Friday, June 26, 2026 06:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁର୍ନବାସ ସହାୟତା ଯୋଗାଉଛି ବ୍ଲକ୍‌ସ୍ତରୀୟ ଫିଜିଓଥେରାପି କେନ୍ଦ୍ର

by Our Correspondent
08 Nov, 2023- 06:22 PM
in News
1 min read
0
ପୁର୍ନବାସ ସହାୟତା ଯୋଗାଉଛି ବ୍ଲକ୍‌ସ୍ତରୀୟ ଫିଜିଓଥେରାପି କେନ୍ଦ୍ର

ସୁନ୍ଦରଗଡ଼: ଭିନ୍ନକ୍ଷମତା ଏକ ଅଭିଶାପ ନୁହେଁ । ଏହା କେତେବେଳେ କାହା ଜୀବନରେ ଆସିପାରେ । ଅନେକ ସମୟରେ ଲୋକ ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥାଆନ୍ତି । ତେବେ ଭିନ୍ନକ୍ଷମତା ଜନ୍ମଗତ ବା ଦୁର୍ଘଟଣାଜନିତ ବା ବାର୍ଦ୍ଧକ୍ୟଜନିତ ହୋଇଥାଉ, ଉପଯୁକ୍ତ ଚିକିତ୍ସା ଏବଂ ସହାୟତା ଦ୍ୱାରା ଲୋକଙ୍କୁ ସକ୍ଷମ କରାଯାଇ ପାରିବ । ତେବେ ଏଥିପାଇଁ ବ୍ୟବସ୍ଥିତ ପ୍ରୟାସ ଏବଂ ଉଦ୍‌ଯୋଗର ଆବଶ୍ୟକତା ରହିଛି । ସୁନ୍ଦରଗଡ ଜିଲ୍ଲା ଏ ନେଇ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ବ୍ଲକ୍ ସ୍ତରରେ ସମନ୍ୱିତ ଫିଜିଓଥେରାପି କେନ୍ଦ୍ର- ଥେରାପିଉଟିକ୍ କେନ୍ଦ୍ର ଖୋଲାଯାଇଛି, ଯାହା ଲୋକମାନଙ୍କୁ ଆବଶ୍ୟକ ପରାମର୍ଶ ଏବଂ ସେବା ଯୋଗଇବା ସହ ସେମାନଙ୍କୁ ପୁନଃ ସକ୍ଷମ କରିବା ଦିଗରେ ଏକ ବିରାଟ ଭୂମିକା ଗ୍ରହଣ କରୁଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ବିନିଯୋଗ ରେ ସୁନ୍ଦରଗଡ ଏବଂ ରାଉରକେଲା ଡିଭିଜନରେ ମୋଟ୍ ୨୦ଟି କେନ୍ଦ୍ର ବ୍ଲକ୍ ସ୍ତରରେ ଖୋଲାଯାଇଛି । ଏହା ନବଜାତ ଶିଶୁ, ଯୁବକ ଏବଂ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ଜନ୍ମଗତ, ସ୍ପଳ୍ପମିଆଦୀ ଏବଂ ଦୀର୍ଘ ମିଆଦୀ ଭିନ୍ନକ୍ଷମତାର ଉପଚାର କରି ସେମାନଙ୍କୁ ସକ୍ଷମ କରାଯାଉଛି । ଜନ୍ମରୁ ୧୮ ବର୍ଷ ବୟସର ଶିଶୁମାନଙ୍କର ବିଭିନ୍ନ ଭିନ୍ନକ୍ଷମତା ଯଥା ବିକାଶରେ ବିଳମ୍ବ, କଥା କହିବାରେ ବିଳମ୍ବ, ଯୁବକମାନଙ୍କର ଆଣ୍ଠ ୁ ଏବଂ ମେରୁଦଣ୍ଡ ତଥା ପିଠି ଯନ୍ତ୍ରଣା , ପକ୍ଷାଘାତ ଆଦି ସହ ବରିଷ୍ଠ ନାଗରିକଙ୍କର ଅଂଟା, ପିଠି ଯନ୍ତ୍ରଣା ଏବଂ ସାଧାରଣ ଦୁର୍ବଳତା ଆଦି ପାଇଁ ଫିଜିଓ ଥେରାପି ଆଦି ଯୋଗାଇ ସେମାନଙ୍କୁ ପୁର୍ନବାର ସକ୍ଷମ ଏବଂ କର୍ମଯୋଗ୍ୟ କରାଇବା ଦିଗରେ ସହାୟତା ଦେଉଛି ।

ଏହି ସବୁ କେନ୍ଦ୍ରରେ ଜଣେ ଲେଖାଏଁ ଫିଜିଓ ଥେରାପିଷ୍ଟ ଏବଂ ଜଣେ ସ୍ପେଶାଲ ଏଡୁକେଟର ଥିବାବେଳେ ଜଣେ ଲେଖାଏଁ ଡ୍ରାଇଭର ମଧ୍ୟ ଅଛନ୍ତି । ପ୍ରତି କେନ୍ଦ୍ରରେ ଗୋଟିଏ ଲେଖାଏଁ ଇ- ରିକ୍ସା ମଧ୍ୟ ଅଛି ଯାହା ଫଳରେ ଫିଜିଓ ଥେରାପି ଆବଶ୍ୟକ କରୁଥିବା ଲୋକମାନେ କେନ୍ଦ୍ରକୁ ସହଜରେ ଏବଂ ବିନାମୂଲ୍ୟରେ ଯିବାଆସିବା କରି ନିଜର ଚିକିତ୍ସାରେ ନିରନ୍ତରତା ରକ୍ଷା କରିଥାଆନ୍ତି । ଏହି କେନ୍ଦ୍ରମାନଙ୍କରେ ପୁର୍ନବାସ ସେବା, ଫିଜିଓଥେରାପି, ସ୍ପିଚ୍ ଥେରାପି ଏବଂ ବିହେଭିୟରାଲ ଥେରାପି ସେବା ପ୍ରଦାନ କରାଯିବା ସହ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଏ ।

ଏହି ଫିଜିଓଥେରାପି କେନ୍ଦ୍ର ସବୁକୁ ସହାୟତା ଦେବା ପାଇଁ ଜିଲ୍ଲା ଟିମ୍ ଏବଂ ପରିଚାଳନା ଟିମ୍ ଅଛନ୍ତି । ଜିଲ୍ଲା ଟିମ୍‌ରେ ଜଣେ ବରିଷ୍ଠ ଫିଜିଓ ଥେରାପିଷ୍ଟ, ଜଣେ ଅକୁପେସନାଲ ଥେରାପିଷ୍ଟ,ଜଣେ ସ୍ପିଚ୍ ଥେରାପିଷ୍ଟ, ଏବଂ ଜଣେ ମନସ୍ତତ୍ତ୍ୱବିତ ଅଛନ୍ତି ଯେଉଁମାନେ ମାସକୁ ଦୁଇଥର ଏହି କୋଡିଏଟି କେନ୍ଦ୍ର କୁ ଭ୍ରମଣରେ ଯାଇ ସେବା ନେଉଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଅନ୍ତି ।

ସେହିପରି ପରିଚାଳନା ଦଳରେ ଦୁଇଜଣ ପ୍ରକଳ୍ପ ସହାୟକ ଏବଂ ଜଣେ ପ୍ରକଳ୍ପ ପରିଚାଳକ ଅଛନ୍ତି ଯେଉଁମାନେ ଗାଁ ସ୍ତରରେ ବୈଠକ କରି ଲୋକଙ୍କୁ ସଚେତନ କରାଇବା ସହ ଏହି କେନ୍ଦ୍ରସବୁର ଫାଇଦା ଯେପରି ଲୋକମାନେ ନେଇ ପାରିବେ ସେ ନେଇ ଆଲୋଚନା କରି ଲୋକଙ୍କୁ ବୁଝାନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଏହି ପ୍ରକଳ୍ପ ସତରେ ଅନନ୍ୟ, କାରଣ କେବଳ ଫିଜିଓଥେରାପିକୁ ନେଇ ଏପରି ବ୍ୟବସ୍ଥା ବ୍ଲକ୍ ସ୍ତରରେ ଆଗରୁ କେବେ କରାଯାଇନାହିଁ । ସାଧାରଣତଃ ଦୁର୍ଘଟଣା ପରବତ୍ତୀ ପୁର୍ନବାସ ସେବାରେ ଫିଜିଓଥେରାପିକୁ ସଂପୂର୍ଣ୍ଣ ରୂପେ ଅବହେଳା କରାଯାଉଥିବାରୁ ଏଥିରେ ପୀଡିତ ଲୋକ ନିଜକୁ ସଂପୂର୍ଣ୍ଣରୁପେ ସକ୍ଷମ କରାଇପାରିନଥାଏ । ଏପରି କ୍ଷେତ୍ରରେ ସୁନ୍ଦରଗଡର ଜିଲ୍ଲା ପ୍ରଶାସନର ଏହି ପ୍ରଚେଷ୍ଟା ଯୋଗୁଁ ଅନେକ ଦୁର୍ଘଟଣାପୀଡିତ ଲୋକ ନିଜକୁ ସକ୍ଷମ କରିବାରେ ସଫଳ ହେବା ସହ ନିଜ ଜୀବନକୁ ବେଶ୍ ଭଲଭାବେ ଉପଭୋଗ କରିପାରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଆମେ ଏଠାରେ ଦୁଇଟି ଉଦାହରଣ ଦିଆଯାଉଅଛି , ହେମଗିରି ବ୍‌କ୍ ର ମନୋଜ କୁମାର ବାରିକଙ୍କ ବୟସ ୪୨ ବର୍ଷ । ମେରୁଦଣ୍ଡ ତଳୁ ଡାହାଣ ଗୋଡ ଆଡକୁ ଯନ୍ତ୍ରଣା ହେଉଥିଲା ଯାହାଫଳରେ ସେ ଚାଲି ପାରୁନଥିଲେ । ଏହି ସମସ୍ୟା ନେଇ ସେ ହେମଗିରି ବ୍ଲକ୍ ର ଆଇପିୟୁ-ଟିସି( ଇଂଟିଗ୍ରେଟେଡ୍ ଫିଜିଓଥେରପି ୟୁନିଟ୍ ଏଣ୍ଡ ଥିଉରାପେଟିକ୍ ସର୍ଭିସେସ୍) କୁ ଆସିଥିଲେ । ଏଠାରେ ତାଙ୍କୁ ନିୟମିତଭାବେ ଫିଜିଓଥେରାପି ପ୍ରଦାନ କରାଯାଇଥିଲା । ତାଙ୍କୁ ବିଭିନ୍ନ ପ୍ରକାର ଫିଜିଓଥେରାପି ସେବା ଯଥା ଥୋରାସିକ୍ ସ୍ପାଇନ୍ ମୋବିଲାଇଜେସନ୍‌, ମ୍ୟାକ୍‌କେନଜି ଏକ୍ସଟେନସନ ଏକ୍ସସରସାଇଜ,ସେଲ୍ଫ ପ୍ରିରିଫର୍ମସିସ୍ ମସଲ୍ସ ଷ୍ଟ୍ରେଚିଂ, ସେଲ୍ଫ ହାମଷ୍ଟ୍ରିଂ ମସଲ ଷ୍ଟ୍ରେଚିଂ, ମଏଷ୍ଟ ହଟ ପ୍ୟାକ୍ , ସାଇଟିକା ନର୍ଭ ମୋବିଲାଇଜେସନ, ଲମ୍ବର ଟ୍ରାକ୍ସନ ଆଦି ସେବା ନିୟମିତଭାବେ ୧୪ ଦିନ ଧରି ଯୋଗାଇ ଦିଆଗଲା ପରେ ସେ ଏବେ ସହଜରେ ଆଉ ସ୍ୱଭାବିକ ଭାବେ ଚଲାବୁଲା କରିପାରୁଛନ୍ତି ।

ସେହିପରି ବୁଦେଲକାଣୀର ମଧୁସୂଦନ ନାଏକ ଫ୍ରେଜେନ୍ ସୋଲଡର ବିଲକ୍ଷଣତାରେ ପୀଡିତ ହୋଇ ନିଜର ଡାହାଣହାତକୁ ଉପରକୁ ଉଠାଇପାରୁନଥିଲେ । ତାଙ୍କୁ ୬୮ ବର୍ଷ ହୋଇ ସାରିଥିଲା । ଏହାଦ୍ୱାରା ତାଙ୍କୁ ନିଜର ଦୈନନ୍ଦିନ କାମ କରିବାରେ ଅସୁବିଧା ହେଉଥିଲା । ସେ ସଦର ବ୍ଲକ୍ ସ୍ଥିତ ଏହି ସେଂଟରକୁ ଆସିବା ପରେ ତାଙ୍କୁ ମଧ୍ୟ ଫିଜିଓଥେରାପି ଦିଆଗଲା । ଆଂଟେରିୟର କ୍ୟାପସୁଲ ଏବଂ ପେକ୍ଟୋରାଲ ମସଲ ସେଲ୍ଫ ଷ୍ଟ୍ରେଚିଂ, ଫନˆସନାଲ ଆକ୍ସିଭିଟି, ଫିଙ୍ଗର ଲ୍ୟାଡର ଏକ୍ସସରସାଇଜ,କୋଡମ୍ୟା୍‌ନ୍ ପେଣ୍ଡୁଲମ ଏକ୍ସସରସାଇଜ ଆଦି ନିୟମିତ କରିବା ଦ୍ୱାରା ସେ ଏବେ ବେଶ୍ ସହଜରେ ନିଜର ହାତକୁ ଉପରକୁ ଉଠାଇ ପାରୁଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ ଏହି ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୦୨୧ରେ ୧୦ଟି କେନ୍ଦ୍ର ଖୋଲିଥିବାବେଳେ ପରେ ୨୦୨୨ ସେପ୍ଟମ୍ବର ମାସରେ ଆଉ ୧୦ଟି କେନ୍ଦ୍ର ଖୋଲିଥିଲା । ଏହି ୨୦ଟି କେନ୍ଦ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଥେରାପିଉଟିକ୍ ସେଶନ ଅନୁଷ୍ଠିତ ହୋଇଥିବାବେଳେ ପ୍ରାୟ ୪୬ ୭୯୦ ଜଣ ବ୍ୟକ୍ତିବିଶେଷ ଏହାର ଲାଭ ଉଠାଇଛନ୍ତି । ମୋଟ୍ ଉପରେ ଏହି କେନ୍ଦ୍ରସବୁ ଭିନ୍ନକ୍ଷମ ଏବଂ ଯନ୍ତ୍ରଣା ଜର୍ଜରିତ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଏବଂ କର୍ମଠ ଜୀବନ ଜିଇଁବା ଦିଗରେ ଆଶା ସଂଚାର କରିପାରିଛନ୍ତି ।

Previous Post

ସୁନ୍ଦରଗଡ଼କୁ ୧୩୯, ଢ଼େଙ୍କାନାଳକୁ ୧୦୬, ବୌଦ୍ଧକୁ ୩୪ କୋଟି

Next Post

ଡିସେମ୍ବର ୩୧ ସୁଦ୍ଧା ‘ସମଲେଇ’ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

Next Post
ଡିସେମ୍ବର ୩୧ ସୁଦ୍ଧା ‘ସମଲେଇ’ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଡିସେମ୍ବର ୩୧ ସୁଦ୍ଧା 'ସମଲେଇ' ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA