ସୁନ୍ଦରଗଡ଼: ଭିନ୍ନକ୍ଷମତା ଏକ ଅଭିଶାପ ନୁହେଁ । ଏହା କେତେବେଳେ କାହା ଜୀବନରେ ଆସିପାରେ । ଅନେକ ସମୟରେ ଲୋକ ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥାଆନ୍ତି । ତେବେ ଭିନ୍ନକ୍ଷମତା ଜନ୍ମଗତ ବା ଦୁର୍ଘଟଣାଜନିତ ବା ବାର୍ଦ୍ଧକ୍ୟଜନିତ ହୋଇଥାଉ, ଉପଯୁକ୍ତ ଚିକିତ୍ସା ଏବଂ ସହାୟତା ଦ୍ୱାରା ଲୋକଙ୍କୁ ସକ୍ଷମ କରାଯାଇ ପାରିବ । ତେବେ ଏଥିପାଇଁ ବ୍ୟବସ୍ଥିତ ପ୍ରୟାସ ଏବଂ ଉଦ୍ଯୋଗର ଆବଶ୍ୟକତା ରହିଛି । ସୁନ୍ଦରଗଡ ଜିଲ୍ଲା ଏ ନେଇ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।








