Wednesday, April 22, 2026 08:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ୍ ଙ୍କୁ ଭୟ ନା ରାଗ ?

by Our Correspondent
17 Jun, 2023- 10:51 AM
in Latest News, News, Politics
1 min read
0
ପାଣ୍ଡିଆନ୍ ଙ୍କୁ ଭୟ ନା ରାଗ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ବିଜେପି ନେତାଏ ପୁଣି ଡରିଲେଣି କି? ନା ରାଗିଛନ୍ତି? ‘ପୁଣି’ ଏଇଥିପାଇଁ କହୁଛୁ ଯେ ଗତ ସାଧାରଣ ନିର୍ବାଚନ ପ୍ରଚାରରେ ନିର୍ଦ୍ଦିଷ୍ଟ ବିଜେପି ନେତାଙ୍କର ମୁଖ୍ୟ ଟାର୍ଗେଟ୍ ରେ ଥିଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ସେମାନେ ଏହି ସଚିବଙ୍କ ପଛରେ ପଡ଼ିଥିଲେ । କୌଣସି କାରଣରୁ ପାଣ୍ଡିଆନ୍ ଙ୍କ ନାଁ ସିଧାସଳଖ ଧରିବାକୁ ସେମାନଙ୍କର ସାହାସ ନ ଥିଲା । ତୃତୀୟ ମହଲାରୁ ରାଜ୍ୟ ଶାସନ ପରିଚାଳିତ ହେଉଥିବା କହି ପାଣ୍ଡିଆନ୍ ଙ୍କୁ କେବଳ ଇସାରା କରୁଥିଲେ । ବିଜେଡି ଟିକେଟ୍ ବି ସେଇ ତୃତୀୟ ମହଲା ଦପ୍ତରରୁ ନିର୍ଣ୍ଣୟ ହେଉଛି କହି ନବୀନଙ୍କୁ ନ୍ୟୁନ ଦେଖାଇବାକୁ ଉଦ୍ୟମ କରିଥିଲେ । ମାଲିକଙ୍କ ସ୍ୱାର୍ଥରେ ବିଜେପିର ନିର୍ବାଚନ ପ୍ରଚାର କରୁଥିବା ଟିଭି ଚାନେଲ୍ ପାଣ୍ଡିଆନ୍ ଙ୍କୁ ଏକଦମ୍ ଭିଲେନ୍ ସଜେଇଥିଲା ।

ତେବେ ନିର୍ବାଚନ ଫଳ କ’ଣ ହେଲା ସମସ୍ତେ ଦେଖିଲେ । ବିଜେପି ନେତାଙ୍କ ଅଭିଯୋଗକୁ ସତ ବୋଲି ଧରାଗଲେ, ଏକା ପାଣ୍ଡିଆନ୍ ଶକ୍ତିଶାଳୀ ବିଜେପି ନେତାମାନଙ୍କୁ ପାଣି ପିଆଇ ଦେଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଧୂଳିସାତ୍ ହୋଇଗଲା । ବୈଜୟନ୍ତ ପଣ୍ଡା ଦେଢ଼ଲକ୍ଷରୁ ଅଧିକ ଭୋଟରେ ହାରି ଲଜ୍ଜାରେ ଓଡ଼ିଶା ଛାଡ଼ିଦେଲେ । ଦି ଦିନିଆ ବିଜେପି ନେତା ଦାମବାବୁଙ୍କର ଏରସମାରେ କ’ଣ ଅବସ୍ଥା ହେଲା ସମସ୍ତେ ଦେଖିଲେ । ସାମଗ୍ରିକ ଭାବେ ବିଜେପି ନେତାଙ୍କ କଳବଳ କୌଶଳ କିଛି କାମ ଦେଲାନି । ରାଜ୍ୟରେ ସରକାର ଗଠନ କରିବାର ଦମ୍ଭ ଦେଖାଉଥିବା ଏହି ଦଳ ୨୩ ଟି ବିଧାନସଭା ଆସନରେ ସୀମିତ ରହିଗଲେ ।

ପରବର୍ତ୍ତୀ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବା ବେଳେ ସେଇ ବିଜେପି ନେତାଙ୍କୁ ପାଣ୍ଡିଆନ୍ ଭୂତ ପୁଣି ଆକ୍ରାନ୍ତ କରିଛି । ପ୍ରାୟ ୩ ବର୍ଷ ଧରି ଚୁପ୍ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଇ ପ୍ରସଙ୍ଗକୁ ଫେରିଛନ୍ତି । ଆଜି ତାଙ୍କ ସହ ଯୋଡି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପାଣ୍ଡିଆନ୍ ଙ୍କ କାର୍ଯ୍ୟଶୈଳୀ ଓ ଜିଲ୍ଲାଗସ୍ତ ସେମାନଙ୍କର ନାପସନ୍ଦ ହୋଇଛି । କେନ୍ଦ୍ରରେ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଏବଂ ଜଣେ ପ୍ରଭାବଶାଳୀ ସାଂସଦ ହୋଇ ବି ରାଜ୍ୟର ଜଣେ ଆଇଏଏସ୍ ଅଫିସରଙ୍କ କ୍ଷମତାକୁ ପ୍ରଶ୍ନ କରୁଛନ୍ତି । ବିଡ଼ମ୍ବନା ହେଉଛି ଯେ ଅଫିସରଙ୍କ ନାଁ ନେବାକୁ କେନ୍ଦ୍ରମନ୍ତ୍ରୀ କି ସାଂସଦଙ୍କର ସାହାସ ପାଉନି । ସେହି ଅଫିସର (ପାଣ୍ଡିଆନ୍)ଙ୍କ କାର୍ଯ୍ୟକଳାପକୁ ଦେଖେଇ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ କଳିଯୁଗର ବ୍ୟାଖ୍ୟାନ କରିଛନ୍ତି । ଏହା ଅସହାୟତା ନା ସମର୍ପଣ ଭାବ ସମସ୍ତଙ୍କୁ ଦ୍ୱନ୍ଦରେ ପକାଉଛି ।

ରୋଚକ କଥା ହେଉଛି, ଓଡିଶାରେ ପୂର୍ବ ପତିଆରା ହରାଇଥିବା ଧର୍ମେନ୍ଦ୍ରଙ୍କର ଆଭିମୁଖ୍ୟକୁ ତାଙ୍କ ଦଳରେ ବି ସମର୍ଥନ ନାହିଁ । ଧର୍ମେନ୍ଦ୍ରଙ୍କ ଅନୁଗତ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ୍ କରି ଏହି ପ୍ରସଙ୍ଗକୁ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସ୍ତ୍ର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭିତରେ ସମର୍ଥନ ସୀମିତ ରହିଯାଇଛି । ଅବଶ୍ୟ ଦଳରେ ତାଙ୍କର ବିରୋଧୀ ଅପରାଜିତାଙ୍କ ସମର୍ଥନ ଆଜି ପାଇଛନ୍ତି ।

ତେବେ ରାଜ୍ୟ ସଭାପତି ମନମୋହନ ସାମଲ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗଠାରୁ ନିଜକୁ ଦୂରେଇ ରଖିଛନ୍ତି । କେଉଁ ପାଣିର କେତେ ଗଭୀରତା ଏହି ପୋଖତ ବିଜେପି ନେତାଙ୍କୁ ନିଶ୍ଚିତ ଭାବେ ଅଜଣା ନାହିଁ । ନବୀନ ବାବୁଙ୍କ ଲୋକପ୍ରିୟତା ଓ ବିଜେଡି ପ୍ରତି ଜନସମର୍ଥନକୁ ଓଲଟି ଏହା ଆଗକୁ ନେଉଛି ବୋଲି ଖୋଦ୍ ହାଇକମାଣ୍ଡ ମଧ୍ୟ ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ତାଙ୍କ ସଚିବ ପାଣ୍ଡିଆନ୍ ଙ୍କୁ ହାତ ମାରି ରାଜନୈତିକ ଅଙ୍କ ଭୁଲଭାଲ୍ କରିବାକୁ ହାଇକମାଣ୍ଡ ଚାହୁଁ ନ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।

ସୂଚନାଥାଉକି, ପାଣ୍ଡିଆନ୍ ଙ୍କ ବିରୋଧରେ ଧର୍ମେନ୍ଦ୍ର ଓ ତାଙ୍କ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି । ୩ ବର୍ଷର ନିରବତା ପରେ ଏଭଳି ଆଭିମୁଖ୍ୟ ପଛରେ କିଛି ଅଦୃଶ୍ୟ କାରଣ ରହିଥିବା ଚର୍ଚ୍ଚା ହେଉଛି । ତେବେ ସେ ଯାହା ହେଉ, ନିଜ ଦଳ ଭିତରେ ସମର୍ଥନ ଅଭାବରୁ ବିଜେଡିକୁ ଏହାର ଫାଇଦା ଯାଉଛି । ମନ୍ତ୍ରୀ-ସଚିବ ମଧ୍ୟରେ ବଡ଼ କିଏ? ଏହି ଚର୍ଚ୍ଚା କେବଳ ସାମାଜିକ ଗଣମାଧ୍ୟମରେ ସୀମିତ ରହିଛି ।

ଅପରପକ୍ଷରେ ପାଣ୍ଡିଆନ୍ ଙ୍କ ତୁଫାନୀ ଗସ୍ତ, ବିକାଶ ପ୍ରକଳ୍ପର ଅନୁଧ୍ୟାନ ଓ ତ୍ୱରିତ ନିଷ୍ପତ୍ତି ବିଜେଡି ନେତା ଓ କର୍ମୀଙ୍କୁ ଅଧିକ ଉତ୍ସାହିତ କରୁଛି । ଜନସାଧାରଣ ବି ସେମାନଙ୍କ ଅଞ୍ଚଳର ବିକାଶ କାର୍ଯ୍ୟକ୍ରମରେ ବେଶ୍ ଖୁସି ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍ ଏସବୁ କାର୍ଯ୍ୟ କରୁଥିବା ନେଇ ସେମାନଙ୍କର ତିଳେମାତ୍ର ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଏଜେଣ୍ଡାଙ୍କୁ ବାସ୍ତବ ରୂପ ଦେବା ପାଇଁ ପାଣ୍ଡିଆନ୍ ଙ୍କ ଅକ୍ଲାନ୍ତ ଉଦ୍ୟମକୁ ସେମାନେ ପ୍ରଶଂସା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂତ ଭାବେ ପାଣ୍ଡିଆନ୍ ଲୋକଙ୍କ ଭରସାର ପ୍ରତୀକ ପାଲଟିଥିବା ବିଭିନ୍ନ ଫଟୋଚିତ୍ର ବୟାନ କରୁଛି ।

ଏହା ହିଁ ବାସ୍ତବତା । ମୁଖ୍ୟମନ୍ତ୍ରୀଙ୍କ ଉପରେ ସେମାନଙ୍କ ବିଶ୍ୱାସକୁ ସଚିବ ପାଣ୍ଡିଆନ୍ ସାକାର କରୁଥିବାରୁ ଲୋକଙ୍କ ଆସ୍ଥା ବଢ଼ିଯାଇଛି । କାରଣ ରାଜନୀତି ଓ ପ୍ରଶାସନରେ ଲୋକଙ୍କ ବିଶ୍ୱାସ ହିଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟ ବିଜେପି ନେତୃତ୍ୱ ଏହା ଅନୁଭବ କରୁଥିବାରୁ ଏହି ପ୍ରସଙ୍ଗରୁ ଏ ପର୍ଯ୍ୟନ୍ତ ଦୂରେଇ ରହିଥିବା କୁହାଯାଉଛି । ନଚେତ୍ ଗତ ସାଧାରଣ ନିର୍ବାଚନ ପରିଣାମର ପୁନରାବୃତ୍ତି ଆଶଙ୍କା ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ବ୍ୟକ୍ତିଗତ ସହାୟକଙ୍କୁ ରାଜ୍ୟର ବିକାଶର କାମ ଦେଇଥିବା ଦେଖିବାକୁ ମିଳୁଛି ବୋଲି ସମୀର ମହାନ୍ତିଙ୍କ ଟୁଇଟ୍ ବିଜେଡି ପାଇଁ ଓଲଟି କପ୍ଲିମେଣ୍ଟ ବୋଲି ଦଳର ଅନେକ ନେତା କଟାକ୍ଷ କରୁଛନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବିଜେଡି ସହ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ପ୍ରସଙ୍ଗ କଲେ ବିଜେପି କେବଳ ଲୋକହସା ହେଉ ନାହିଁ ବରଂ ନିଜର ଦୁର୍ବଳତାକୁ ପରିପ୍ରକାଶ କରୁଛି । ସୁତରାଂ ଦଳୀୟ ସଂଗଠନକୁ ସକ୍ରିୟ କରି ବିଜେପି ଜନସମ୍ପର୍କ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ସେମାନେ କହିଛନ୍ତି । ଜାତୀୟ ରାଜନୀତିରେ ପୋଖତ ଖେଳୁଆଡ୍ ଧର୍ମେନ୍ଦ୍ର ପ୍ରଧାନ ଏବଂ ଚତୁର ଅପରାଜିତା ଏହି ସାମାନ୍ୟ କଥାକୁ ଯେ ବୁଝିନାହାନ୍ତି ତାହା ନୁହେଁ । ଅବୁଝା ଅଭିନୟ ପଛରେ ହତାଦର ଏବଂ ଆଉ କିଛି ଅଦୃଶ୍ୟ କାରଣ ରହିଥିବା ଚର୍ଚ୍ଚା ହେଉଛି ।

Previous Post

ବଢ଼ିଲା ଖରାଛୁଟି: ଜୁନ୍ ୨୧ ରେ ଖୋଲିବ ସ୍କୁଲ

Next Post

ଯାଦୁଆ ହାତରେ ଯାଦୁମଲମ !

Next Post
ଯାଦୁଆ ହାତରେ ଯାଦୁମଲମ !

ଯାଦୁଆ ହାତରେ ଯାଦୁମଲମ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA