Tuesday, June 30, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯାଦୁଆ ହାତରେ ଯାଦୁମଲମ !

by Our Correspondent
18 Jun, 2023- 06:43 PM
in Latest News, News, Politics
1 min read
0
ଯାଦୁଆ ହାତରେ ଯାଦୁମଲମ !

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିଛନ୍ତି । ନାଁ ନ ନେଇ ସେ ଖୋଲା ଚାଲେଞ୍ଜ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିଥିବାରୁ ଏଥିରେ ହାଇକମାଣ୍ଡଙ୍କ ଅନୁମତି ଥିବା କୁହାଯାଉଛି । ଯଦି ଏହା ସତ ହୋଇଥାଏ, ତେବେ ଅପରାଜିତାଙ୍କ ମୁହଁରେ ଏହି ପ୍ରସଙ୍ଗ ଉଠାଇବା ଦଳ ପାଇଁ ଯେ ଫାଇଦା ହେବ ତାହା ବିଶ୍ୱାସ ହେଉନାହିଁ । କାରଣ ଭୁଲ୍ ଲୋକ ହାତରେ ହାଇକମାଣ୍ଡ ଅସ୍ତ୍ର ଧରାଇଛନ୍ତି । ଅପରାଜିତାଙ୍କ ଭଳି ଅହଂକାରୀ, ଉଚ୍ଚାଭିଳାଷୀ ଏବଂ ବ୍ୟକ୍ତିକେନ୍ଦ୍ରିକ ନେତାଙ୍କ ମୁହଁରେ କଥାଟି ଶୋଭା ପାଉ ନାହିଁ । ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ନ୍ୟୁନ ଦେଖାଇବାକୁ ଚେଷ୍ଟା କରିବା ଓଲଟି ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।

ପ୍ରଥମତଃ, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ସାଂସଦ ମ୍ୟାଡାମ୍ କଡ଼ା ଭାଷାରେ ସମାଲୋଚନା କରିବା ସହ ଚାକିରି ଛାଡ଼ି ରାଜନୀତି କରିବାକୁ ଆହ୍ୱାନ ଦେଇଛନ୍ତି । ମାତ୍ର ତାଙ୍କ ନାଁ ନେଇ ନାହାନ୍ତି । ତାଙ୍କୁ ନିମ୍ନପଦସ୍ଥ ପ୍ରଶାସନିକ ଅଧିକାରୀ ବୋଲି ଆକ୍ଷେପ କରିଛନ୍ତି । ସେ ନିଜେ ଆଇଏଏସ୍, ୨୪ ବର୍ଷ ଧରି ପ୍ରଶାସନିକ ସେବାରେ ଥିଲେ ଏବଂ ଚାକିରି ଛାଡ଼ି ଭୁବନେଶ୍ୱରରୁ ସାଂସଦ ହୋଇଛନ୍ତି ବୋଲି ତାଙ୍କର ଚିରାଚରିତ ଡାଇଲଗ୍ ଶୁଣାଇଛନ୍ତି । ବିଡ଼ମ୍ବନାର କଥା ଯେ ସେ ଆକ୍ଷେପ କରୁଥିବା ସଚିବଙ୍କ ନାଁ ନିଜ ମୁହଁରୁ ନ ଶୁଣାଇ ସାମ୍ବାଦିକମାନଙ୍କ ଉପରକୁ ଛାଡ଼ିଥିଲେ । ସତେ ଯେମିତି ସାମ୍ବାଦିକମାନେ ତାଙ୍କ ବୋଲକରା ।

ଦ୍ୱିତୀୟରେ- ମୁଖ୍ୟମନ୍ତ୍ରୀଙ୍କ ସଚିବ ଓଡ଼ିଶା ସାରା ବୁଲି କେମିତି ସଭା ସମିତିରେ ଯୋଗ ଦେଉଛନ୍ତି, ଫୁଲମାଳ ପାଉଛନ୍ତି ତାହାକୁ ପ୍ରଶ୍ନ କରିଛନ୍ତି ସାଂସଦ ମ୍ୟାଡାମ୍ । ଏହା ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ସ ଓ ଅର୍ଡର ଅଫ୍ ପ୍ରିସିଡେନ୍ସର ଉଲ୍ଲଂଘନ ବୋଲି ସେ ଚିଲ୍ଲାଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ଉଠାଇବାକୁ ସେ ସାହାସ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ତାଙ୍କ ସଚିବ ପାଳନ କରିବା ସର୍ଭିସ୍ ରୁଲ୍ସରେ ବ୍ୟବସ୍ଥା ଅଛି ନା ନାହିଁ ଜଣାଇ ନାହାନ୍ତି ।

ତୃତୀୟରେ, ଭାରତୀୟ ସମ୍ବିଧାନର ବ୍ୟାଖ୍ୟା କରି ସାଂସଦ କହିଛନ୍ତି ଯେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଓ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରନ୍ତି ଏବଂ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରନ୍ତି । ଅଫିସରଙ୍କ ଏହା ଦାୟିତ୍ୱ ନୁହେଁ ।

ଓଡ଼ିଶାବାସୀ ସମ୍ବିଧାନର ଏହି ନିୟମ ଜାଣିଛନ୍ତି । ମାତ୍ର ମ୍ୟାଡାମ୍ ତାଙ୍କ ଚାକିରିକାଳରେ ସମ୍ବିଧାନର ଏହି ନିୟମକୁ କେମିତି ସମ୍ମାନ କରୁଥିଲେ ତାହା ଓଡ଼ିଶାବାସୀ ମନେ ରଖିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସେ କିଭଳି ଅସମ୍ମାନ କରି ନିଜର ଔଦ୍ଧତ୍ୟ ଦେଖାଉଥିଲେ ତାହା କେହି ଭୁଲିନାହାନ୍ତି । ମନ୍ତ୍ରୀଙ୍କ ସହ ବିନା ପରାମର୍ଶରେ ସେ ନିଜେ ନିଜେ ନିଷ୍ପତ୍ତି ନେଉଥିବା କାହାକୁ ଅଜଣା ନଥିଲା । ସେହିଭଳି ଭୁବନେଶ୍ୱର ମହାନଗର ନିଗମ କମିସନର ଥିଲା ବେଳେ ମେୟରଙ୍କୁ ସେ ବାସିରେ ପଚାରୁ ନ ଥିଲେ । ସାଂସଦ ଏକଥା ଭୁଲିଗଲେ କି?

ଚତୁର୍ଥରେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରମୁଖ ୩ ପ୍ରମୁଖ ଅଧିକାରୀ କାହିଁକି ଦକ୍ଷିଣ ଭାରତୀୟ ବୋଲି ନିର୍ଦ୍ଦିଷ୍ଟ ପ୍ରଶ୍ନ କରିଛନ୍ତି ସାଂସଦ ମ୍ୟାଡାମ୍ । ଖାଲି ସେତିକି ନୁହେଁ, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତି ଓ ଠିକାଦାରମାନଙ୍କ ଦଖଲକୁ ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ୱର ସାଂସଦ ଭୁଲିଯିବା ଉଚିତ୍ ନୁହେଁ ଯେ ସେ ନିଜେ ହେଉଛନ୍ତି ଜଣେ ବିହାରୀ । ଓଡ଼ିଆ ଘରେ ବୋହୁ ହୋଇଥିବାରୁ ଓଡ଼ିଶାବାସୀଙ୍କ ସ୍ନେହ ପାଇଛନ୍ତି । ଭୁବନେଶ୍ୱରବାସୀ ତାଙ୍କୁ ଲୋକସଭାକୁ ନିର୍ବାଚିତ କରିଛନ୍ତି । ଆଉ ନିର୍ଦ୍ଦିଷ୍ଟ ଭାବେ ଯାହାଙ୍କୁ ଆକ୍ଷେପ କରୁଛନ୍ତି ସେ ମଧ୍ୟ ଓଡ଼ିଆ ଘରର ଜ୍ୱାଇଁ ।

ବାକି ରହିଲା ଆଇଏଏସ୍ ଚାକିରି କଥା । ଏହା ହେଉଛି ସର୍ବଭାରତୀୟ ଚାକିରି । ଓଡିଶା କ୍ୟାଡର ଅଫିସରଙ୍କ ଦାୟିତ୍ୱ ହେଲା ଓଡ଼ିଶା ରାଜ୍ୟର ବିକାଶ । ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିଥାଏ । ଏଥିରେ ଆଞ୍ଚଳିକତାବାଦ, ଜାତିଭେଦର କଥା ନଥାଏ । ଆଇଏଏସ୍ ରୁ ସାଂସଦ ବନିଥିବା ଅପରାଜିତାଙ୍କୁ ଏହା ଅଜଣା କି? ମାତ୍ର ପ୍ରଶାସନରେ ଆଞ୍ଚଳିକତାବାଦର ସ୍ୱର ଉଠାଇ ସାଂସଦ କି ବାର୍ତ୍ତା ଦେବାକୁ ଚାହିଁଛନ୍ତି? ଓଡ଼ିଶାରେ ଦକ୍ଷିଣ ଭାରତୀୟ ବ୍ୟବସାୟୀ ଓ ଠିକାଦାରଙ୍କ ରାଜୁତି ସମ୍ପର୍କରେ ସେ କାହାକୁ ଲଣ୍ଠନ ଦେଖାଉଛନ୍ତି?

ପଞ୍ଚମରେ, ସାଂସଦ ପଚାରିଛନ୍ତି ଯେ ଜଣେ ନିମ୍ନ ପଦସ୍ଥ ସଚିବସ୍ତରୀୟ ଅଧିକାରୀଙ୍କ ଉପରେ ସାଧାରଣ ଜନତା କାହିଁକି ଫୁଲ ପକାଉଛନ୍ତି? କାହିଁକି ହାତ ମିଳାଉଛନ୍ତି? ନିର୍ବାଚିତ ଲୋକପ୍ରତିନିଧିମାନେ ନିରବ କାହିଁକି ବୋଲି ମ୍ୟାଡାମ୍ ପ୍ରଶ୍ନ କରିଛନ୍ତି । ଏହି ଅଫିସର ରାଜ୍ୟର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି ବୋଲି ସେ ମଧ୍ୟ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଆମ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଉନାହିଁ ବୋଲି ସେ କ୍ଷୋଭ ଦେଖାଇଛନ୍ତି ।

ତେବେ ସାଂସଦ କାହାକୁ ଗୁହାରି କରିଛନ୍ତି? ଯଦି ଓଡ଼ିଶା ଶାସନ ବ୍ୟବସ୍ଥାରେ ବିଭ୍ରାଟ ଦେଖୁଛନ୍ତି ତେବେ ଆଜିଯାଏଁ ଶୋଇଥିଲେ କେଉଁଠି? ନିଜେ ଜଣେ ଲୋକପ୍ରତିନିଧି ଭାବରେ କ’ଣ ଉତ୍ତର ଦାୟିତ୍ୱ ନେଇଛନ୍ତି? କେନ୍ଦ୍ରରେ ତାଙ୍କ ଦଳ କ୍ଷମତାରେ ଅଛି ବୋଲି ସାଂସଦ ଭୁଲିଯାଇଛନ୍ତି କି?

ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ନିଜର ଦାୟିତ୍ୱ ଭୁଲିଯାଇଛନ୍ତି ଓ ଏବଂ ତାଙ୍କ ଅଫିସର ବିଶୃଙ୍ଖଳିତ ହୋଇ ଶାସନକୁ ହାଇଜାକ୍ କରୁଛନ୍ତି ତେବେ ସେ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର କିଛି ଲଗାମ ଅଛି ନା ନାହିଁ? ସାଂସଦ ମହୋଦୟା ଏ ପ୍ରସଙ୍ଗ ସଂସଦରେ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେଣି କି?

ଶେଷ କଥା ହେଉଛି, ବିହାରରେ ଜନ୍ମିତ ଅପରାଜିତା ଓଡ଼ିଆ ଅସ୍ମିତା କଥା କହି ପ୍ରବଚନ ଦେଉଛନ୍ତି । ଓଡ଼ିଶାର ବୋହୁ ହୋଇଥିବାରୁ ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ପାଇଛନ୍ତି । ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦରେ ବିଜେପିରୁ ଲଢ଼ି ଲୋକସଭାକୁ ଯାଇଛନ୍ତି । ମାତ୍ର ସେ କିଭଳି ଓଡିଶାପ୍ରେମୀ, ଜନସେବୀ ଓ ଶୃଙ୍ଖଳିତ ତାହା ସମସ୍ତେ ଜାଣନ୍ତି ।

ଏହାର ନଗଦ ଝଲକ ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଓଳସିଂ ଗ୍ରାମରେ ଦେଖିବାକୁ ମିଳିଛି । ତାଙ୍କ ବିରୋଧରେ ଦଳୀୟ କର୍ମୀମାନଙ୍କର ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ସାଂସଦ ଅପରାଜିତା । ନିର୍ବାଚନ ଜିତିବା ପରଠୁ ଅଞ୍ଚଳକୁ ଯାଇ ନ ଥିଲେ କି କାହାରି ସହ ସମ୍ପର୍କ ରଖି ନ ଥିଲେ । ଗତକାଲି ସଂଧ୍ୟାରେ ଯେ ଓଳସିଂ ଗ୍ରାମକୁ ଅଚାନକ ଯାଇଥିବା ବେଳେ ଦଳୀୟ କର୍ମୀମାନେ ତାଙ୍କୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ଗୋ ବ୍ୟାକ୍ ଅପରାଜିତା ଧ୍ୱନି ଦେଇ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ । କର୍ମୀମାନଙ୍କ ରୋଷର ସାମନା କରି ନ ପାରି ସେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବାନୁଯାୟୀ, ସାଂସଦ ହୋଇ ରାଜନୀତିରେ ପାଦ ଥାପୁ ଥାପୁ ଏହି ଭଦ୍ର ମହିଳାଙ୍କର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ଥିବା ସମସ୍ତେ ଜାଣନ୍ତି । ସେଥିରେ ଅସୁବିଧା ନାହିଁ । ମାତ୍ର ଗୋଟେ ଦଳ ଭିତରେ ସମସ୍ତଙ୍କୁ ନେଇ କାମ କରିବାକୁ ପଡ଼ିବ । ଯାହା ମ୍ୟାଡାମ୍ ବିଶ୍ୱାସ କରନ୍ତି ନାହିଁ । ଦଳୀୟ ନେତା ଓ କର୍ମୀଙ୍କୁ ପାସଙ୍ଗରେ ନିଅନ୍ତି ନାହିଁ । ନିଜସ୍ୱ ସଂଗଠନରେ ବିଶ୍ୱାସ କରନ୍ତି । ପ୍ରଚାର ପୋଷ୍ଟରରେ ଅର୍ଡର ଅଫ୍ ପ୍ରିସିଡେନ୍ସ ରଖନ୍ତି ନାହିଁ । ତାଙ୍କ ଫଟୋ ପାଖରେ ରାଜ୍ୟ ସଭାପତିଙ୍କ ଫଟୋ ରଖିବାକୁ ବି ସେ ପସନ୍ଦ କରନ୍ତି ନାହିଁ । କର୍ମୀଙ୍କ ପ୍ରତି ତାଙ୍କର ହୀନମନ୍ୟତାକୁ ନେଇ ଦଳରେ ଭରପୂର ଅସନ୍ତୋଷ ରହିଛି । ତାଙ୍କର ସ୍ୱେଚ୍ଛାଚାରିତା ଓ ଅହଂକାର ଗୁଣ ପାଇଁ ଅନେକ ପାଖଲୋକ ଦୂରେଇ ଗଲେଣି । ଏଭଳି ନେତାଙ୍କ ତୁଣ୍ଡରେ ନମ୍ରତା ଶୃଙ୍ଖଳା ଓ ଦାୟିତ୍ୱର ପାଠ, ଯାଦୁଆ ହାତରେ ଯାଦୁମଲମ ବୋଲି କୁହାଯାଇପାରେ ।

Previous Post

ପାଣ୍ଡିଆନ୍ ଙ୍କୁ ଭୟ ନା ରାଗ ?

Next Post

ବଡ଼ଠାକୁରଙ୍କ ପହଣ୍ଡି ବିଜେ

Next Post
ବଡ଼ଠାକୁରଙ୍କ ପହଣ୍ଡି ବିଜେ

ବଡ଼ଠାକୁରଙ୍କ ପହଣ୍ଡି ବିଜେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA