Monday, June 29, 2026 07:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାଜିତା ଷଡ଼ଙ୍ଗୀଙ୍କ ଦାଦାଗିରି !

ସାଂସଦଙ୍କ ଅକ୍ତିଆରରେ ରାଜଧାନୀ କାନ୍ଥବାଡ, ବିଏମସି କମିସନର ନିରବ

by Our Correspondent
13 Oct, 2023- 11:49 PM
in Latest News, News
1 min read
0
ଅପରାଜିତା ଷଡ଼ଙ୍ଗୀଙ୍କ ଦାଦାଗିରି !

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତୀତରେ ବିଏମସି କମିସନର ଥିଲେ । ବିଏମସି ଆଇନକାନୁନ ତାଙ୍କୁ ଭଲଭାବରେ ଜଣା । କାନ୍ଥବାଡ଼ରୁ ସହରର ସୌନ୍ଦର୍ଯ୍ୟକରରଣ କାର୍ଯ୍ୟ ସେ ଆରମ୍ଭ କରିଥିଲେ ବୋଲି ମନରେ ତାଙ୍କର ଭାରି ଗର୍ବ । ମାତ୍ର ସାଂସଦ ବନିଥିବା ଅତୀତର ସେହି ବିଏମସି କମିସନର ଏବେ ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରିଛନ୍ତି । କଥା କଥାକେ ସରକାରଙ୍କୁ ଆଇନର ପାଠ ପଢ଼ାଉଥିବା ସାଂସଦ ମ୍ୟାଡାମ୍ ସେହି ଆଇନକୁ ମୋଡି ମକଚି ଦେଇଛନ୍ତି । ଭୁବନେଶ୍ୱର ସହର ସମେତ ସମଗ୍ର ଲୋକସଭା ନିର୍ବାଚନମଣ୍ଡଳୀର କାନ୍ଥବାଡ଼କୁ ଗାରେଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ଭୁବନେଶ୍ୱର ସହରର ଗଳିକନ୍ଦିଠାରୁ ଆରମ୍ଭ କରି ପ୍ରମୁଖ ଜାଗାଗୁଡ଼ିକର ବିଭିନ୍ନ ସରକାରୀ ଓ ବେସରକାରୀ ଘରର କାନ୍ଥବାଡ଼କୁ ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରିଛନ୍ତି ସାଂସଦ ଅପରାଜିତା । ଭୁବନେଶ୍ୱର ବିମାନବନ୍ଦରର ପାଚେରୀ ବି ସେଥିରୁ ବାଦ୍ ପଡ଼ିନାହିଁ । ପଦ୍ମ ଚିହ୍ନ ସାଙ୍ଗକୁ ଆଉ ଥରେ ଅପରାଜିତା ବୋଲି କଡ଼ା ରଙ୍ଗରେ ଲେଖା ହୋଇଛି । ଭୁବନେଶ୍ୱରର ପ୍ରାୟ ହଜାରେ ଜାଗାରେ ଏଭଳି ୱାଲିଂ ହୋଇଥିବା ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସହର ଓ ଗାଁ ଗଣ୍ଡା କାନ୍ଥବାଡ଼ରେ ବି ସମାନ ଲେଖା ଦେଖିବାକୁ ମିଳିଛି ।

ସାଧାରଣ ନିର୍ବାଚନକୁ ପାଖାପାଖି ୬ ମାସ ବାକି ଅଛି । ରାଜନୈତିକ ଦଳଗୁଡ଼ିକରେ ପ୍ରାର୍ଥୀ ଘୋଷଣା ସମୟ ହୋଇନାହିଁ । ମାତ୍ର ଭୁବନେଶ୍ୱର ଲୋକସଭା ଆସନରେ ପୁନର୍ବାର ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଅପରାଜିତା ଷଡ଼ଙ୍ଗୀ ଜଣାଇ ଦେଇଛନ୍ତି । ତାଙ୍କରି ସୌଜନ୍ୟରୁ କାନ୍ଥବାଡ଼କୁ ପ୍ରଚାର ଆୟୁଧ କରାଯାଇଛି । ବିନା ଅନୁମତିରେ ଏବଂ ଆଇନକାନୁନ ନ ମାନି ସାଂସଦ ଏହି କାର୍ଯ୍ୟ ହାତକୁ ନେଇଥିବା ଜଣାପଡ଼ିଛି । ବିଶେଷକରି ସରକାରୀ କାନ୍ଥବାଡ଼କୁ ସାଂସଦ ଏକପ୍ରକାର ଅକ୍ତିଆର କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସାଂସଦଙ୍କ ଏଭଳି ବେଆଇନ କାର୍ଯ୍ୟକୁ ଭୁବନେଶ୍ୱର ମହାନଗର ନିଗମର ବିଜେଡି କର୍ପୋରେଟରମାନେ ପ୍ରବଳ ବିରୋଧ କରିବା ପରେ ନିଜେ ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ୪ ଟି ୱାର୍ଡରେ ସାଂସଦଙ୍କ ପ୍ରଚାର ଲେଖା ହଟାଇ କାନ୍ଥ ସଫା କରାଗଲାଣି । ମାତ୍ର ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନିକଟରେ ବିଶ୍ୱ କପ୍ ହକି ଆୟୋଜନ ବେଳେ ସହରର କାନ୍ଥବାଡ଼କୁ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାକୁ ବ୍ୟକ୍ତିଗତ ପ୍ରଚାର ପାଇଁ ବ୍ୟବହାର କରି ନଷ୍ଟ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବରେ ବେଆଇନ ହୋଇଥିଲେ ମଧ୍ୟ କମିସନର କୌଣସି ପଦକ୍ଷେପ ଗ୍ରହଣ ନ କରିବା ନେଇ ଅଧିକାଂଶ କର୍ପୋରେଟର ପ୍ରଶ୍ନ ଉଠାଇଛନ୍ତି ।

ରାଜଧାନୀରେ ପିଲାଙ୍କୁ ଟିଉସନ୍ କରୁଥିବା ଘରୋଇ ଶିକ୍ଷକ ଘର ଆଗରେ କୋଚିଂ ସେଣ୍ଟର ଲେଖିଦେଲେ କମିସନର କାର୍ଯ୍ୟାନୁଷ୍ଠାନସ୍ୱରୂପ ତାଙ୍କଠାରୁ ଫାଇନ୍ ଆଦାୟ କରୁଛନ୍ତି । ଛୋଟ ବ୍ୟବସାୟୀ ଜଣେ ଦୋକାନ ଆଗରେ ମଇଳା ପକାଇଦେଲେ ୫ ହଜାର କି ୧୦ ହଜାର ଫାଇନ୍ କଷୁଛି ବିଏମସି । ମାତ୍ର ବେଆଇନ କାର୍ଯ୍ୟ ଜରିଆରେ ସମଗ୍ର ସହରର କାନ୍ଥବାଡ଼କୁ ମଇଳା କରୁଥିବା ଏହି ସାଂସଦଙ୍କ ପ୍ରତି ବିଏମସି କମିସନର ଆଖି ବୁଜିଦେବା ଆମକୁ ଆଶ୍ଚର୍ଯ୍ୟ କରୁଛି ବୋଲି ଜଣେ ବରିଷ୍ଠ କର୍ପୋରେଟର କହିଛନ୍ତି ।

ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ପଛରେ ତାଙ୍କର ସହାନୁଭୂତି ଚାଲ୍ ରହିଥିବା ତାଙ୍କ ସମର୍ଥକ ମହଲରୁ ଜାଣିବାକୁ ମିଳିଛି । କାନ୍ଥବାଡ଼ରେ ତାଙ୍କର ପ୍ରଚାରକୁ ସରକାର ବନ୍ଦ କଲେ ତାହା ସାଂସଦଙ୍କୁ ଅଧିକ ଫାଇଦା ଦେବ ଏବଂ ଲୋକଙ୍କଠାରୁ କୁଆଡ଼େ ସମବେଦନା ପାଇବେ । କୋଭିଡ୍ ସମୟରେ ନିଜ ଅଫିସରେ ଜନ୍ମଦିନ ଉତ୍ସବ ପାଳନ କରି ବିଏମସି କାର୍ଯ୍ୟାନୁଷ୍ଠାନର ଶିକାର ହେବା ପରେ ସେ ଯେମିତି ଭେଳିକି ଦେଖାଇଥିଲେ ଏବେ ତାହାର ପୁନରାବୃତ୍ତି କରିବେ ଏବଂ ସେଥିରେ ନିଜର ପ୍ରଚାର ଅଧିକ ହେବ ବୋଲି ସାଂସଦଙ୍କର କୁଆଡ଼େ ବିଶ୍ୱାସ ଅଛି ।

Previous Post

‘ଆମ ଓଡିଶା ନବୀନ ଓଡିଶା’: ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post

ପ୍ରତାପ ଜେନାଙ୍କୁ କୋର୍ଟ ସମନ

Next Post
ପ୍ରତାପ ଜେନାଙ୍କୁ କୋର୍ଟ ସମନ

ପ୍ରତାପ ଜେନାଙ୍କୁ କୋର୍ଟ ସମନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA