ଭୁବନେଶ୍ୱର: ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀବିଶ୍ୱଭୂଷଣ ହରିଚନ୍ଦନ, ଯିଏ କିଏ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟରସସ୍ମିତ ପାତ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି । ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି । ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ । ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ ।
ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କ ଠାରୁ ଆଶା କରାଯାଉନାହିଁ । ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏକି ତାଙ୍କଜୀବନରେ କେବେ ବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା
ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉନାହିଁ; ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେ ବି ଦେଖିବାକୁ ମିଳି ନ ଥିଲା ।
ଆସାମର ରାଜ୍ୟପାଳ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି । ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ । ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କିରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି ।
ମାନ୍ୟବର ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କ ଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉନାହିଁ । ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବାସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣରାଜନୈତିକ ରହିବା ଉଚିତ୍ ବୋଲି ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ ।