Friday, June 26, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୟୁରଭଞ୍ଜକୁ ୯୦, ସମ୍ବଲପୁରକୁ ୬୯, ମାଲକାନଗିରିକୁ ୫୫ କୋଟି

ଆମ ଓଡ଼ିଶା ନବୀନ ଓଡ଼ିଶା

by Our Correspondent
04 Nov, 2023- 07:08 PM
in Latest News, News
1 min read
0
ମୟୁରଭଞ୍ଜକୁ ୯୦, ସମ୍ବଲପୁରକୁ ୬୯, ମାଲକାନଗିରିକୁ ୫୫ କୋଟି

ଭୁବନେଶ୍ୱର: ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ “ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୦ କୋଟି ୫୦ ଲକ୍ଷ, ସମ୍ବଲପୁରର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଏବଂ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ମିଳିଛି ୫୫ କୋଟି ୫୦ ଲକ୍ଷ ଟଙ୍କା ।

ଏହି ଯୋଜନାରେ ମୟୁରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକ୍ ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ ପ୍ରକଳ୍ପ, ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ର ୧୩୮ ଟି ଗ୍ରାମ ପଞ୍ଚାୟତରେ ୧୮୦୧ ପ୍ରକଳ୍ପ ଏବଂ ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ୍ ର ୧୧୧ଟି ଗ୍ରାମ ପଞ୍ଚାୟତରେ ୧୪୩୦ ଟି ପ୍ରକଳ୍ପ ହେବ ।

ଏହି କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ସଂଯୋଜନା କରିଥିଲେ ।

ମୟୁରଭଞ୍ଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଖିଚିଙ୍ଗର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଏହାର ମ୍ୟୁଜିୟମର ପୁନଃରୁଦ୍ଧାର ପାଇଁ ୯.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଶିମିଳିପାଳ Tiger Reserveରେ ବନ୍ଧନ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ ପାଇଁ ୬.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା Reserve Forest ଭିତରେ ରହୁଥିବା ୧୭୦୦ ଲୋକ ଉପକରା ପାଇବେ।

ସାରସକଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚନ୍ଦନପୁରରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୮.୬୬ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୪୬.୬୫ କୋଟି ଟଙ୍କା । ଏହା ସହିତ ବିଶୋଇରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୩ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୨୬କୋଟି ଟଙ୍କା । ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ଘାଟୀ ରାସ୍ତା ଯୋଗୁ ୨ ଲକ୍ଷ ଲୋକ ଉପକୃତ ହେବେ। ଏହା ଛଡା ୨ଟି କଲେଜ, ବାଙ୍କବାଳ ବନ୍ଧ ଓ ବିଞ୍ଜଧାର ଜଳପ୍ରପାତ ପାଇଁ ୨ଟି ପର୍ଯ୍ୟଟନ ପ୍ରକଳ୍ପ ମଧ୍ୟ ରହିଛି।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଇରଙ୍ଗପୁର ଗୋଶାଳା ପାଇଁ ୫ ଏକର ଜମି ଦିଆଯାଇଛି ଏବଂ ଏଥିପାଇଁ ୧୩.୩୪ କୋଟି ଟଙ୍କାର କର ଛାଡ କରାଯାଇଛି। ଏଥିରେ ୩୫୮ଟି ଗାଈଗୋରୁଙ୍କ ଯତ୍ନ ନିଆଯାଉଛି। ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ୧୦.୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଝରଡିହିରୁ ଲେଲାମ ଘାଟୀ ପର୍ଯ୍ୟନ୍ତ ୫ କି.ମି. ରାସ୍ତା, ରାଇରଙ୍ଗପୁର କଲେଜ, ନେସା ବନ୍ଧର ସୌନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ ରହିଛି।

କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୦.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଠାକୁରମୁଣ୍ଡାରୁ ଉଦଳା ଦେଇ ରୂପ୍‌ସା ପର୍ଯ୍ୟନ୍ତ ସଡକ ପାଇଁ ୩୦.୯୦ କୋଟି ଟଙ୍କା, ଭୀମକୁଣ୍ଡ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ୭.୩୧ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି।

ଏହି ପରି ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସମ୍ବଲପୁର ଜିଲ୍ଲାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୫.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସନ୍ଥ ଭୀମଭୋଇଙ୍କ ସ୍ମୃତି ପୀଠ ଓ ପ୍ରାପ୍ତି ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮.୬୯ କୋଟି ଟଙ୍କା, ହୁମା ବକ୍ର ମନ୍ଦିର ଉନ୍ନତି ପାଇଁ ୮ କୋଟି, ରେଢାଖୋଲ ଜଗନ୍ନାଥ ମନ୍ଦିର ପାଇଁ ୨.୮୩ କୋଟି, ରେଢାଖୋଲ ପଞ୍ଚଖଣ୍ଡା ମନ୍ଦିର ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଜୁଜୁମରାରେ ୨ଟି MIP ଓ ୨ଟି କଲେଜର ଉନ୍ନତିକରଣ ରହିଛି।

ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୁର୍ଲା ଥୁଣ୍ଟିକଟରବଗ, ଯୋଗୀ ପାଲି, ସପନେ ଆଦି ଅଞ୍ଚଳର ହୀରକୁଦ ବିସ୍ଥାପିତମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ହାଇଟେକ ସର୍ଭେ କରାଯାଇ ସମସ୍ତଙ୍କୁ ପଟ୍ଟା ଦିଆଯିବ। ଚିପିଲିମାସ୍ଥିତ ପ୍ରସିଦ୍ଧ ମା’ ଘଣ୍ଟେଶ୍ୱରୀ ମନ୍ଦିର ପାଇଁ ୧୦.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୀଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ୬.୪୦ କୋଟି ଟଙ୍କା ଓ ଅନେକ ସଡକ ପ୍ରକଳ୍ପ ରହିଛି।

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବାମ୍ରା ତହସିଲରେ ବିସ୍ଥାପିତମାନଙ୍କୁ ପଟ୍ଟା ଦେବା ପାଇଁ ହାଇଟେକ ସର୍ଭେ କରାଯାଉଛି। କେତୋଟି ଗୁରୁତ୍ୱପୂର୍ଣ୍ଣ ସଡକ ମଧ୍ୟ ରହିଛି। ଏଥିରେ କେସିବାହାଲରୁ ସରଗିଡିହି ପର୍ଯ୍ୟନ୍ତ ରାସ୍ତା ପାଇଁ ୧୬.୩୦ କୋଟି, ରାଜ୍ୟ ରାଜପଥ ୨୪ରୁ ଲରିଆପାଲି ରାସ୍ତା ପାଇଁ ୧୨ କୋଟି, ଫାସିମାଲରୁ ଷଣ୍ଢପଥର ସଡକ ପାଇଁ ୬ କୋଟି ଟଙ୍କା ସାମିଲ।

ଏହି ପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୧.୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଚିତ୍ରକୋଣ୍ଡାରେ ନୂଆ ସରକାରୀ ଡିଗ୍ରୀ କଲେଜ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି। ମାଥିଲି MIP ପାଇଁ ୫.୪୭ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କୁମଡାଗୁଡା ନଦୀ ଉପରେ ସେତୁ ପାଇଁ ୨୨ କୋଟି ଏବଂ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ, ସ୍କୁଲ ଓ କଲେଜ ରହିଛି। ସେତୁ ଯୋଜନାରେ ୧୦ଟି ନୂଆ ପଞ୍ଚାୟତକୁ ସାମିଲ କରାଯାଇଛି।

ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମଲିକେଶ୍ୱର ମନ୍ଦିର, ହରିଚାନ୍ଦ ଆଶ୍ରମ, ନରନାରାୟଣ ଆଶ୍ରମ, ମାନ୍ୟମକୋଣ୍ଡା ଗୁମ୍ଫାରେ ପର୍ଯ୍ୟଟନର ବିକାଶ, ବାଲିସାଗର ପୁଷ୍କରଣୀ, ସତୀଗୁଡା ଇକୋ ପାର୍କ ଓ ଅନେକ ସଡକ ପ୍ରକଳ୍ପ।

ଏହି ପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୪.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ମାଲକାନଗିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ବିଷୟରେ ଆଲୋକପାତ କରି ସେ କହିଲେ ଯେ ମାଲକାନଗିରି ମୁଖ୍ୟମନ୍ତ୍ରୀ ସବୁଠାରୁ ପ୍ରିୟ। ଅନେକ ଜନକଲ୍ୟାଣକାରୀ ଯୋଜନା- ଲକ୍ଷ୍ମୀ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପ୍ରଭୃତି ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି। ମା’ ମାନଙ୍କ ପାଇଁ ଅଧିକ ୫ ଲକ୍ଷ ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା।

ଏହିପରି ୩ଟି ଜିଲ୍ଲାରେ ସମୁଦାୟ ୯୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫୬.୮୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ବିଧାୟକ ରୋହିତ ପୂଜାରୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବକ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

Previous Post

ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

Next Post

କନ୍ଧମାଳକୁ ୮୫, ଅନୁଗୁଳକୁ ୧୧୨, ଗଜପତିକୁ ୭୪ କୋଟି

Next Post
କନ୍ଧମାଳକୁ ୮୫, ଅନୁଗୁଳକୁ ୧୧୨, ଗଜପତିକୁ ୭୪ କୋଟି

କନ୍ଧମାଳକୁ ୮୫, ଅନୁଗୁଳକୁ ୧୧୨, ଗଜପତିକୁ ୭୪ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA