Friday, June 26, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ

by Our Correspondent
04 Jul, 2023- 05:19 PM
in Latest News, News
1 min read
0
ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

ଭୁବନେଶ୍ୱର: ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି । ଆମ୍ ଆଦମୀ ପାର୍ଟି(ଆପ୍) ଟୋପି ପିନ୍ଧିଥିବା କିଛି ଯୁବକ ଏହି କାଣ୍ଡ କରିଥିଲେ । ତେବେ ଏଭଳି ହୀନ କାର୍ଯ୍ୟ ଆପ୍ ର ସଂସ୍କୃତି କି ବିଚାରଧାରା ନୁହେଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଅଣ୍ଡାମାଡ଼ ପଛର ରହସ୍ୟ ଦାଣ୍ଡରେ ପଡ଼ିଯାଇଛି । ଆପ୍ ବେଶରେ ଏହା ମୁଷ୍ଟିମେୟ ବିଜେପି ସମର୍ଥକଙ୍କ କାମ ବୋଲି ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିବା ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଗାଡ଼ି ଆଜି ସକାଳେ କୋଟ ସମଲେଇ-ଉଲୁଣ୍ଡା ରାସ୍ତା ଅତିକ୍ରମ କରୁଥିଲା ବେଳେ ହାତଗଣତି ଯୁବକ ତାଙ୍କୁ ବିରୋଧ କରି ନାରାବାଜି କରିଥିଲେ । ସେହି ଯୁବକମାନେ ଆମ୍ ପତାକା ଧରିଥିଲା ବେଳେ ମୁଣ୍ଡରେ ଆପ୍ ଟୋପି ପିନ୍ଧିଥିଲେ । ପତାକା ହଲାଇ ସେମାନେ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ । ଜଣେ ଯୁବକ ଗାଡ଼ି ପଛରୁ ଦୌଡ଼ି ଗୋଟିଏ ଅଣ୍ଡା ଫିଙ୍ଗିଥିଲା । ଏକ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ କୁ ଏହାର ଆଗୁଆ ସୂଚନା ଥିବାରୁ ତାଙ୍କ ପ୍ରତିନିଧି ସେଠାରେ ଉପସ୍ଥିତ ରହି କ୍ୟାମେରାରେ ସେହି ଦୃଶ୍ୟକୁ କଏଦ କରିଥିଲେ । ଏହି ଯୋଜନା ସମ୍ପର୍କରେ ପୁଲିସ କିନ୍ତୁ ସୁରାକ୍ ପାଇପାରି ନ ଥିଲା ।

୫-ଟି ସଚିବ ପାଣ୍ଡିଆନଙ୍କୁ ଆପ୍ କର୍ମୀମାନେ ବିରୋଧ କରି ଅଣ୍ଡାମାଡ଼ କରିଥିବା ସଂପୃକ୍ତ ଟିଭି ଚାନେଲ୍ ରେ ବ୍ରେକିଂ ଖବର ହେବା ପରେ ରାଜ୍ୟ ଆପ୍ ନେତୃତ୍ୱ ଏହାକୁ ଗମ୍ଭୀରତାର ସହ ନେଇଥିଲା । ଦଳ ପକ୍ଷରୁ ତୁରନ୍ତ ଟୁଇଟ୍ କରାଯାଇ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଏଭଳି ହୀନ କାର୍ଯ୍ୟ ଆପ୍ ବିଚାରଧାରାର ପରିପନ୍ଥୀ । ଘଟଣାରେ କୌଣସି କର୍ମୀ ଜଡ଼ିତ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଗଲା । ଦଳର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଆପ୍ ସଂସ୍କୃତିରେ ହିଂସାର ସ୍ଥାନ ନାହିଁ ବୋଲି କହିଥିଲେ ।

ଏହି ଘଟଣାକୁ ନେଇ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ନିଜ ଗାଁରେ ଥିବା ଶ୍ରୀ ମିଶ୍ର ଲେଖିଛନ୍ତି, ଭି.କେ.ପାଣ୍ଡିଆନଙ୍କ ଉପରେ ଟିଭିରୁ ଅଣ୍ଡାମାଡ଼ ଖବର ଜାଣିଲା ପରେ ମୁଁ କୋଟସମଲେଇ ଗାଁରେ ପହଞ୍ଚିଥିଲି । କେଉଁମାନେ ଅଣ୍ଡାମାଡ଼ କରିଥିଲେ ବୋଲି ମୁଁ ଗ୍ରାମବାସୀଙ୍କଠାରୁ ଜାଣିବାକୁ ଚାହିଁଥିଲି । ହେଲେ ସେମାନେ କେବଳ ଟିଭିରୁ ଏହା ଶୁଣିଛନ୍ତି ବୋଲି ମୋତେ କହିଲେ ।

ଭୁବନେଶ୍ୱରରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି । ୫-ଟି ସଚିବ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଛଦ୍ମବେଶରେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଛି । ଲୋକଙ୍କ ସମସ୍ୟା ଶୁଣିବାକୁ ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ପ୍ରଶାସନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବାରେ ବିରୋଧୀଙ୍କ ଅସୁବିଧା କାହିଁକି ବୋଲି ଦଳର ମୁଖପାତ୍ର ଇପସିତା ସାହୁ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱରର ଏସି କୋଠରିରେ ବସିଲେ ଲୋକଙ୍କ ସମସ୍ୟା ସମାଧାନ ହୋଇଯିବନି । ପୃଥିବୀର କୌଣସି ଶକ୍ତି ଏହାକୁ ଅଟକାଇ ପାରିବନି ବୋଲି ସେ ସତର୍କ କରାଇଛନ୍ତି ।

ତେବେ ଏହି ଘଟଣା ଉପରେ ବିଜେପିର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।

Previous Post

୪ଟି ରାଜ୍ୟରେ ନୂଆ ବିଜେପି ସଭାପତି

Next Post

‘ଡିଏନ ଗ୍ରୁପ୍’ ରେ ଆଇଟି ରେଡ୍, ୩୦ କୋଟି ଜବତ!

Next Post
‘ଡିଏନ ଗ୍ରୁପ୍’ ରେ ଆଇଟି ରେଡ୍, ୩୦ କୋଟି ଜବତ!

'ଡିଏନ ଗ୍ରୁପ୍' ରେ ଆଇଟି ରେଡ୍, ୩୦ କୋଟି ଜବତ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA