Tuesday, May 26, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ

by Our Correspondent
25 Nov, 2023- 09:17 PM
in Latest News, News
1 min read
0
ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶନିବାର କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ କହିଲେ, କୌଣସି କାମ ମନୋବଳଠାରୁ ବଡ଼ ନୁହେଁ । ଯଦି ନିଜ ଭିତରେ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ତେବେ ଯେ କୌଣସି କାମରେ ସଫଳତା ହାସଲ କରିହେବ । କିସ୍‍ ଭଳି ଅନୁଷ୍ଠାନ ଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଜନଜାତି ସଂପ୍ରଦାୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ସଶକ୍ତ ହେବା କିମ୍‍ କଥା ନୁହେଁ ବୋଲି ସେ କହିଥିଲେ ।

ରାଜ୍ୟପାଳ କହିଲେ, ଯୁବଶକ୍ତି ହେଉଛନ୍ତି ଏକବିଂଶ ଶତାବ୍ଦୀର ଭାରତର ବିକାଶର ପ୍ରେରଣାର ଉତ୍ସ । ଯୁବଗୋଷ୍ଠୀ ନିକଟରେ ତିନୋଟି ଜିନିଷ ରହିଛି ସର୍ଜନା ଓ ପରିକଳ୍ପନା, ନିଷ୍ପତ୍ତି ନେବାର ଶକ୍ତି ଓ କାମ କରିବାର ଜିଦ୍‍ ରହିଛି । ଏହି ତିନୋଟି ଜିନିଷ ଯାହା ନିକଟରେ ରହିଛି ସେ ସବୁ କାମରେ ସଫଳତା ହାସଲ କରିଥାଏ ବୋଲି ରାଜ୍ୟପାଳ କହିଥିଲେ । ସମାବର୍ତ୍ତନରେ ଦୀକ୍ଷାନ୍ତ ଅଭିଭାଷଣ ଦେଇ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେର୍‍ପା ଅମିତାଭ କାନ୍ତ କହିଲେ, ଏଠାରୁ ଆଜି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆହରଣ କରିଥିବା ଜ୍ଞାନକୁ ସମାଜ ଓ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ଉଚିତ । ସେ ଦେଶ ବିଦେଶର ବହୁ ଅନୁଷ୍ଠାନ ପରିଦର୍ଶନ କରିଥିଲେ ମଧ୍ୟ କିଟ୍‍ ଓ କିସ୍‍ ଭଳି ଅନୁଷ୍ଠାନ ସେ କେଉଁଠି ଦେଖିନାହାନ୍ତି । ବିଶ୍ୱରେ ବିରଳ ଏଭଳି ଅଭିନବ ଚିନ୍ତାଧାରା ପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେ ପ୍ରଶଂସା କରିଥିଲେ । କେବେ ବି ଜୀବନରେ ନିଜର ପିତାମାତା ଓ ଶିକ୍ଷାଦାତାଙ୍କୁ ଭୁଲି ନ ଯିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ବିଶିଷ୍ଟ ଅତିଥି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ ସମାଜର ଅବହେଳିତ, ଦଳିତ ଓ ନିଷ୍ପେସିତଙ୍କ ପାଇଁ ତୁମମାନଙ୍କର ଗୁରୁ ଦାୟିତ୍ୱ ରହିଛି । ସେମାନେ ସମସ୍ତଙ୍କ ଭଳି କିଭଳି ସବୁ କ୍ଷେତ୍ରରେ ସମାନ ଅଧିକାର ଓ ଆଇନଗତ ସୁରକ୍ଷା ପାଇ ପାରିବେ ସେଥିପାଇଁ ତୁମମାନଙ୍କ କର୍ତ୍ତବ୍ୟ ରହିଛି । ନିକଟରେ ସବୁବେଳେ ଠିଆ ହେବା ସହ ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ କହିଲେ ମେଡାଲ ଜିତ କିନ୍ତୁ ସମସ୍ତଙ୍କ ପାଇଁ ମଡେଲ ହୁଅ । କିଟ୍‍ ହେଉଛି ବିଜ୍ଞାନ ଓ କିସ୍‍ ହେଉଛି ସେବା । ଏହି ଦୁଇ ଅନୁଷ୍ଠାନକୁ ଆଧ୍ୟାତ୍ମିକତା ଯୋଡ଼ିଛି ବୋଲି ସେ କହିଥିଲେ । ସିଙ୍ଗାପୁର ମନିଟାରୀ ଅଥରିଟିର ମୁଖ୍ୟ ଫିନ୍‍ଟେକ୍‍ ଅଫିସର ତଥା ସିଙ୍ଗାପୁର ବୋର୍ଡ ଅଫ୍‍ ଇଲେଭାଣ୍ଡିର ଅଧ୍ୟକ୍ଷ ସୋପ୍ନେନ୍ଦୁ ମହାନ୍ତି ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି  ଜୀବନରେ ସଫଳତା ନିମନ୍ତେ ତିଷ୍ଠି ରହିବାର କଳାରେ ନିପୁଣ ହେବା ସହ ନିଜର ଶୈକ୍ଷିକ ଓ ବୃତ୍ତିଗତ ଦକ୍ଷତା ବିକାଶ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନୀୟ ଅତିଥି ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ତଥା ତିନିଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ ଯୋଗଦେଇ ସମଗ୍ର ବିଶ୍ୱ ଓ ଆମେ ସମସ୍ତେ ଗୁରୁତର ପରିବେଶ ସମସ୍ୟାର ସମ୍ମୁଖୀନ ହେଉଛେ । ଏହାର ମୁକାବିଲା ଓ ସମାଧାନ ନିମନ୍ତେ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ । ବିଶ୍ୱକୁ ସମସ୍ତଙ୍କ ପାଇଁ ଏକ ସୁନ୍ଦର ସ୍ଥାନ ଭାବେ ପରିଣତ କରିବାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଜ୍ଞାନର ବିନିଯୋଗ କରନ୍ତୁ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ଦୀପକ କୁମାର ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣପଦକ, କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ୩୦୨ ସ୍ନାତକୋତ୍ତର, ଏମ୍‍ଫିଲ୍‍, ପିଏଚ୍‍ଡି ଡିଗ୍ରୀରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ରାଜ୍ୟପାଳଙ୍କ ଭୂମିକା ନିରପେକ୍ଷ ରହୁ: ବିଜେଡି

Next Post

ସୋଆା ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

Next Post
ସୋଆା ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ସୋଆା ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA