Tuesday, May 26, 2026 10:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

ଆଇଏଏସ୍ ରୁ ବନିଲେ ରାଜନେତା

by Our Correspondent
27 Nov, 2023- 11:34 AM
in Latest News, News, Politics
1 min read
0
ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅବସାନ । ସିଧାସଳଖ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ନିକଟରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ପାଣ୍ଡିଆନ୍ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ତଥା ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଉତ୍ସବମୁଖର କରିଛି । ଦଳର ସବୁ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ତାଙ୍କର ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଅନୁଭୂତି ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି ।

ମାସେ ତଳେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ପାଣ୍ଡିଆନ୍ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଏଥିପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ସେ ବାଛି ପାରନ୍ତି ବୋଲି ମଧ୍ୟ ଶୁଣାଯାଉଥିଲା । ତେବେ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ଦଳ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା । ହେଲେ ସଂଧ୍ୟା ପରେ ସୋସିଆଲ୍ ମିଡିଆରେ ଏହା ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ଅବଶ୍ୟ ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇ ନ ଥିଲା ।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳକୁ ଏକାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ ନବୀନ ନିବାସରେ ପହଞ୍ଚି ଯାଇଥିଲେ । ଶ୍ରୀ ପାଣ୍ଡିଆନ୍ ସେଠାରେ ପହଞ୍ଚିବା ପରେ ଏକ ବୈଠକ ହୋଇଥିଲା । ଠିକ୍ ୧୦ଟା ୧୫ ବେଳେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ବ୍ୟାଚ୍ ପିନ୍ଧାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କର ଆର୍ଶୀବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଆର୍ଶୀବାଦ ଦେଇ ତାଙ୍କଠାରୁ ସଫଳତା ଆଶା ରଖିଥିଲେ । ସେଠାରେ କିଛି ସମୟର ଆଲୋଚନା ପରେ ଶ୍ରୀ ପାଣ୍ଡିଆନ୍ ଆଗଗାଡ଼ିର ନେତାମାନଙ୍କ ଗହଣରେ ଶଙ୍ଖ ଭବନ ଆସିଥିଲେ ।

ଶଙ୍ଖ ଭବନରେ ବିଜୁ ଓ ଛାତ୍ର ଦଳ ପକ୍ଷରୁ ଆୟୋଜିତ ଏକ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ଯୋଗଦେଇଥିଲେ । ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରୁ ସେ ସିଧାସଳଖ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମା ତାରା ତାରିଣୀଙ୍କ ଦର୍ଶନ ନିମନ୍ତେ ଯିବେ । ଏହାପୂର୍ବରୁ ଆଜି ବଡ଼ି ଭୋରରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କର ରାଜନୈତିକ ଯାତ୍ରା ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ ।

ଶ୍ରୀ ପାଣ୍ଡିଆନଙ୍କୁ ବିଜେଡିରେ କେଉଁ ଦାୟିତ୍ୱ ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦଳର ସୁପ୍ରିମୋ ଖୁବ୍ ଶୀଘ୍ର ଏହା ଘୋଷଣା କରିବେ ବୋଲି ଆଶା କରାଯାଉଛି । ତେବେ ନିଶ୍ଚିତ ଭାବେ ସେ ଯେ ବିଜେଡିର ମଙ୍ଗୁଆଳ ହେବେ ଏଥିରେ କାହାର ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସେଇ ଘୋଷଣାକୁ ଏବେ ଅପେକ୍ଷା କରାଯାଇଛି ।

Previous Post

ବିଜେଡିରୁ ଆସିବ କି ବଡ଼ ଖବର?

Next Post

କର୍ମରେ ଧର୍ମରେ ସଫଳ କାର୍ତ୍ତିକ

Next Post
କର୍ମରେ ଧର୍ମରେ ସଫଳ କାର୍ତ୍ତିକ

କର୍ମରେ ଧର୍ମରେ ସଫଳ କାର୍ତ୍ତିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA