ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତୀତରେ ବିଏମସି କମିସନର ଥିଲେ । ବିଏମସି ଆଇନକାନୁନ ତାଙ୍କୁ ଭଲଭାବରେ ଜଣା । କାନ୍ଥବାଡ଼ରୁ ସହରର ସୌନ୍ଦର୍ଯ୍ୟକରରଣ କାର୍ଯ୍ୟ ସେ ଆରମ୍ଭ କରିଥିଲେ ବୋଲି ମନରେ ତାଙ୍କର ଭାରି ଗର୍ବ । ମାତ୍ର ସାଂସଦ ବନିଥିବା ଅତୀତର ସେହି ବିଏମସି କମିସନର ଏବେ ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରିଛନ୍ତି । କଥା କଥାକେ ସରକାରଙ୍କୁ ଆଇନର ପାଠ ପଢ଼ାଉଥିବା ସାଂସଦ ମ୍ୟାଡାମ୍ ସେହି ଆଇନକୁ ମୋଡି ମକଚି ଦେଇଛନ୍ତି । ଭୁବନେଶ୍ୱର ସହର ସମେତ ସମଗ୍ର ଲୋକସଭା ନିର୍ବାଚନମଣ୍ଡଳୀର କାନ୍ଥବାଡ଼କୁ ଗାରେଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।








