Monday, May 25, 2026 09:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ମନାଇବା ଉଦ୍ୟମରେ ସୌମ୍ୟ!

ରାଜ୍ୟ ବିଜେପି ରାଜନୀତିରେ ଘମାଘୋଟ

by Our Correspondent
23 Aug, 2023- 09:19 AM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ମନାଇବା ଉଦ୍ୟମରେ ସୌମ୍ୟ!

ଭୁବନେଶ୍ୱର: ବିଜେଡିରେ ବିଭୀଷଣ ସାଜିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଆଗାମୀ ଯୋଜନା କ’ଣ? ସତରେ ସେ କ’ଣ ବିଜେପିରେ ଯୋଗଦେବେ? ନିଜେ ଲଢ଼ିବେ ନା ଝିଅ ପାଇଁ ମଇଦାନ ଛାଡ଼ିବେ? ଖଣ୍ଡପଡ଼ା ନା ଆଉ କେଉଁଠୁ?

ରାଜନୈତିକ ମହଲରେ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ବିଜେପି ମହଲରୁ ଏକ ରୋଚକ ଖବର ଆସିଛି । ସୌମ୍ୟବାବୁ ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ କୁଆଡ଼େ ଢ଼ଳିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରି ତାଙ୍କ ଜରିଆରେ ବିଜେପିରେ ଯୋଗଦେବାକୁ ସେ ଯୋଜନା କରିଛନ୍ତି । ଏଥିପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ରହିଥିବା ମଧୁର ସମ୍ପର୍କ ତ୍ୟାଗ କରିବାକୁ ସେ ପ୍ରସ୍ତୁତ ହୋଇଥିବା ଦଳୀୟ ମହଲରୁ ଶୁଣିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ବଡ଼ ଫ୍ୟାନ୍ ହେଉଛନ୍ତି ସୌମ୍ୟ ପଟ୍ଟନାୟକ । ନିଜ ଖବରକାଗଜ ଓ ଟିଭିରେ ତାଙ୍କୁ ଯଥେଷ୍ଟ ପ୍ରମୋଟ୍ କରିଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ କ୍ଷମତାକୁ ନେଇ ଅପରାଜିତାଙ୍କ ପ୍ରଶ୍ନ ପରେ ସୌମ୍ୟଙ୍କର ଆକର୍ଷଣ ଆହୁରି ବଢ଼ିଥିଲା । ଯେଉଁଥିପାଇଁ ‘ଅପରାଜିତାଙ୍କ ଅଡୁଆ ପ୍ରଶ୍ନ’ ଶୀର୍ଷକରେ ତାଙ୍କର ସମ୍ପାଦକୀୟ ଆମ ଘରର ହାଲଚାଲ ଲେଖିଥିଲେ । ପାଣ୍ଡିଆନଙ୍କୁ ପ୍ରଶ୍ନ କରିଥିବା ମ୍ୟାଡ଼ାମଙ୍କୁ ସେଥିରେ ସାବାସି ଦେଇଥିଲେ । ବଦଳ ଉପହାରସ୍ୱରୂପ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ ସୌମ୍ୟଙ୍କୁ ପ୍ରଶଂସାରେ ଅଜାଡ଼ି ଦେଇଥିଲେ ।

ତେବେ ସୌମ୍ୟବାବୁଙ୍କର ଅପରାଜିତା ସ୍ତୁତିଗାନ୍ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ଅସହ୍ୟ ହୋଇଥିଲା ବୋଲି ସୂଚନା ମିଳିଛି । ଆଗକୁ ଦୁଇ ନାଆରେ ଗୋଡ଼ ଦେଇ ବିଜେପି ନଇ ପାର୍ ହେବାକୁ ସ୍ୱପ୍ନ ଦେଖୁଥିବା ସୌମ୍ୟଙ୍କ ପାଇଁ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଥିଲା । ବିଶ୍ୱସ୍ତ ମହଲର ପରାମର୍ଶମତେ ସେ ନିଜର ଆଭିମୁଖ୍ୟ ବଦଳାଇ ଧର୍ମେନ୍ଦ୍ରଙ୍କ ସାଙ୍ଗରେ ରହିବାକୁ ନିଷ୍ପତ୍ତି ନେଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ହାତଧରି ବିଜେପିରେ ଯୋଗଦେବା ଉଦ୍ୟମରେ ସୌମ୍ୟ ଆଗକୁ ବଢ଼ିଛନ୍ତି । ନିଜର ବିଶ୍ୱସ୍ତ ସହଯୋଗୀ ଏଥିରେ ଯୋଗସୂତ୍ର କରୁଛନ୍ତି । ସେ ନିଜେ ନ ଲଢ଼ି ତାଙ୍କ ସାନ ଝିଅଙ୍କୁ ଖଣ୍ଡପଡ଼ା ନଚେତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ଚାହିଁଛନ୍ତି । ଏହି ପ୍ରତିଶ୍ରୁତି ମିଳିଲେ ଯାଇ ସେ ବିଜେପିରେ ଯୋଗଦେବାକୁ କୁଆଡ଼େ ସର୍ତ୍ତ ରଖିଛନ୍ତି ।

ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ମନାଇ ଖୁସି କରିବା ପାଇଁ ଉପରେ ପଡ଼ିଛନ୍ତି ସୌମ୍ୟ । ଚିରାଚରିତ ଭାବେ ଖବରକାଗଜକୁ ଅସ୍ତ୍ର କରି ବିରୋଧୀ ଗୋଷ୍ଠୀକୁ ଫାୟାରିଂ(ବ୍ଲାଙ୍କ୍) କରିଛନ୍ତି । ଗତକାଲି ମଙ୍ଗଳବାର ତାଙ୍କ ଖବରକାଗଜର ପ୍ରଥମ ପୃଷ୍ଠାରେ ‘ମନମୋହନଙ୍କ କଥା ଗୋଟେ, କାମ ଆଉ ଗୋଟେ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଛି । ସେଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱ ଓ ପାରିବାପଣିଆ ଉପରେ ପ୍ରଶ୍ନ କରାଯାଇଛି ।

ଏହା ଏକ ବରାଦି ଖବର ବୋଲି ବିଜେପି ମହଲରେ ଜୋରଦାର ଆଲୋଚନା ହୋଇଛି । ଲୁଚିଛି ନା ଗୋଡ଼ ଦିଇଟି ଦିଶୁଛି ନ୍ୟାୟରେ ସୌମ୍ୟବାବୁ ଏହି ଖବର ଜରିଆରେ ନିଜର ଅଭିସନ୍ଧିକୁ ପଦାରେ ପକାଇଛନ୍ତି । ଏଥିରେ କାହାରିକୁ ଖୁସି କରିବାକୁ ଚେଷ୍ଟା କରାଯାଇଛି ତାହା କହିବା ଅନାବଶ୍ୟକ ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଏହି ବରାଦି ଖବର ପଛର ରହସ୍ୟ ଗୋପନ ରହିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ପୁଣି ସରଗରମ ହୋଇଛି । ମନମୋହନଙ୍କ ଗୋଷ୍ଠୀଙ୍କୁ ଏହା ଭୀଷଣ କ୍ଷୁବ୍ଧ କରିଛି । ସୌମ୍ୟବାବୁଙ୍କ ବିଜେପିରେ ଯୋଗଦାନ ପ୍ରସ୍ତାବ ଆସିଲେ ତାହାକୁ ଦୃଢ଼ ଭାବେ ବିରୋଧ କରାଯିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ୫ ବର୍ଷ ତଳେ ବିଜେଡି ଯେଉଁ ଭୁଲ୍ କରିଥିଲା ବିଜେପି ଏବେ ସେଇ ଭୁଲ୍ ନ କରୁ ବୋଲି ଏହି ନେତାଜଣଙ୍କ ପରାମର୍ଶ ଦେଇଛନ୍ତି ।

 

Previous Post

ଡିଆଇଜି ବ୍ରିଜେଶ ରାୟଙ୍କୁ ବଦଳି

Next Post

ଇତିହାସ: ଭାରତର ଚନ୍ଦ୍ର ବିଜୟ

Next Post
ଇତିହାସ: ଭାରତର ଚନ୍ଦ୍ର ବିଜୟ

ଇତିହାସ: ଭାରତର ଚନ୍ଦ୍ର ବିଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA