Friday, June 26, 2026 02:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଣିପୁରରେ ଫେଲ୍, ବଙ୍ଗଳା ଗୋଟି କାମ ଦେଉନି

ବିଜେପିର ଡବଲ୍ ଇଞ୍ଜିନ ସରକାର

by Our Correspondent
24 Jul, 2023- 09:00 PM
in Latest News, National, News
1 min read
0
ମଣିପୁରରେ ଫେଲ୍, ବଙ୍ଗଳା ଗୋଟି କାମ ଦେଉନି

ଭୁବନେଶ୍ୱର: ମଣିପୁର ରାଜଧାନୀ ଇମ୍ଫାଲଠାରୁ ମାତ୍ର ୪୦ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କଲା ପରେ ଉଲ୍ଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସମସ୍ତଙ୍କୁ ବିବ୍ରତ କରିଛି । ସେହିଦିନ ଅନ୍ୟ ଏକ ଘଟଣାରେ ଜିଲ୍ଲାର ଏକ କାର ୱାସ୍ ସେଣ୍ଟରରେ କାମ କରୁଥିବା ଦୁଇ ଜଣ ଆଦିବାସୀ ଯୁବତୀଙ୍କୁ ଦୁର୍ବୁତ୍ତମାନେ ଗଣଦୁଷ୍କର୍ମ କଲା ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ମଣିପୁରରେ କେବଳ ଏହି ଦୁଇଟି ଘଟଣା ନୁହେଁ, ଗତ ମେ’ ୩ ରୁ ଜୁନ୍ ୨୮ ମଧ୍ୟରେ ବିଭିନ୍ନ ଥାନାରେ ପ୍ରାୟ ୬ ହଜାର ମାମଲା ହୋଇଛି । ଏଗୁଡ଼ିକ ଅପହରଣ, ଆକ୍ରମଣ, ହତ୍ୟା, ଦୁଷ୍କର୍ମ, ଗୃହଦାହ ଭଳି ସଙ୍ଗୀନ ମାମଲା । ଥାନା ମାମଲା ବାହାରେ ପୁଣି କେତେ ଯେ ଘଟଣା ଘଟିଥିବ ତାହା ଜାଣିବା ମୁସ୍କିଲ୍ । ନିର୍ଦ୍ଦିଷ୍ଟ ଭାବେ ମେ ୪ରୁ ୧୫ ତାରିଖ ମଧ୍ୟରେ କୁକି ସମ୍ପ୍ରଦାୟର ଅନେକ ମହିଳା ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ହତ୍ୟା ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ମେ’ ୩ ରୁ ମଣିପୁର ଜଳୁଛି । ଆଦିବାସୀ ମାନ୍ୟତା ପ୍ରସଙ୍ଗକୁ ନେଇ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଚାଲିଛି । ଦୀର୍ଘ ଅଢ଼େଇ ମାସ ଧରି ଭୟଙ୍କର କାଣ୍ଡମାନ ଘଟି ଚାଲିଛି । ଦୁର୍ଭାଗ୍ୟକୁ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହାକୁ ଦମନ କରିବାରେ ବିଫଳ ହୋଇଛନ୍ତି । ଏମାନଙ୍କର ନିରବଦ୍ରଷ୍ଟା ସ୍ଥିତିକୁ ଅଧିକ ବିଗିଡ଼େଇ ଦେଇଛି । ପୂରା ସିଷ୍ଟମ୍ ଫେଲ୍ ମାରିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମେ’ ୪ ତାରିଖର ସେହି ଛାତିଥରା ଘଟଣା ।

ମେ’ ୩ ଦଙ୍ଗା ଆରମ୍ଭର ଠିକ ପରଦିନ କାଙ୍ଗପୋକପିର ଏକ ଗାଁରେ ମୈତେଇ ସମ୍ପ୍ରଦାୟର ଶତାଧିକ ଲୋକ ମାରଣାସ୍ତ୍ର ଧରି ପଶିଥିଲେ ଏବଂ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କଲା ପରେ ଉଲ୍ଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏହି ଘଟଣା ବେଳେ ଅନତି ଦୂରରେ ପୁଲିସ ଉପସ୍ଥିତ ଥିଲେ । ଏକ ଗାଡ଼ି ଭିତରୁ ୪ ପୁଲିସ କର୍ମୀ ଏହି ବର୍ବର କାଣ୍ଡ ଦେଖୁଥିଲେ ମଧ୍ୟ ହାତ ଟେକି ଦେଇଥିଲେ ।

ଏହି ବର୍ବର ଘଟଣା ସମ୍ପର୍କରେ ଥାନାରେ ଏତଲା ହୋଇଥିଲା । ମାତ୍ର ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ଜୁନ୍ ୧୨ ତାରିଖରେ ଘଟଣା ସମ୍ପର୍କରେ ଜାତୀୟ ମହିଳା କମିସନଙ୍କ ପାଖରେ ଦୁଇ ଜଣ ସାମାଜିକ କର୍ମୀ ଏବଂ ଉତ୍ତର ମଣିପୁର ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର କମିସନଙ୍କ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ ।
ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଥିବାରୁ ଘଟଣାଟି ଚାପି ହୋଇ ରହିଥିଲା । ମାତ୍ର ଜୁଲାଇ ୧୯ ରେ ଏହାର ଭିଡିଓ ଭାଇରାଲ୍ ହୋଇ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବା ପରେ ଯାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜାତୀୟ ମହିଳା କମିସନଙ୍କଠାରେ ଲଜ୍ଜା ଜାଗ୍ରତ ହୋଇଛି ।

ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ସଫେଇ ଦେଇଛନ୍ତି ଯେ ଜୁନ୍ ମାସରେ ସେମାନଙ୍କ ପାଖରେ ଅନେକ ଅଭିଯୋଗ ଆସିଥିଲା । ସେମାନେ ଏଗୁଡ଼ିକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ନିକଟରେ ପହଞ୍ଚାଇଛନ୍ତି । ତେଣୁ କମିସନଙ୍କର କିଛି ଦୋଷ ନାହିଁ ଏବଂ ଅଯଥାରେ ବଦନାମ କରାଯାଉଛି କହି ସେ ଝାଡ଼ଝୁଡି ହୋଇଯାଇଛନ୍ତି ।

ଭାଇରାଲ୍ ଭିଡିଓ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ମୁହଁ ଖୋଲିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ସେ ଚିନ୍ତା ପ୍ରକଟ କରିଥିବା ବେଳେ ରାଜ୍ୟରେ ଏଭଳି ଶତାଧିକ ଘଟଣା ଘଟିଛି ବୋଲି କହୁ କହୁ ସତକଥା ମାନି ଯାଇଛନ୍ତି । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାରେ ବିଫଳତା ପାଇଁ ବିରୋଧୀ ଦଳର ଇସ୍ତଫା ଦାବିକୁ ସେ ଏଡ଼ାଇ ଦେଇଛନ୍ତି । ମହିଳାଙ୍କ ବିରୋଧରେ ହିଂସା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ତୁଚ୍ଛା ଆଶ୍ୱାସନା ଦେଇଛନ୍ତି ।

ଦୀର୍ଘ ଅଢ଼େଇ ମାସ ଧରି ମଣିପୁର ଜଳୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମଣିପୁର ଚିନ୍ତା ଛାଡ଼ି କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଲେ । ଫ୍ରାନସ ଓ ଆମେରିକା ଭ୍ରମଣ କଲେ । ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଇବାର ପୁରୁଣା ଭିଡିଓ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କଲା ପରେ ଯାଇ ପ୍ରଧାନମନ୍ତ୍ରୀଙ୍କର ଚିନ୍ତା ହେଲା । ମୁହଁ ଖୋଲି ଘଟଣାରେ ବ୍ୟଥିତ ହେଲେ ଏବଂ କଡ଼ା ଭାଷାରେ ନିନ୍ଦା କଲେ । ତେବେ ସେଥିରେ ବି ରାଜନୀତି ପୂରାଇବାକୁ ଭୁଲି ନାହାନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ରାଜସ୍ଥାନ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ କାଳେ ଅନୁରୂପ ଘଟଣାକୁ ମନେ ପକାଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି ।

ମଣିପୁର ଅପବାଦରୁ ବର୍ତ୍ତିବା ପାଇଁ ବିଜେପି ନେତାମାନେ କଥା କଥାକେ ଅଣ ବିଜେପି ଶାସିତ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼ର ଉଦାହରଣ ଦେଉଛନ୍ତି । ଦଳର ମୁଖପାତ୍ରମାନେ ଟିଭି ଟିବେଟ୍ ରେ ଏହାକୁ ନିଜର ସୁରକ୍ଷାକବଚ କରିଛନ୍ତି । ମହିଳାଙ୍କ ଉପରେ ବର୍ବର ଅତ୍ୟାଚାରକୁ ରାଜନୀତି ନିକିତିରେ ତଉଲୁଛନ୍ତି । ମାତ୍ର ଦେଶବାସୀ ଏହାକୁ ଗ୍ରହଣ କରିନାହାନ୍ତି । ଆଗ ମଣିପୁର କଥା ବୁଝ ବୋଲି ସବୁ ଆଡୁ ସ୍ୱର ଉଠିଛି ।

ମୁଖ୍ୟକଥା ହେଲା, ମଣିପୁର ଜଳୁଥିବା ବେଳେ ରାଜ୍ୟ ସରକାର ହାତ ଟେକି ବସିଛନ୍ତି । କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଅତଏବ ଡବଲ୍ ଇଞ୍ଜିନ ସରକାରକୁ ମଣିପୁରରେ ଉଇ ଲାଗିଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ବହୁ ବିଳମ୍ବରେ ମଣିପୁର ଗସ୍ତ କରି ହିଂସାକାଣ୍ଡ ରୋକିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଣିପୁର ଘଟଣା ଉପରେ ଆଦୋ÷ ମୁହଁ ଖୋଲି ନ ଥିଲେ ।

ରାଜ୍ୟଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ଦୂରେ ଥାଉ, ଶାନ୍ତିସ୍ଥାପନ ପାଇଁ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ ମଧ୍ୟ କରିନାହାନ୍ତି । ବୀରେନ୍ଦ୍ର ସିଂ ଅସହାୟ ଅବସ୍ଥାରେ ପ୍ରଶାସନକୁ ପଙ୍ଗୁ କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଅପାରଗ ମୁଖ୍ୟମନ୍ତ୍ରୀଙ୍କୁ ଶାସନଗାଦିରୁ ହଟାଇବାକୁ ଉଚିତ୍ ମଣିନାହାନ୍ତି । ଏହାଠାରୁ ଭଳି ଦୁର୍ଭାଗ୍ୟର କଥା କିଛି ନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିରୋଧୀ ଦଳର ଦାବି ଯଥାର୍ଥ ବୋଲି କୁହାଯାଉଛି ।

Previous Post

‘ଛୋଟୁ’ର ସାଥୀକୁ ଶେଷ ଯାତ୍ରାରେ ନେଲା ଶେଷ ସାଥି

Next Post

ବିଜେଡିରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା

Next Post
ବିଜେଡିରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା

ବିଜେଡିରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA