Tuesday, May 26, 2026 11:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆା ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

by Our Correspondent
25 Nov, 2023- 09:30 PM
in Latest News, News
1 min read
0
ସୋଆା ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନି ଦିନିଆ ସାହିତ୍ୟ ଉତ୍ସବରେ ସାରା ଭାରତରୁ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଓ କଳାକାର ଯୋଗ ଦେଇଥିବା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନରେ ଗତ ଅଗଷ୍ଟ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ୯୫ ବର୍ଷ ବୟସ୍କ କବି ମହାପାତ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା ।

ଏହି ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ବିଶିଷ୍ଟ କବି ଶ୍ରୀମତି ସ୍ୱୀକି୍ରତା ପଲ୍ କୁମାର କହିଥିଲେ ଯେ ଜୟନ୍ତ ମହାପାତ୍ର ତାଙ୍କ ପଛରେ ସାହିତ୍ୟର ଏକ ବିଶାଳ ଧାରା ଛାଡ଼ି ଚାଲି ଯାଇଛନ୍ତି ।
ଆରମ୍ଭରେ ତାଙ୍କ ଲେଖାକୁ ଭାରତରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥିଲା । ମାତ୍ର ପଶ୍ଚିମ ଦେଶଗୁଡ଼ିକରେ ତାଙ୍କ କାର୍ଯ୍ୟର ଅନେକ ପ୍ରଶଂସା କରାଯିବା ପରେ ସେ ଉପଯୁକ୍ତ ସମ୍ମାନ ପାଇଥିଲେ ବୋଲି କୁମାର କହିବା ସହ ସେ ଭାରତୀୟ ଇଂରାଜୀ କବିତା ଜଗତର ‘ଆଲୋକ ବର୍ତିକା’ ଥିଲେ ବୋଲି କହିଥିଲେ ।

ଏହି ସ୍ୱତନ୍ତ୍ର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅଧିବେଶନରେ ବିଶିଷ୍ଟ କବି ପ୍ରଫେସର ଅଶ୍ୱନୀ କୁମାର, ଦୁର୍ଗା ପ୍ରସାଦ ପଣ୍ଡା, ନୀଲିମ୍ କୁମାର ଓ ଦୀପକ ସାମନ୍ତରାୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ଭାରତୀୟ ସାହିତ୍ୟର ‘କିମ୍ବଦନ୍ତୀ’ ଭାବେ ବର୍ଣ୍ଣନା କରିଥିଲେ । ଶ୍ରୀମତି କୁମାର କହିଥିଲେ ଯେ ମହାପାତ୍ର ଜନ୍ମ ମାଟି ସହ ଜଡ଼ିତ ଥିଲେ ଏବଂ କଟକକୁ ତାଙ୍କ କର୍ମଭୂମି ଭାବେ ବାଛିଥିଲେ । ସେ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଯାଇ ରହି ପାରିଥାନ୍ତେ କିନ୍ତୁ ସେ ତାଙ୍କର ପୈତୃକ ଘର କଟକକୁ ଛାଡ଼ି ଯିବାକୁ ଚାହିଁ ନଥିଲେ ।

ଶିଶୁ ସୁଲଭ ପ୍ରକୃତିର କବି ମହାପାତ୍ର ସବୁବେଳେ ନିଜ ଭାବନାରେ ମଗ୍ନ ରହିଥାନ୍ତି । ତାଙ୍କ ସ୍ମୃତିଚାରଣ କରି କୁମାର କହିଥିଲେ ଥରେ ମହାପାତ୍ର କହିଥିଲେ ଯେ ସେ ପ୍ରତ୍ୟେକ ଦିନକୁ ତାଙ୍କ ଜୀବନରେ ଏକ ଉପହାର ଭାବେ ଗ୍ରହଣ କରୁଥିଲେ । ମହାପାତ୍ର ଅନେକ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଥିଲେ । ସେ ଭାବୁଥିଲେ ବିଭିନ୍ନ ଭାଷାଗୁଡ଼ିକ ପରସ୍ପରକୁ ରୁଦ୍ଧିମନ୍ତ କରିବା ଆବଶ୍ୟକ ।

ଏହି ଅଧିବେଶନରେ ଯୋଗ ଦେଇଥିବା ମୁମ୍ବାଇ ସ୍ଥିତ ଟାଟା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ର ପ୍ରଫେସର କୁମାର କହିଥିଲେ ଯେ ସେ ଗତ ୬ ବର୍ଷ ହେବ ପ୍ରତ୍ୟେକ ଦିନ ଜୟନ୍ତ ମହାପାତ୍ରଙ୍କ ସହିତ କଥା ହୋଇ ଆସୁଥିଲେ । ସେ ଜଣେ ଖୁବ୍ ସ୍ନେହୀ ମଣିଷ ଥିଲେ କିନ୍ତୁ ଲୋକମାନେ ତାଙ୍କ କାର୍ଯ୍ୟକୁ ଉପଯୁକ୍ତ ନ୍ୟାୟ ଦେଇପାରି ନାହାନ୍ତି ବୋଲି ସେ କହିଥିଲେ ।

ଏହି ଅବସରରେ ଆସାମୀ କବି ଶ୍ରୀ ନୀଲିମ କୁମାର ତାଙ୍କର ଏକ ଓଡ଼ିଆ କବିତା ପାଠ କରିଥିଲେ ଓ ତାହାର ଇଂରାଜୀ ଅନୁବାଦ ପ୍ରଫେସର କୁମାରଙ୍କ ଦ୍ୱାରା ପାଠ କରାଯାଇଥିଲା ।

ମହାପାତ୍ରଙ୍କ ଖୁବ୍ ଅନ୍ତରଙ୍ଗ ଥିବା ଶ୍ରୀ ସାମନ୍ତରାୟ ତାଙ୍କ ସ୍ମୃତିଚାରଣ କରି ୨୦୨୦ରେ ଆୟୋଜିତ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ସେ ତାଙ୍କର ସାକ୍ଷାତ୍କାର ନେବାର ସୁଯୋଗ ପାଇଥିଲେ ବୋଲି କହିଥିଲେ । ଏହି କବିଙ୍କର ଆବଶ୍ୟକତା ଗୁଡ଼ିକ ଖୁବ୍ କମ୍ ଥିଲା ଏପରିକି ତାଙ୍କ ଘରେ ସେ କେବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ରର ଆବଶ୍ୟକତା ଅନୁଭବ କରିନଥିଲେ ବୋଲି ସେ କହିଥିଲେ ।

ରିକ୍ସା ଚାଳକ ହେଉ ଅଥବା ତାଙ୍କ ଘର ପାଖରେ ଥିବା ସାଇକେଲ୍ ମେକାନିକ ସେ ସମସ୍ତଙ୍କର ଅତି ନିକଟତର ଥିଲେ । ସମସ୍ତେ ତାଙ୍କର ବନ୍ଧୁ ଥିଲେ ।

ମହାପାତ୍ରଙ୍କୁ ଅତି ନିକଟରୁ ଜାଣିଥିବା ଶ୍ରୀ ପଣ୍ଡା ଏକ ସ୍ମୃତିକୁ ମନେ ପକାଇ କହିଥିଲେ ଯେ ମହାପାତ୍ରଙ୍କୁ ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ନିମନ୍ତ୍ରିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ସମ୍ବଲପୁର ଆଣିବା ନିମନ୍ତେ ଏକ କାର ପଠାଇବାକୁ ନିଷ୍ପତି କରିଥିଲେ । କିନ୍ତୁ ସେ ଏହାକୁ ଅତି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ନିଜ ବ୍ୟବସ୍ଥାରେ ଯିବେ ବୋଲି ଜଣାଇଥିଲେ । ମହାପାତ୍ର ଜଣାଇଥିଲେ ସେ ସମ୍ବଲପୁରକୁ ଟ୍ରେନ୍ରେ ଯିବେ । ସମ୍ବଲପୁର ଷ୍ଟେସନ୍ରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଅପେକ୍ଷାରତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ଏକ ପାସେଞ୍ଜର ଟ୍ରେନ୍ରେ ଆସି ପହଂଚିଥିଲେ ଯାହାକି ଅନେକ ଘଂଟା ବିଳମ୍ବରେ ଆସିଥିଲା । ସେଠାରେ ତାଙ୍କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ସେ କହିଥିଲେ ଯେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କ ସହ ସେହି ଟ୍ରେନ୍ରେ ଆସିଥିବା ବେଳେ ସେମାନଙ୍କ ସହ ତାଙ୍କ ସମୟ ଖୁବ୍ ଭଲରେ କଟିଥିଲା ।

 

Previous Post

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

Next Post

ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ

Next Post
ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ

ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA