Friday, June 26, 2026 12:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଛୋଟୁ’ର ସାଥୀକୁ ଶେଷ ଯାତ୍ରାରେ ନେଲା ଶେଷ ସାଥି

by Our Correspondent
22 Jul, 2023- 09:18 PM
in Latest News, News
1 min read
0
‘ଛୋଟୁ’ର ସାଥୀକୁ ଶେଷ ଯାତ୍ରାରେ ନେଲା ଶେଷ ସାଥି

ଭୁବନେଶ୍ୱର: ମଣିଷ ସିନା ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ, କିନ୍ତୁ ପଶୁ ପକ୍ଷୀମାନଙ୍କୁ ଟିକିଏ ସ୍ନେହ ଦେଲେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଆମକୁ ଭଲ ପାଉଥିବେ । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହିଦନଗରସ୍ଥିତ ଭବାନୀ ମଲ୍ ସାମ୍ନାରେ ଖାଇବା ଷ୍ଟଲ ପକେଇ ପରିବାର ଚଳଉଥିବା ଜଣେ ମାଉସୀଙ୍କ ଠାରେ,ନାଁ ତାଙ୍କର ସୁଲୋଚନା ମହାନ୍ତି(୫୬ବର୍ଷ) ।

ପରିବାର କହିଲେ ତାଙ୍କର ଏକ ମାତ୍ର ଝିଅ, ଯାହାଙ୍କ ସହ ସେ ଭୁବନେଶ୍ୱର ସତ୍ୟକାଳୀ ବିଜୁ ଆଦର୍ଶ କଲୋନୀରେ ରହୁଥିଲେ । ଯେବେ, ସୁଲୋଚନାଙ୍କର ଷ୍ଟଲରେ ବଳକା ଖାଦ୍ୟ ବଳି ପଡ଼ୁଥିଲା, ସେ ସବୁବେଳେ ତାଙ୍କ ପାଖରେ ଜଗି ରହୁଥିବା ଗୋଟିଏ କୁକୁରକୁ ଦେଉଥିଲେ । ସ୍ନେହରେ ନାଁ ଦେଇଥିଲେ ତା’ର ଛୋଟୁ । ସେଥିରୁ ହିଁ ଗଢି ଉଠିଥିଲା ଚିକେନ ମାଉସୀ ଆଉ ଛୋଟୁର ସମ୍ପର୍କ, ଗତ କିଛିଦିନ ତଳେ ସୁଲୋଚନା ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏଭଳି ଭୟଙ୍କର ରୋଗରେ ପୀଡ଼ିତ ହୋଇ ଜୀବନ ମୃତ୍ୟୁ ବାଜିରେ ହାରିଯାଇଥିଲେ ସୁଲୋଚନା । ଗତ କାଲି ରାତିରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଛୋଟୁକୁ ମା’ ପରି ଭଲ ପାଉଥିବା ସେହି ମାଉସୀ ଯେ ତାକୁ ସବୁଦିନ ପାଇଁ ଛାଡ଼ି ଚିର ନିଦ୍ରାରେ ଶୋଇଯିବ ସେ କଥା ଛୋଟୁ ବୁଝି ପାରି ନଥିଲା । ମଣିଷ ପରି ବଳବାନ ଥିଲେ ସିନା ପୁଅ ପରି ସୁଲୋଚନାଙ୍କ କୋକେଇରେ କାନ୍ଧ ଲଗେଇ ଥା’ନ୍ତା । ବୋଧ ହୁଏ ତା’ ଦୁଃଖ ସ୍ଥାନୀୟ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିଥିଲା ।

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ଯୁବ ସମାଜସେବୀ ଦୀପକ ଛୋଟରାୟ ଘଟଣା ସମ୍ପର୍କରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସୁଲୋଚନାଙ୍କର ମୃତଶରୀରକୁ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ପୁରୀ ସ୍ଵର୍ଗଦ୍ଵାରକୁ ନେଇ ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସ, ସ୍ଵେଚ୍ଛାସେବୀ ଅନସୂୟା ମ୍ୟାଡ଼ମ ଏବଂ ଧିରେନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲେ ଏବଂ ସୁଲୋଚନାଙ୍କୁ ଅତି ଭଲ ପାଉଥିବା ଛୋଟୁ ମଧ୍ୟ ଉପସ୍ଥିତ ରହି ମନରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଉଥିଲା । ଶେଷ ମୁହୂର୍ତ୍ତରେ ସୁଲୋଚନାଙ୍କୁ ଜଗି ରହିଥିବା ଛୋଟୁର ଭାବାବେଗ ଦେଖଣାହାରୀଙ୍କ ଆଖିରେ ଲୁହ ଆଣି ଦେଇଥିଲା ।

Previous Post

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ

Next Post

ମଣିପୁରରେ ଫେଲ୍, ବଙ୍ଗଳା ଗୋଟି କାମ ଦେଉନି

Next Post
ମଣିପୁରରେ ଫେଲ୍, ବଙ୍ଗଳା ଗୋଟି କାମ ଦେଉନି

ମଣିପୁରରେ ଫେଲ୍, ବଙ୍ଗଳା ଗୋଟି କାମ ଦେଉନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA