଅ ଓ ଭଉଣୀ ଅଛନ୍ତି। ରାଜନୀତି ତା’ ବାଟରେ ହେବା କଥା। କିନ୍ତୁ ମୁଁ ଯେତେବେଳେ ହୃଦବୋଧ କଲି ଯେ ଏମାନେ ରାଜନୀତି ପାଇଁ କିଛି ବି କରିପାରନ୍ତି, ମୁଁ ଆଉ ଏଭଳି ପାର୍ଟିରେ ରହିବିନି ବୋଲି ସ୍ଥିର କଲି।

ମୋର ପଦପଦବୀ ଲୋଭ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଉଛି । ବିଜେଡିକୁ ମଜବୁତ କରିବାକୁ କାମ କରିବି ବୋଲି କହିଥିଲେ ।

ମିଶ୍ରଣ ପର୍ବ ସରିଲା ପରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆର୍ଶୀବାଦ ନେଇଥିଲେ । ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଥିଲେ । ସାଂସଦ ଶ୍ରୀ ମଙ୍ଗରାଜ ସେଠାରେ ଉପସ୍ଥିତ ଥିଲେ ।

 

Previous Post

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ଦେହାନ୍ତ

Next Post

କାଲିଠୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଜନ୍ମମାଟି ଗସ୍ତ

Next Post
କାଲିଠୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଜନ୍ମମାଟି ଗସ୍ତ

କାଲିଠୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଜନ୍ମମାଟି ଗସ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA