Tuesday, June 23, 2026 03:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପରବର୍ତ୍ତୀ ସମୀକ୍ଷା ଆରମ୍ଭ

by Our Correspondent
02 Sep, 2023- 06:03 PM
in Latest News, News
1 min read
0
ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କୁ ରାଜ୍ୟ ସରକାର ଦେବେ ଜମିପଟ୍ଟା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ର ୧୭ଟି ଗାଁ ର ଜମି ସମସ୍ୟାର ସମାଧାନ କରାଯାଇ ସେମାନଙ୍କୁ ଜମିପଟ୍ଟା ଦିଆଯିବ । ସୋରଡ଼ାରେ ଅକ୍ଟୋବର ପହିଲାରୁ ପଟ୍ଟା ବଣ୍ଟନ ହେବ । ଝାରସୁଗୁଡ଼ାରେ ଡିସେମ୍ବର ପହିଲାରୁ ପଟ୍ଟା ବଣ୍ଟନ ହେବ ।

ସୂଚନାଯୋଗ୍ୟ ଯେ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍‌ର ୧୭ଟି ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ ଏବଂ ୨୦୨୩ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ପଟ୍ଟାବଣ୍ଟନ ପ୍ରକ୍ରିୟା ଶେଷ ହେବ । ସେହିପରି ୧୬୮ ଜଣ ଲୋକଙ୍କୁ ଚାଷଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାକୁ ଗତ ଅଗଷ୍ଟ ୨୬ ତାରିଖରେ ୫-ଟି ସଚିବ ଗସ୍ତ କରିଥିଲେ। ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି ସମସ୍ୟାର ସମସ୍ୟା ସମାଧାନ ହୋଇଛି। 

୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ ଜିଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ର ସମାଧାନ ନିମନ୍ତେ ସମୟବଦ୍ଧ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।

Previous Post

ଆଦିତ୍ୟ L1 ର ସଫଳ ଉତକ୍ଷେପଣ

Next Post

ଖାଦ୍ୟ କମିସନ ସଦସ୍ୟ ହେଲେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ

Next Post
ଖାଦ୍ୟ କମିସନ ସଦସ୍ୟ ହେଲେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ

ଖାଦ୍ୟ କମିସନ ସଦସ୍ୟ ହେଲେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA