Tuesday, October 3, 2023 12:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

ପଦାକୁ ଆସିଲା 'ସମ୍ବାଦ' ଘୋଟାଲା

by Our Correspondent
16 Sep, 2023- 10:23 PM
in Crime, Latest News, News
1 min read
0
ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

?????????????????????????????????????????????????????????

ଭୁବନେଶ୍ୱର: ରାଜ୍ୟର ୧ ନମ୍ବର ଖବରକାଗଜ ‘ସମ୍ବାଦ’ରେ ଚାକିରି କରୁଥିବା କର୍ମଚାରୀଙ୍କ ନାଁରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଯାଏ । ଏହି ଋଣ ଟଙ୍କା ଯାଏ ମାଲିକଙ୍କ ପାଖକୁ । ଋଣ ଆବେଦନ ଫର୍ମରେ ଦସ୍ତଖତ କରିବାକୁ ଅମଙ୍ଗ ହେଲେ ଚାକିରିରୁ ତଡ଼ା ଖାଇବାକୁ ପଡ଼େ । ପ୍ରାୟ ୩୦୦ କର୍ମଚାରୀଙ୍କ ନାଁରେ ୫୦ କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଋଣ ହୋଇଛି ।

ଏହି ସଙ୍ଗୀନ ଅଭିଯୋଗ ଆଜି ଇଓଡବ୍ଲୁକୁ ଆଣିଛନ୍ତି ‘ସମ୍ବାଦ’ର ଜଣେ ପୂର୍ବତନ କର୍ମଚାରୀ(ଜିଲ୍ଲା ପ୍ରତିନିଧି) । ତାଙ୍କ ତରଫରୁ ଓକିଲ ଦିବ୍ୟଜ୍ୟୋତି ଦାସ ଇଓଡବ୍ଲୁରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏଥିରେ ଅଭିଯୋଗକାରୀ ସାମ୍ବାଦିକ ‘ସମ୍ବାଦ’ ବା ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡ ମାଲିକ ସୌମ୍ୟରଂଜନ ପଟ୍ଟନାୟକଙ୍କ କଳା କାରନାମା ଖୋଲିଛନ୍ତି । ସୌମ୍ୟଙ୍କ ନିର୍ଦ୍ଦେଶରେ ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଏହି ଫ୍ରଡ୍ କାରବାର ବର୍ଷ ବର୍ଷ ଧରି କରୁଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସଲାସୁତୁରାରେ କର୍ମଚାରୀଙ୍କୁ ଶୋଷଣ କରୁଥିବା ସଂସ୍ଥା ଏବଂ ସଂପୃକ୍ତ ବ୍ୟାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଅଭିଯୋଗକାରୀଜଣଙ୍କ ସମ୍ବାଦରେ ୧୨ ହଜାର ୬୦୦ ଟଙ୍କାରେ ଚାକିରି କରିଥିଲେ । ତେବେ ତାଙ୍କ ଦରମାକୁ ତିନିଗୁଣା ଦର୍ଶାଇ ପ୍ରସ୍ତୁତ ଏକ ଜାଲ୍ ଦରମା ସାର୍ଟିଫିକେଟ୍ ଜରିଆରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଯାଇଥିଲା । ଖାଲି ତାଙ୍କର ନୁହେଁ, ସମ୍ବାଦରେ ଚାକିରି କରୁଥିବା ପ୍ରାୟ ସମସ୍ତଙ୍କୁ ବ୍ୟାଙ୍କ ଋଣ ପାଇଁ ବାଧ୍ୟ କରାଯାଏ । ଯିଏ କାଗଜରେ ଦସ୍ତଖତ କରିବାକୁ ମନା କରନ୍ତି ତାଙ୍କୁ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କର ଚାକିରି ଚାଲିଯିବାର ଧମକ ଦିଅନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି କାରବାର କିଭଳି ଚାଲେ ତାହା ଇଓଡବ୍ଲୁକୁ ବିସ୍ତୃତ ଭାବେ ଜଣାଇଛନ୍ତି ଅଭିଯୋଗକାରୀ । ଚାକିରିରେ ଯୋଗ ଦେଉଥିବା କର୍ମଚାରୀଙ୍କର ପ୍ରଥମେ ଫ୍କେ ସାଲାରି ସାର୍ଟିଫିକେଟ୍ ପ୍ରସ୍ତୁତ କରାଯାଏ । ପ୍ରକୃତ ଦରମାଠାରୁ ତିନିଗୁଣା ଦରମା ପାଉଥିବା ସେଥିରେ ଦର୍ଶା ଯାଉଥିଲା । ମାଲିକ ସୌମ୍ୟ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାରବାରର ମୁଖ୍ୟ ନିର୍ବାହୀ ହେଉଛନ୍ତି ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କର । କର୍ମଚାରୀଙ୍କ ନାଁରେ ପ୍ରସ୍ତୁତ ଏହି ଫେକ୍ ସାର୍ଟିଫିକେଟ୍ କୁ ମଧୁଚନ୍ଦ୍ରିକାରେ ଥିବା ବ୍ୟାଙ୍କରେ ଡିପୋଜିଟ୍ କରାଯାଉଥିଲା । ଆଉ ବ୍ୟାଙ୍କ ଅନାୟାସରେ ଋଣ ଦେଉଥିଲା ।

ମୁଣ୍ଡ ପିଛା ଏହି ଋଣ ପରିମାଣ ୫ ଲକ୍ଷ କିମ୍ବା ଅଧିକ ଥିଲା । ଏହି କାରବାରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ଦେଇ ପକେଟରେ ରଖାଯାଏ । କର୍ମଚାରୀଙ୍କ ନାଁରେ ଆସୁଥିବା ଏହି ଋଣକୁ ମାଲିକ ସୌମ୍ୟ ପଟ୍ଟନାୟକ ହଡ଼ପ କରୁଥିବା ଅଭିଯୋଗରେ କୁହାଯାଇଛି ।

ସମ୍ବାଦର ୮ଟି ଯାକ ସଂସ୍କରଣର କର୍ମଚାରୀ ଏହି କାରବାରୁ ଛାଡ଼ ପାଇନାହାନ୍ତି । ଭୁବନେଶ୍ୱରସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାଠାରୁ ଆରମ୍ଭ କରି କଟକ, ବ୍ରହ୍ମପୁର, ଜୟପୁର ବ୍ୟାଙ୍କରୁ ଆସୁଥିଲା ଋଣ ଟଙ୍କା । କର୍ମଚାରୀ ଥରେ ଜାଲରେ ପଡ଼ିଲେ ସେଥିରୁ ମୁକୁଳିବା କଷ୍ଟ ଥିଲା । କାରଣ ଅନ୍ୟତ୍ର ଚାକିରି ପାଇଲେ ବି ‘ସମ୍ବାଦ’ ଋଣ ନ ସୁଝିବାର ବ୍ୟାଙ୍କ ନୋଟିସ୍ ମିଳୁଥିଲା ।

ତେବେ ଏହି ସଙ୍ଗୀନ ଅଭିଯୋଗ ସଂକ୍ରାନ୍ତରେ ସେ ଅବଗତ ନାହାନ୍ତି ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ । ଅବଗତ ହେଲା ପରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳେ ସୌମ୍ୟବାବୁଙ୍କ ସମୁଦି ତଥା ଜେଡ୍ ୱାନ୍ ବିଲଡର ସଂସ୍ଥା ମାଲିକ ତପନ ମହାନ୍ତି ଇଓଡବ୍ଲୁ ଅଫିସରେ ହାଜର ହୋଇଥିଲେ । ଦୀର୍ଘ ୩ ଘଣ୍ଟା କାଳ ତାଙ୍କୁ ଅଧିକାରୀମାନେ ଜେରା କରିଥିଲେ । ତାଙ୍କ ବିରୋଧରେ ମଧ୍ୟ ଗୁରୁତର ଠକେଇ ଅଭିଯୋଗ ଆସିଛି ।

Previous Post

ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି

Next Post

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ

Next Post
କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA