Thursday, November 12, 2026 03:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ମରେ ଧର୍ମରେ ସଫଳ କାର୍ତ୍ତିକ

ନିସ୍ୱାର୍ଥପର ଭାବେ କାମ କରିବି: ପାଣ୍ଡିଆନ୍

by Our Correspondent
27 Nov, 2023- 12:37 PM
in Latest News, News, Politics
1 min read
0
କର୍ମରେ ଧର୍ମରେ ସଫଳ କାର୍ତ୍ତିକ

ଭୁବନେଶ୍ୱର: ଭି.କେ.ପାଣ୍ଡିଆନଙ୍କ ବିଜେଡି ଯୋଗଦାନ ରାଜ୍ୟ ରାଜନୀତିକୁ ହଲଚଲ କରିଛି । ବିଜେଡିରେ ସେ କେଉଁ ଭୂମିକାରେ ଆସିବେ ତାହା ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରି ନ ଥିଲେ ମଧ୍ୟ ସେ ଯେ ଦଳର ମଙ୍ଗୁଆଳ ଦାୟିତ୍ୱ ନେବେ, କାହାର ସନ୍ଦେହ ନାହିଁ । ଏକଦା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପରଦା ପଛରେ ଗୋଟି ଚଳାଉଥିବା ଶ୍ରୀ ପାଣ୍ଡିଆନ ଏବେ ଖୋଲା ମଇଦାନରେ ଚଳାଇବେ ଗୋଟି । ସାହାସ ଥିଲେ ଚାକିରି ଛାଡ଼ି ରାଜନୀତି ମଇଦାନକୁ ଆସନ୍ତୁ ବୋଲି ବିରୋଧୀ ନେତାଙ୍କ ଆହ୍ୱାନକୁ ଗ୍ରହଣ କରିଥିବା ୪୯ ବର୍ଷୀୟ ଏହି ବିଚକ୍ଷଣ ପୂର୍ବତନ ପ୍ରଶାସକ ଏବେ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ କାର୍ଯ୍ୟକ୍ରମକୁ ଆଗକୁ ନେବାର ଚାଲେଂଜ ଧରିଛନ୍ତି । ପବିତ୍ର ବିଜୟା ଦଶମୀରେ ଚାକିରି ଛାଡ଼ିଥିଲେ ଏବଂ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜନୈତିକ ଯାତ୍ରା ଆରମ୍ଭ କରି ନିଜ ନାମକୁ ସାର୍ଥକ କରିଛନ୍ତି । ତାଙ୍କର ପ୍ରଶାସନିକ ଅଭିଜ୍ଞତା ବିଜେଡିକୁ ଆହୁରି ସଫଳତା ଆଣିବ ବୋଲି ଦଳ ଆଶା ରଖିଛି ।

ରାଜ୍ୟ ପ୍ରଶାସନରେ ଏକଦା ସବୁଠାରୁ କ୍ଷମତାଶାଳୀ ଅଧିକାରୀ କୁହାଯାଉଥିବା ଭି.କେ.ପାଣ୍ଡିଆନ ୨୦୦୦ ବ୍ୟାଚ୍ ର ଆଇଏଏସ୍ ଅଫିସର । ୨୦୦୨ ମସିହାରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ସେ ପ୍ରଥମ ନିଯୁକ୍ତି ପାଇଥିଲେ । ଚାକିରି ଜୀବନ ଆରମ୍ଭରୁ ସେ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବାବଦକୁ ଯେପରି ସବୁ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରାଯିବ ତାହାକୁ ନିଶ୍ଚିତ କରି ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ଘଟଣାରୁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ପାଣ୍ଡିଆନ୍ ।

୨୦୦୫ ମସିହାରେ ସେ ମୟୁରଭଞ୍ଜର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ତୃଣମୂଳସ୍ତରରେ କିଭଳି ସରକାରଙ୍କ ଯୋଜନା ଶତ ପ୍ରତିଶତ ପହଞ୍ଚିବ, ସେ ନେଇ ଅଭିନବ କୌଶଳ ଆପଣାଇଥିଲେ । ସେତେବେଳେ ସେ ଭାରତବର୍ଷର ସର୍ବକନିଷ୍ଠ ଜିଲ୍ଲାପାଳ ଥିଲେ । ଏହିଠାରେ ହିଁ ତାଙ୍କ ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ସେ ଆରମ୍ଭ କରିଥିଲେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା । ଯାହା ତାଙ୍କୁ ଯଥେଷ୍ଟ ସୁନାମ ଦେଇଥିଲା । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନା ପାଇଁ ସେ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ପାଇଥିଲେ ।
୨୦୦୭ ରୁ ୨୦୨୨ ଗଞ୍ଜାମ ଜିଲ୍ଲାପାଳ ଥିଲା ବେଳେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ଏଡସ୍ ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟ, ନରେଗାର ସଫଳ କାର୍ଯ୍ୟକାରିତାରେ ଗଞ୍ଜାମ ସମଗ୍ର ଦେଶରେ ଏକ ରୋଲ୍ ମଡେଲ୍ ପାଲଟିଥିଲା । ଗଞ୍ଜାମରେ ନରେଗା ଯୋଜନାରେ ଡିବିଟି ମାଧ୍ୟମରେ ସିଧାସଳଖ ଶ୍ରମିକଙ୍କ ଆକାଉଣ୍ଟକୁ ମଜୁରି ଟଙ୍କା ଯାଇଥିଲା । ପରବର୍ତ୍ତୀ ସମୟରେ ସାରା ଦେଶ ଏହି ମଡେଲ୍ ଲାଗୁ କରିଥିଲା ।

୨୦୧୧ରେ ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟଶୈଳୀ, ଦକ୍ଷତା ଓ ବିଶ୍ୱସନୀୟତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧିକ ନିକଟତର କରିଥିଲା । ୨୦୧୯ ମସିହାରେ ପଞ୍ଚମ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ତାଙ୍କୁ ୫-ଟି ସଚିବ ଭାବେ ନିଯୁକ୍ତି ଦେଇ ଓଡ଼ିଶା ରୂପାନ୍ତରଣର ମଙ୍ଗ ଧରାଇଥିଲେ । ବହୁ ଚର୍ଚ୍ଚିତ ପୁରୀ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକାରୀର ଦାୟିତ୍ୱ ସିଧାସଳଖ ପାଣ୍ଡିଆନଙ୍କୁ ଦେଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ସେହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଛି ।
ଏହାଛଡ଼ା ଲିଙ୍ଗରାଜ ମନ୍ଦିର, ସମଲେଇ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିର, ବରଗଡ଼ର ନୃସିଂହନାଥ ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର ସମେତ ବିଭିନ୍ନ ଚର୍ଚ୍ଚ ଓ ମସଜିଦ ଆଦି ଧାର୍ମିକ ସ୍ଥଳୀଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାରି ରହିଛି ।

ସେହିଭଳି କଟକ ଏସସିବି ମେଡିକାଲକୁ ଏମସସ୍ତରର କରିବା ଯୋଜନା କାର୍ଯ୍ୟକାରିତା ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ରାଜ୍ୟର ସ୍କୁଲ ଓ ହସ୍ପିଟାଲ୍ ରୂପାନ୍ତରଣର କାର୍ଯ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାରି ରହିଛି । ଓଡ଼ିଶାକୁ କ୍ରୀଡ଼ା ହବ୍ କରି ବିଶ୍ୱରେ ପରିଚିତ କରାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ସଠିକ୍ ପାଳନ କରିବାରେ ପାଣ୍ଡିଆନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ନାମକୁ ଉଜ୍ଜଳ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ହକିକୁ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ପାଣ୍ଡିଆନଙ୍କର ଅବଦାନ ପାଇଁ ତାଙ୍କୁ ‘ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନ’ ପକ୍ଷରୁ ପ୍ରେସିଡେଣ୍ଟସ୍ ଆୱାର୍ଡ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତ ମାର୍ଚ୍ଚ ମାସରୁ ଶ୍ରୀ ପାଣ୍ଡିଆନ ସାରା ରାଜ୍ୟ ଗସ୍ତ କରି ଲୋକଙ୍କଠାରୁ ଅଭିଯୋଗ ସଂଗ୍ରହ କରିଥିଲେ । ୬୨ ଦିନରେ ସେ ୧୪୭ଟି ଯାକ ନିର୍ବାଚନମଣ୍ଡଳୀ ବୁଲି ୨୦୦ ମିଟିଂରେ ଯୋଗଦେଇଥିଲେ । ଏହିକ୍ରମରେ ସେ ୨୫ ଲକ୍ଷ ଲୋକଙ୍କ ସହ ସିଧାସଳଖ ଯୋଡି ହୋଇଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ଆୟୁଧ କରି ୪ ହଜାର କୋଟିର ‘ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଅକ୍ଟୋବର ୨୩ ରେ ଶ୍ରୀ ପାଣ୍ଡିଆନ୍ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ଏବଂ ‘ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଏହି ନୂଆ ଭୂମିକାରେ ସେ ଅଧିକ ସକ୍ରିୟ ଥିଲା ବେଳେ ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି । ଅନେକ ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରୁଛନ୍ତି ।

ଶ୍ରୀ ପାଣ୍ଡିଆନଙ୍କୁ ବିଜେଡିରେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ବହୁ ବର୍ଷ ହେଲା ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ । ଏଥିପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପାଦଛୁଇଁ ଆର୍ଶୀବାଦ ନେଲା ପରେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ ମହାପ୍ରଭୁଙ୍କ ଆର୍ଶୀବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଇଡାନସ୍ ଏବଂ ଆପଣମାନଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା, ନମ୍ରତା, ନିସ୍ୱାର୍ଥପର ଭାବରେ କାମ କରିବି ।

Previous Post

ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

Next Post

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ

Next Post
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA