Monday, August 17, 2026 07:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରୁ ଆସିବ କି ବଡ଼ ଖବର?

ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ଚର୍ଚ୍ଚା

by Our Correspondent
26 Nov, 2023- 10:25 PM
in Latest News, News, Politics
1 min read
0
ବିଜେଡିରୁ ଆସିବ କି ବଡ଼ ଖବର?

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଶୁଭ ମୁହୂର୍ତ୍ତରେ ବିଜେଡିରୁ କ’ଣ ଗୋଟେ ବଡ଼ ଖବର ଆସିପାରେ! ଓଡ଼ିଶାର କ୍ଷମତା କରିଡୋରିରେ ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭି.କେ.ପାଣ୍ଡିଆନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇପାରନ୍ତି!! ଆଜି ସଂଧ୍ୟା ପରରୁ ଏହି ଚର୍ଚ୍ଚା ଖୁବ୍ ଜୋରରେ ବ୍ୟାପିଯାଇଛି । ବିଜେଡି ଉପର ମହଲ ସହ ଘନିଷ୍ଠ ସମ୍ପର୍କରେ ରହୁଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ ।

ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିରେ ଯୋଗଦେବେ । ବିଜେଡିର ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ରହିବାକୁ କୁହାଯାଇଛି । ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ଯଦି ଅନୁମାନ ସତ୍ୟ ହୁଏ, ତେବେ ଶ୍ରୀ ପାଣ୍ଡିଆନ ହୁଏତ ବିଜେଡିରେ ସାମିଲ ହେବେ ଏବଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ । ତେବେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଆସିନାହିଁ । ରାଜଧାନୀରେ ଅନେକ ବିଜେଡି ନେତାଙ୍କ ପାଖରେ ଏହାର ସମ୍ୟକ ସୂଚନା ମଧ୍ୟ ନାହିଁ ।

ସୂଚନାଥାଉକି, ୨୦୦୦ ବ୍ୟାଚ୍ ର ଆଇଏଏସ୍ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ଭି.କେ. ପାଣ୍ଡିଆନ୍ ଗତ ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତା’ ପରଦିନ ପବିତ୍ର ଦୁର୍ଗାପୂଜାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଶ୍ରୀ ପାଣ୍ଡିଆନଙ୍କ ଦାୟିତ୍ୱରେ ଛାଡ଼ିଛନ୍ତି । ତାଙ୍କୁ ଏବେ ଓଡ଼ିଶା ରୂପାନ୍ତରଣର ମଙ୍ଗୁଆଳ କୁହାଯାଉଛି । ବିଜେଡିରେ ସେ ଖୁବ୍ ଶୀଘ୍ର ଯୋଗଦେଇ ଦଳର ପ୍ରମୁଖ ଦାୟିତ୍ୱ ପାଇପାରନ୍ତି ବୋଲି ବହୁ ଦିନୁ ଚର୍ଚ୍ଚା ହେଉଛି ।

Previous Post

5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡିଶା ମନ୍ଦିର ସେବାୟତ ସଂଘ

Next Post

ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

Next Post
ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA