Thursday, November 12, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ

by Our Correspondent
27 Nov, 2023- 09:33 PM
in Latest News
1 min read
0
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର । କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ବୋଲି ଡ଼କ୍ଟର ପତର ନିଜ ବକ୍ତବ୍ୟରେ କହିଛନ୍ତି । ଡକ୍ଟର ପତର କହିଥିଲେ କବିତା ଆତ୍ମ ଅନୁଶୀଳନରେ ସହାୟକ ହୋଇଥାଏ । କବିତା ଏବଂ ଦୁଃଖ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିଶ୍ୱର ଗରିବତମ ଦେଶ ଗୁଡିକରେ ସବୁଠାରୁ ଉନ୍ନତ ଧରଣର କବିତା ଦେଖିବାକୁ ମିଳିଥାଏ । ପୃଥିବୀର ଦେଶ ଗୁଡିକ ମଧ୍ୟରେ ଭାରତ ହେଉଛି ଅନ୍ୟତମ ଯେଉଁଠାରେ କି ସବୁଠାରୁ ଅଧିକ ଲିପି ଦେଖିବାକୁ ମିଳିଥାଏ । ଶବ୍ଦର ଅଭାବ ଅନ୍ଧକାର ଆଡକୁ ନେଇଯାଏ ବୋଲି ଡକ୍ଟର ପତର କହିଥିଲେ । ଲେଖକ ଏବଂ କବି ମାନଙ୍କ ବିଷୟରେ ମନ୍ତବ୍ୟ ରଖି ଡକ୍ଟର ପତର କହିଥିଲେ ଯେ କବି ମାନେ ବୃକ୍ଷ ସଦୃଶ ଯେଉଁମାନେ କି ସମାଜର ହିତ ପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି ଓ ଅମ୍ଳଜାନ ତ୍ୟାଗ କରିଥାନ୍ତି ।

ସୋଆ ସାହିତ୍ୟ ଉତ୍ସବର ଉଦ୍ୟାପନୀ କାର୍ଯ୍ୟକ୍ରମରେ ୧୧ ଜଣ ଲେଖକ, କବି ଓ ସମାଲୋଚକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ଏହି ଅବସରରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । ସେମାନେ ହେଲେ ବିଶିଷ୍ଟ କଥାକାର ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଲେଖକ ସାତକଡ଼ି ହୋତା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ଲେଖକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ଓ ଲେଖକ ରମାକାନ୍ତ ରଥ, ବିଶିଷ୍ଟ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍ଗାତା, ବିଶିଷ୍ଟ ସମାଲୋଚକ ପ୍ରଫେସର ଦାଶରଥି ଦାସ, ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ । ତେବେ ବ୍ୟକ୍ତିଗତ କାରଣ ବଶତଃ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ବିଶିଷ୍ଟ ମଂଚ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରିନଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଏହି ମହାନ ବ୍ୟକ୍ତିମାନଙ୍କୁ ସନ୍ଦର୍ଭ, ଉତ୍ତରୀୟ, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଓ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମୀର ଉପ ସଭାନେତ୍ରୀ ପ୍ରଫେସର କୁମୁଦ ଶର୍ମା ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି ମହାନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଫେସର ଶର୍ମା କହିଥିଲେ ଯେ ସାହିତ୍ୟ ଜଗତର ଏହି ମହାନ ହସ୍ତୀ ମାନେ ତାଙ୍କର ସାରା ଜୀବନକୁ ସାହିତ୍ୟ କ୍ଷେତ୍ରରେ ସମର୍ପିତ କରିଛନ୍ତି । ସାହିତ୍ୟ ହିଁ ସମାଜରେ ଆଶାର ସଂଚାର କରିଥାଏ । ସମାଜର ଅନେକ ଗୁଡିଏ ପରସ୍ପର ବିରୋଧାତ୍ମକ ବିଷୟ ରହିଥିବା ବେଳେ ସାହିତ୍ୟ ସମାଜକୁ ଏକାଠି ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ ।
ସେ କହିଥିଲେ ଯେ ସାହିତ୍ୟିକ ମାନେ ଯେଉଁମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ କେହି ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାଇବାର ଦାୟିତ୍ୱ ନେବା ଦରକାର ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ନିଜ ବକ୍ତବ୍ୟରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିବା ଅବସରରେ ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଏହି କିମ୍ବଦନ୍ତୀ ମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା ଏକ ସ୍ୱପ୍ନ ଥିଲା । ଏହି ସାହିତ୍ୟ ଉତ୍ସବରେ ସେମାନଙ୍କର ଯୋଗଦାନ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଥିବା ସହ ଏଥିରେ ଭାଗନେଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଲାଭଦାୟକ ହୋଇଛି ବୋଲି ସେ କହିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବର୍ଦ୍ଧିତ ହେବା ପରେ ଏହି ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ଏଭଳି ସାହିତ୍ୟ ଉତ୍ସବ ଆୟୋଜନ କରିଥିବାରୁ ସୋଆକୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ସାହିତ୍ୟ ଉତ୍ସବରେ ବୟୋଜ୍ୟେଷ୍ଠ ସାହିତ୍ୟିକ ମାନଙ୍କୁ ଏକତି୍ରକ କରିପାରିଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଗୋଟିଏ ସହରରେ ରହି ମଧ୍ୟ ସ୍ୱାସ୍ଥ୍ୟଗତ ଓ ବୟସାଧିକ କାରଣରୁ ଏହି ବୟୋଜ୍ୟେଷ୍ଠମାନେ ଦୀର୍ଘ ଦିନ ଧରି ପରସ୍ପର ସହ ସାକ୍ଷାତ କରି ପାରିନଥିବାବେଳେ ଏହି ମଂଚରେ ସମସ୍ତେ ଏକତି୍ରତ ହୋଇପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ।

ଏହି ଅବସରରେ ରମାକାନ୍ତ ରଥ କହିଥିଲେ ଯେ ପୁରାତନ କାଳଜୟୀ ପୁସ୍ତକ ଯେଉଁଗୁଡିକ ଆଉ ଉପଲବ୍ଧ ହୋଇପାରୁନାହିଁ ସେଗୁଡିକୁ ପ୍ରକାଶନ କରିବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ।

ସମ୍ବର୍ଦ୍ଧିତ ହୋଇଥିବା ଅନ୍ୟତମ ଲେଖକ ପ୍ରଫେସର ଦାଶରଥି ଦାସ ଆଦିକବି ଶାରଳା ଦାସଙ୍କ ଦ୍ୱାରା ଲିଖିତ “ସାରୋଳ ମହାଭାରଥ”ର କ୍ରିଟିକାଲ୍ ଏଡିସନ୍ ର ସଂସ୍କରଣ ପ୍ରକାଶନ କରିଥିବାରୁ ପ୍ରାଚୀନକୁ ଧନ୍ୟବାଦ ଜଣାଇଥିଲେ ।

ସୋଆ ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ଲେଖକ, କବି, ସମାଲୋଚକ ଓ କଳାକାର ଯୋଗଦେଇଥିଲେ ।

Previous Post

କର୍ମରେ ଧର୍ମରେ ସଫଳ କାର୍ତ୍ତିକ

Next Post

ଅପରେସନ ସଫଳ: ସୁରକ୍ଷିତ ଉଦ୍ଧାର ହେଲେ ୪୧ ଶ୍ରମିକ

Next Post
ଅପରେସନ ସଫଳ: ସୁରକ୍ଷିତ ଉଦ୍ଧାର ହେଲେ ୪୧ ଶ୍ରମିକ

ଅପରେସନ ସଫଳ: ସୁରକ୍ଷିତ ଉଦ୍ଧାର ହେଲେ ୪୧ ଶ୍ରମିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA