ଭୁୁବନେଶ୍ୱର: ୧୯୯୦ ବ୍ୟାଚ୍ ର ତିନି ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀ, ଡ. ସୁଧାଂଶୁ ଷଡ଼ଙ୍ଗୀ ଏବଂ ୱାଇବି ଖୁରାନିଆ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅତିରିକ୍ତ ଡିଜି ପାହ୍ୟାରେ ଥିବା ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ଡ. ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ୍ ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି ।






