Monday, June 29, 2026 05:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାହାନଗା ଟ୍ରାଜେଡି: ୧୩୦ ଦିନ ପରେ ଶବ ସତ୍କାର

ଅଜଣା ରହିଗଲେ ୨୮ ମୃତକ

by Our Correspondent
10 Oct, 2023- 08:31 PM
in Latest News, News
1 min read
0
ବାହାନଗା ଟ୍ରାଜେଡି: ୧୩୦ ଦିନ ପରେ ଶବ ସତ୍କାର

ଭୁବନେଶ୍ୱର: ଦୀର୍ଘ ସାଢ଼େ ୪ ମାସ ଧରି ଏମସ୍ ରେ ସଂରକ୍ଷିତ ରହିଲା ୨୮ ମୃତକଙ୍କ ଶବ । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏମାନଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଶବଗୁଡ଼ିକର ଦାବିଦାର ମିଳିଲେ ନାହିଁ । ଡିଏନଏ ଟେଷ୍ଟ ପରେ ମଧ୍ୟ ସେମାନଙ୍କ ପରିଚୟ ମିଳିଲା ନାହିଁ । ରହସ୍ୟ ହୋଇ ରହିଗଲେ ଏହି ମୃତକମାନେ । ଆଉ ଅଧିକ ଦିନ ଅପେକ୍ଷା କରିବା ସମ୍ଭବ ନ ଥିବାରୁ ବିଏମସି ପକ୍ଷରୁ ଏହି ଅପରିଚିତ ଶବଗୁଡ଼ିକର ଅନ୍ତିମ ସଂସ୍କାର ସ୍ଥାନୀୟ ଭରତପୁର ଶ୍ମଶାନରେ ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ।

ଗତ ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୬୨ ଜଣଙ୍କର ମୃତଦେହ ଏମସ୍ କୁ ଅଣାଯାଇଥିଲା । ସ୍ୱତନ୍ତ୍ର ବ୍ୟବସ୍ଥାରେ ମୃତଦେହ ସଂରକ୍ଷିତ ରଖାଯାଇଥିଲା । ଫିଜିକାଲ୍ ଭେରିଫିକେସନ୍ ପରେ ୮୧ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଅବଶିଷ୍ଟ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ ଡିଏନଏ ଟେଷ୍ଟ୍ ର ସହାୟତା ନିଆଯାଇଥିଲା । ସେହି ପ୍ରକ୍ରିୟାରେ ୫୩ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ବି ୨୮ ଶବ ଅଚିହ୍ନା ରହିଗଲେ । ଦାବିଦାର ଭାବେ ସେମାନଙ୍କର କୌଣସି ସମ୍ପର୍କୀୟ ଆସିଲେ ନାହିଁ ।

ସେପଟେ ମୃତଦେହ ସଂରକ୍ଷଣ ଆଉ ଅଧିକ ଦିନ ସମ୍ଭବ ନୁହେଁ ବୋଲି ଏମସ୍ କର୍ତ୍ତୃପକ୍ଷ ଜଣାଇବା ପରେ ଦୁର୍ଘଟଣାର ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଅଗଷ୍ଟ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ଏହାପରେ ବିଏମସି ପଦକ୍ଷେପ ଗ୍ରହଣ ଆରମ୍ଭ କରିଥିଲା । ଆଜି ଅପରାହ୍ନରେ ଏମସ୍ ରୁ ଶବଗୁଡ଼ିକ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଭରତପୁର ଶ୍ମଶାନରେ ପର୍ଯ୍ୟାୟକ୍ରମେ ସକ୍ରାର କରାଯାଉଛି । ଶବଗୁଡ଼ିକର ସକ୍ରାର ପାଇଁ ଦୁଇଦିନ ସମୟ ଲାଗିବ ବୋଲି ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

Previous Post

ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ

Next Post

୧୫ ହଜାର ମିଶନ ଶକ୍ତି ମହିଳାଙ୍କୁ ମିିଳିଲା ସ୍କୁଟର

Next Post
୧୫ ହଜାର ମିଶନ ଶକ୍ତି ମହିଳାଙ୍କୁ ମିିଳିଲା ସ୍କୁଟର

୧୫ ହଜାର ମିଶନ ଶକ୍ତି ମହିଳାଙ୍କୁ ମିିଳିଲା ସ୍କୁଟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA