Sunday, June 28, 2026 04:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହିରୋ ହୋଇଗଲେ ରାହୁଲ ଗାନ୍ଧୀ

ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

by Our Correspondent
04 Aug, 2023- 07:32 PM
in Latest News, National, News
1 min read
0
ହିରୋ ହୋଇଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସାଙ୍ଗିଆ ମାମଲାରେ ଆଜି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ତଳକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହି ନ୍ୟାୟରେ ରାହୁଲଙ୍କ ଲୋକସଭା ସଭ୍ୟପଦ ଫେରି ଆସିଛି । ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ସାଂସଦ ଭାବେ କାର୍ଯ୍ୟକ୍ଷେତ୍ରକୁ ଫେରିବେ ରାହୁଲ । ଏଥିସହ ଆଗାମୀ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ଦେଶବାସୀଙ୍କ ପ୍ରତୀକ୍ଷାରେ ଥିବା ସୁପ୍ରିମକୋର୍ଟଙ୍କ ଏହି ରାୟ ରାହୁଲଙ୍କୁ ହିରୋ କରିଦେଇଥିବା ବେଳେ ମୋଦୀ ସରକାରଙ୍କୁ ଶକ୍ତ ଝଟକା ଦେଇଛି ।

ଜଷ୍ଟିସ୍ ବିଆର ଗଭାଇ, ପିଏସ ନରସିମହ ଏବଂ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବେଞ୍ଚଆଜି ଏହି ମାମଲାର ଶୁଣାଣି କରିଥିଲେ । ରାହୁଲ ଗାନ୍ଧୀଙ୍କ ଉପରେ ସୁରଟ୍ ସିଜେଏମ୍ କୋର୍ଟଙ୍କ ଦଣ୍ଡାଦେଶ ଏବଂ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଆଶ୍ଚର୍ଯ୍ୟଜନକ ବୋଲି ବେଞ୍ଚ ଟିପ୍ପଣୀ ଦେଇଥିଲେ ।

ସରଳ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟକୁ ବୁଝିଲେ ଏୟା ଯେ ଆଇପିସିର ଧାରା ୪୯୯ରେ ଏଭଳି ମାନହାନୀ ଅପରାଧରେ ସର୍ବାଧିକ ଦୁଇବର୍ଷର ଜେଲଦଣ୍ଡ ବ୍ୟବସ୍ଥା ଅଛି । ମାତ୍ର ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଅପରାଧର ଗମ୍ଭୀରତା ସେଭଳି ନୁହେଁ । ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲସ୍ ଆକ୍ଟର ଧାରା ୮(୩)ର ପ୍ରୟୋଗ ପାଇଁ ଏଭଳି ଦଣ୍ଡବିଧାନ କରାଯାଇଛି । ଏହି ଧାରା ଅନୁଯାୟୀ ଜଣେ ନିର୍ବାଚିତ ପ୍ରତିନିଧି ୨ ବର୍ଷ ଜେଲ୍ ଦଣ୍ଡ ପାଇଲେ ତାଙ୍କର ସଭ୍ୟପଦ ହରାଇବେ । ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ସୁତରାଂ ରାହୁଲଙ୍କ ସଂସଦ ସଭ୍ୟପଦ କାଟିବା ଏବଂ ଆଗାମୀ ନିର୍ବାଚନ ଲଢ଼ିବା ସୁଯୋଗରୁ ବଞ୍ଚିତ କରିବା ହେଉଛି ଏହା ପଛର ଷଡ଼ଯନ୍ତ୍ର । କାରଣ ରାହୁଲଙ୍କୁ ଏହି ଦଣ୍ଡାଦେଶ ପଛରେ ଟ୍ରାଏଲ୍ କୋର୍ଟର ବିଚାରପତିଙ୍କ ପାଖରେ ଯୁକ୍ତିଯୁକ୍ତ କାରଣ ନଥିଲା ।

ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହ ସୁପ୍ରିମେକୋର୍ଟ ଖଣ୍ଡପୀଠ ରାହୁଲଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି । ତାଙ୍କର ଉଚ୍ଚାରଣ “ଉତ୍ତମ ସ୍ୱାଦ’ ର ନ ଥିଲା । ସାଧାରଣ ଜୀବନରେ ଥିବା ଜଣେ ବ୍ୟକ୍ତି ତାଙ୍କ ଭାଷଣରେ ଯଥେଷ୍ଟ ଯତ୍ନବାନ ହେବା ଦରକାର ବୋଲି ଟିପ୍ପଣୀ ଦେଇଥିଲେ ।

ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି ମାମଲା ଲଢ଼ୁଥିଲା ବେଳେ ପ୍ରତିପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ମାମଲା ଲଢ଼ୁଥିଲେ ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ବେଳେ ଏପ୍ରିଲ୍ ୧୩ ରେ କର୍ଣ୍ଣାଟକର କୋଲାରଠାରେ ରାହୁଲ ଗାନ୍ଧୀ ଏକ ରାଲିରେ ଭାଷଣ ଦେଇ ମୋଦୀ ସାଙ୍ଗିଆକୁ ନେଇ କଟାକ୍ଷ କରିଥିଲେ । ସେ କହିଥିଲେ, ସବୁ ଚୋରମାନେ କାହିଁକି ମୋଦୀ ସାଙ୍ଗିଆଧାରୀ? ସେ ନିରବ ମୋଦୀ ହୁଅନ୍ତୁ କି ଲଳିତ ମୋଦୀ କି ନରେନ୍ଦ୍ର ମୋଦୀ.. ।

ପରଦିନ ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ଗୁଜୁରାଟର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦୀ ସୁରଟ୍ ସିଜେଏମଙ୍କ କୋର୍ଟରେ କେସ୍ କରିଥିଲେ ।

୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ ତାରିଖରେ କୋର୍ଟ ଏହାର ରାୟ ଶୁଣାଇଥିଲେ । ମାଜିଷ୍ଟ୍ରେଟ୍ ଏଚଏଚ ବର୍ମା ରାହୁଲ ଗାନ୍ଧୀଙ୍କୁ ଆଇପିସି ୫୦୦ ଧାରାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡ ଦେଇଥିଲେ ।

ଏହାର ପରଦିନ ଲୋକସଭା ସଚିବାଳୟ ପକ୍ଷରୁ ତରବରିଆ ବିଜ୍ଞପ୍ତି ଜାରି କରାଯାଇ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଗଲା । ତା’ ପରଦିନ ତାଙ୍କୁ ସରକାରୀ ଭବନ ଖାଲି କରିବାକୁ ନୋଟିସ୍ ଦିଆଗଲା । ଏପ୍ରିଲ୍ ୨୨ ରେ ରାହୁଲ ସରକାରୀ ବଙ୍ଗଳା ଛାଡ଼ିଦେଲେ ।

ତଳକୋର୍ଟଙ୍କ ରାୟ ବିରୋଧରେ ଏପ୍ରିଲ ୩ ତାରିଖରେ ରାହୁଲ ସୁରଟ୍ ସେସନ୍ସ କୋର୍ଟରେ ଦୁଇଟି ଆବେଦନ କରିଥିଲେ । ୨ ବର୍ଷ ଜେଲଦଣ୍ଡ ଏବଂ ଦୋଷୀସାବ୍ୟସ୍ତରୁ ମୁକ୍ତି ପାଇଁ ପ୍ରାର୍ଥନା କଲେ । ଏପ୍ରିଲ୍ ୨୦ ତାରିଖରେ ଅତିରିକ୍ତ ସେସନ୍ସ ଜଜ୍ ଆରପି ମୋଗେରା ଏହି ଦୁଇଟିଯାକ ଆବେଦନକୁ ଅଗ୍ରାହ୍ୟ କରିଦେଲେ ।

ଜୁଲାଇ ୭ ରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ବିଚାରପତି ହେମନ୍ତ ପ୍ରଚଚଖ ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଥିଲେ । ତଳକୋର୍ଟଙ୍କ ରାୟ ଜଷ୍ଟ ଆଣ୍ଡ ଲିଗାଲ୍ ବୋଲି ମନ୍ତବ୍ୟ ଦେଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାହୁଲ । ଯାହାର ରାୟ ଆଜି ଆସିଛି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲ ତାଙ୍କ ପ୍ରତିକ୍ରିୟାର ସତ୍ୟର ଜୟ ହେଲା ବୋଲି କହିଛନ୍ତି । ସାରା ଦେଶରେ କଂଗ୍ରେସ ଶିବିରରେ ଉତ୍ସାହ ଖେଳିଯାଇଛି । ଅନ୍ୟପକ୍ଷେ ବିଜେପି ଶିବିରରେ ନୈରାଶ୍ୟ ଖେଳିଯାଇଛି । ରାହୁଲ ଗାନ୍ଧୀଙ୍କୁ ବିଜେପି ହିରୋ କରିଦେଲା ବୋଲି ସାଧାରଣରେ କଟାକ୍ଷ ହେଉଛି ।

Previous Post

ଘୋଷଣା ହେଲା ମନମୋହନଙ୍କ ଟିମ୍

Next Post

ଭୁୁବନେଶ୍ୱରରେ ଅମିତ ଶାହା

Next Post
ଭୁୁବନେଶ୍ୱରରେ ଅମିତ ଶାହା

ଭୁୁବନେଶ୍ୱରରେ ଅମିତ ଶାହା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA