ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡ଼ିକରେ ଖରାଛୁଟିକୁ ବଢ଼େଇ ଦେଇଛନ୍ତି । ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଧିକାଂଶ ଜାଗାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏତିକି ବେଳେ ସ୍କୁଲ ଖୋଲିବାକୁ ନେଇ ଅଭିଭାବକମାନଙ୍କ ମନରେ ଭୟ ଥିଲା । ତେବେ ରାଜ୍ୟ ସରକାର ଏହି ଭୟକୁ ଦୂର କରିଛନ୍ତି । ଗ୍ରୀଷ୍ମ ଲହରୀ ଆହୁରି ତିନି ଚାରି ଦିନ ଜାରି ରହିବ ବୋଲି ପାଣିପାଗ ବିଭାଗର ସତର୍କ ସୂଚନା ଦୃଷ୍ଟିରୁ ରାଜ୍ୟ ସରକାର ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।