Thursday, June 25, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି

ଠକେଇ ଓ ପ୍ରତାରଣାର ସଙ୍ଗୀନ ଅଭିଯୋଗ

by Our Correspondent
16 Sep, 2023- 06:02 PM
in Crime, Latest News, News
1 min read
0
ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି

ଭୁବନେଶ୍ୱର: ଘର ବିକ୍ରି ପରେ ବି ମାଲିକାନା ସତ୍ତ୍ୱ ଦିଆଯାଉନି । ବିକ୍ରି ବେଳେ ରହିଥିବା ସର୍ତ୍ତ ପାଳନ ହେଉନି । ଆର୍ଥିକ ଅନିୟମିତତାରେ ସଂସ୍ଥା ବୁଡିକି ଅଛି । ଘର କିଣିଥିବା ଲୋକଙ୍କ ଅଧିକାରକୁ ଅର୍ଥବଳ, କ୍ଷମତାବଳ ଏବଂ ମିଡିଆବଳରେ ନାଲି ଆଖି ଦେଖାଯାଉଛି । କୋର୍ଟ ଆଦେଶକୁ ବି ଖାତିର ନାହିଁ ।

ଜେଡ୍ ୱାନ୍ ବିଲଡର ସଂସ୍ଥା ଓ ଏହାର ମାଲିକ ତପନ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ । ରଘୁନାଥପୁରସ୍ଥିତ ଜେଡ୍ ୱାନ୍ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ପକ୍ଷରୁ କିଛି ଦିନ ତଳେ ଇନଫୋସିଟି ଥାନା ଏବଂ ଇଓଡବ୍ଲୁରେ ଏହି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ତପନ ମହାନ୍ତି ଓ ତାଙ୍କ ପୁଅ ସତ୍ୟଜ୍ୟୋତି ମହାନ୍ତିଙ୍କୁ ଡାକି ଦୀର୍ଘ ୩ ଘଣ୍ଟା କାଳ ଜେରା କରିଛି ।

ଜେରା ପରେ ଶ୍ରୀ ମହାନ୍ତି ଇଓଡବ୍ଲୁ ଅଫିସରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ ମଧ୍ୟ ସେ କିଛି ନ କହି ସିଧା ତାଙ୍କ ଗାଡ଼ିରେ ବସି ପଳାଇଥିଲେ ।

ଜେଡ୍ ୱାନ୍ ରେସିଡେଣ୍ଟ ୱେଲଫେୟାର ଆସୋସିଏସନର ଅଭିଯୋଗରେ ରହିଛି ଜେଡ୍ ୱାନ୍ ସଂସ୍ଥାର ଠକେଇ ଓ ପ୍ରତାରଣାର କାହାଣୀ । ୨୦୧୧ମସିହାରେ ୨୬.୧୮୪ ଏକର ଜମିରେ ଜେଡ୍ ୱାନ୍ ପ୍ରକଳ୍ପ ପାଇଁ ବିଡିଏରୁ ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଅନୁମତି ପାଇଥିଲା । ଏହି ଜମିରେ ୨୧ ଟାୱାର, ୨୬ ଟି ଭିଲା, କ୍ଲବ୍ ହାଉସ, କମୁ୍ୟନିଟି ସେଣ୍ଟର, କ୍ରେଚ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କେନ୍ଦ୍ର ପାଇଁ ଅନୁମତି ଥିଲା । ପର୍ଯ୍ୟାୟକ୍ରମେ ଆପାର୍ଟମେଣ୍ଟ ନିର୍ମାଣ କରାଯାଇ କ୍ରେତାମାନଙ୍କୁ ହସ୍ତାନ୍ତର କରିବାକୁ ବୁକିଂ ସମୟରେ ସର୍ତ୍ତ ଥିଲା । ଘରର ମାଲିକାନା ସହ କମନ୍ ଏରିଆରେ ମଧ୍ୟ ସେମାନେ ଅଂଶୀଦାର ରହିବେ ବୋଲି ଚୁକ୍ତିରେ ଉଲ୍ଲେଖ ଥିଲା । ୩ ବର୍ଷ ମଧ୍ୟରେ ଘରଗୁଡ଼ିକର ନିର୍ମାଣ କାର୍ଯ୍ୟ ସରି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବେଲି ସେଥିରେ କୁହାଯାଇଥିଲା ।

ମାତ୍ର ଅଭିଯୋଗ ହୋଇଛି ଯେ ଚୁକ୍ତି ଅନୁଯାୟୀ ଘର ନିର୍ମାଣ କାର୍ଯ୍ୟ ସରିଲାନି କି ଘର ନିର୍ମାଣ ପରେ ଫ୍ଲାଟ୍ ମାଲିକମାନଙ୍କୁ ନ୍ୟାଯ୍ୟ ଅଧିକାର ଦିଆଗଲା ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଓନର୍ସ ଆସୋସିଏସନ୍ ଗଠନ ହୋଇଥିଲେ ମଧ୍ୟ ଘରର ମାଲିକାନା ସତ୍ତ୍ୱ ଦିଆଗଲାନି ।

ଇତିମଧ୍ୟରେ ବିଲଡର ସଂସ୍ଥା ଆଉ ଏକ ସାଂଘାତିକ କାମ କରିଥିବା ଅଭିଯୋଗ ହୋଇଛି । ମୂଳ ଜମି ସହ ଆଉ ୪ ଏକର ଜମି ମିଶାଇ ଏକ ସଂଶୋଧିତ ପ୍ଲାନ୍ ପ୍ରସ୍ତୁତ କରିଥିଲେ । ସେଥିରେ ଫ୍ଲାଟ୍ ମାଲିକଙ୍କ ପାଇଁ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କମନ ଏରିଆକୁ ଭର୍ତ୍ତି କରାଯାଇଥିଲା । ଫ୍ଲାଟ୍ ମାଲିକମାନେ ଏହା ବିରୋଧରେ ବିଡିଏ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରିବର୍ତ୍ତିତ ପ୍ରକଳ୍ପରେ ଆଇନର ଉଲ୍ଲଂଘନ କରାଯାଇଥିବାରୁ ‘ରେରା’ ମଧ୍ୟ ନିଜ ଆଡୁ ମାମଲା କରିଛି । ଜେଡ୍ ଇଷ୍ଟେଟ୍ କର୍ତ୍ତୃପକ୍ଷ ଏନଜିଟି ଆଇନର ମଧ୍ୟ ଉଲ୍ଳଂଘନ କରିଛନ୍ତି ।

ସଂସ୍ଥା ବିରୋଧରେ ଆର୍ଥିକ ଅନିୟମତାର ସଙ୍ଗୀନ ଅଭିଯୋଗ ରହିଛି । ବିଡିଏରୁ ୭.୪୬ ଲକ୍ଷ ବର୍ଗଫୁଟ ନିର୍ମାଣ ପାଇଁ ଅନୁମତି ପାଇଥିବା ବେଳେ ୮ ଲକ୍ଷ ୩୬ ହଜାର ବର୍ଗଫୁଟର ଘର ବିକ୍ରି କରିଛନ୍ତି । ବିଡିଏର ବିନା ପ୍ଲାନ୍ ଅନୁମୋଦନରେ କ୍ଲବ୍ ଟାଉନ ପ୍ରକଳ୍ପ କରି ବିକ୍ରି କରିଛନ୍ତି । କ୍ରେତାଙ୍କୁ ମାଲିକାନା ଦିଆ ନ ଯାଇ ପ୍ରତ୍ୟେକଙ୍କଠାରୁ ୭୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ସମୁଦାୟ ପ୍ରକଳ୍ପରେ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିବା କୁହାଯାଇଛି । ମାତ୍ର ତାହାର ହିସାବ ଦେଉନି ସଂସ୍ଥା ।

ସୂଚନାଥାଉକି, ଠକେଇ ଓ ପ୍ରତାରଣା ଅଭିଯୁକ୍ତ ଜେଡ୍ ୱାନ୍ ସଂସ୍ଥାର ମାଲିକ ତପନ ମହାନ୍ତି ହେଉଛନ୍ତି ସମ୍ବାଦ ଖବରକାଗଜ ମାଲିକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ସମୁଦି ।

 

Previous Post

ପୁରୀ ପୌରପାଳିକା ଲିଜ୍‌ ଜମି ହେବ ନିୟମିତ, ସେପ୍ଟେମ୍ବର ସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଟେଣ୍ଡର

Next Post

ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

Next Post
ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA