Tuesday, June 30, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜି ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି: ଧର୍ମେନ୍ଦ୍ର

by Our Correspondent
03 Oct, 2023- 07:25 PM
in Latest News, News
1 min read
0
ଆଜି ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜ ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆୟୋଜନ ହେଉଥିବା ମୋ ମାଟି ମୋ ଦେଶ ସେତେବେଳେ ଆୟୋଜନ ହେଉଛି, ଯେତେବେଳେ ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳ ହୋଇଛି ଏବଂ ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟଏଲ-୧ ଉତକ୍ଷେପଣ କରାଯାଇଛି । ବିଗତ ଦିନରେ ଜି-୨୦ ମାଧ୍ୟମରେ ବିଶ୍ୱ ନେତୃତ୍ୱମାନେ ଭାରତ ଗସ୍ତରେ ଆସି ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ନିମନ୍ତ୍ରିତ ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି, ଏହି ସବୁ ବିଷୟ ସମଗ୍ର ଭାରତବର୍ଷ ପାଇଁ ଗୌରବମୟ ଉପଲବ୍ଧି ।

ଦେଶକୁ ସ୍ୱାଧୀନତା ଦେବାରେ ଓ ଆମକୁ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ଅନେକ ସଂଗ୍ରାମୀଙ୍କ ପରିଶ୍ରମ, ତ୍ୟାଗ ଓ ବଳିଦାନ ରହିଛି । ଦେଶର ସ୍ୱତନ୍ତ୍ରତା ପାଇଁ ଓଡ଼ିଶାର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବାଜି ରାଉତ, ଗୋପବନ୍ଧୁ ଦାସ, କୁଳ ବୃଦ୍ଧ ମଧୁବାବୁ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ଅନେକ ସଂଗ୍ରାମୀ ଓ ମହାପୁରୁଷଙ୍କ ଯୋଗଦାନ ଅବିସ୍ମରଣୀୟ ।  ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଦେଇଥିବା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ସ୍ମରଣାର୍ଥେ ଆୟୋଜିତ ‘ମୋ ମାଟି ମୋ ଦେଶ’ ଦେଶରେ ନୂଆ ଜାଗରଣ ଆଣିଛି । ଆଜି ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ ହଷ୍ଟେଲରୁ ଯୁବସାଥୀଙ୍କ ଦ୍ୱାରା ସଂଗୃହିତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ଥାନିତ ହେବ । ଅମୃତକାଳରେ ଭାରତ ନୂଆ ଉଚ୍ଚତାରେ ପହଞ୍ଚିବ ଏବଂ ଦେଶକୁ ଏହି ଉଚ୍ଚତାକୁ ନେବାର ନେତୃତ୍ୱ ଭାରତର ଶିକ୍ଷା ଜଗତ ନେବ । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ବି ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ‘ପଞ୍ଚ ପ୍ରଣ’ର ଶପଥ ପାଠ ନେବା ସହ ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେଠାରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଥିଲେ ।

Previous Post

CM Lays Foundation for Homi Bhabha Cancer Hospital and Research Centre at NISER Campus

Next Post

ଶ୍ରଦ୍ଧା କିଏ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

Next Post
ଶ୍ରଦ୍ଧା କିଏ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧା କିଏ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA