Saturday, June 27, 2026 07:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୟା ନୁହେଁ, ସହଯୋଗ ଲୋଡ଼ା

ଦିବ୍ୟାଙ୍ଗ ମହୋତ୍ସବ-୨୦୨୩

by Our Correspondent
10 Dec, 2023- 09:45 PM
in Latest News, News
1 min read
0
ଦୟା ନୁହେଁ, ସହଯୋଗ ଲୋଡ଼ା

ଭୁବନେଶ୍ୱର: ଏମାନେ କାହା ଦୟାର ପାତ୍ର ନୁହଁନ୍ତି । ନିଜର ପ୍ରତିଭା, ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେମାନେ ବଳୀୟାନ୍ । ନିୟତିର ଅଭିଶାପ ସେମାନଙ୍କ ଶରୀରକୁ ଛୁଇଁଛି ସତ ମାତ୍ର ଆଶା, ଅଭିଳାଷ କି ବିବେକକୁ ଛୁଇଁପାରିନି । ପଢ଼ାପଢ଼ି, ନାଚଗୀତ, ଭାବ ଦିଆନିଆ କୌଣସିଥିରେ ଭଗବାନ ସେମାନଙ୍କୁ ଅଭାବୀ କରିନାହାନ୍ତି । ଏହି କୋମଳମତି ପିଲାଙ୍କ ନିଷ୍ଠା, ଆଗ୍ରହ ଓ ଆତ୍ମବିଶ୍ୱାସ ଦେଖିଲେ ସେମାନେ ଯେ ଜହ୍ନ ରାଇଜର ପରୀ ହେବାକୁ ସ୍ୱପ୍ନ ସାଉଁଟୁଛନ୍ତି ତାହା ବାରି ହୋଇପଡ଼େ । ଆଜି ରାଜଧାନୀର ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ପରିସରରେ ଆୟୋଜିତ ‘ଦିବ୍ୟାଙ୍ଗ ମହୋତ୍ସବ-୨୦୨୩’ ରେ ଏହାର ଝଲକ ଦେଖିବାକୁ ମିଳିଥିଲା ।

ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜରୁ ସମବେତ ହୋଇଥିବା ୩ ହଜାରରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କ ମାହୋଲ୍ ହିଁ ସେମାନଙ୍କ ଅସୁମାରୀ ସ୍ୱପ୍ନର ବାର୍ତ୍ତା ଦେଇଥିଲା । ଷ୍ଟେଜ୍ ରେ ଏହି ଦିବ୍ୟାଙ୍ଗ ପିଲାମାନେ ବେଶ୍ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନଙ୍କୁ ଦେଖି ଓ ଶୁଣି ଲାଗୁ ନ ଥିଲା ଯେ ସେମାନେ ଦିବ୍ୟାଙ୍ଗ । ଅସାଧାରଣ ପ୍ରତିଭା ଥିଲା ଏହି ଦିବ୍ୟାଙ୍ଗ ପିଲାଙ୍କ ପାଖରେ । ନାଚ, ଗୀତ, କମେଡି, ଅଭିନୟ କୌଣସି ଗୁଣରେ ସେମାନେ କମ୍ ନ ଥିଲେ ।

ଦିବ୍ୟାଙ୍ଗ ପିଲାଙ୍କୁ ଏକାଠି କରି ସେମାନଙ୍କ ପ୍ରତିଭାକୁ ସମାଜର ମୁଖ୍ୟସ୍ରୋତକୁ ଆଣିବାର ଏହି ଉଦ୍ୟମ କରିଛନ୍ତି ସମ୍ବାଦପତ୍ର ‘ନନ୍ଦିନୀ’ ଓ ‘ବ୍ରିଙ୍ଗ୍ ସ୍ମାଇଲ୍’ ଅନୁଷ୍ଠାନ । ସବୁବର୍ଷ ଭଳି ଏଥର ମଧ୍ୟ ଦିବ୍ୟାଙ୍ଗ ମହୋତ୍ସବ ସଫଳତାର ସହ ଆୟୋଜିତ ହୋଇଥିଲା । ‘ନନ୍ଦିନୀ’ ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ସାମୁହିକ ଭାବେ ସେମାନେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।

ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଦୈନିକ ‘ଓଡ଼ିଶା ଭାସ୍କର’ ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଏବଂ ଦୈନିକ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ । ଦିବ୍ୟାଙ୍ଗମାନଙ୍କୁ ଦୟା ନୁହେଁ ବରଂ ସହଯୋଗ, ଆଦର ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ସେମାନଙ୍କ ଭାଷଣରେ କହିଥିଲେ ।

‘ବ୍ରିଙ୍ଗ ସ୍ମାଇଲ୍’ ର ଅଧ୍ୟକ୍ଷା ସୁଚରିତା ମିଶ୍ର ତାଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ଏକ ସଭ୍ୟ ଓ ସମ୍ବେଦନଶୀଳ ସମାଜ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା କିଛି ସଫଳ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Previous Post

ଟଙ୍କା ଗଣା ସରିଲା, ହେଲା ୩୦୫ କୋଟି

Next Post

ନୟାଗଡ଼ ତହସିଲଦାରଙ୍କ ବଦାନ୍ୟତା

Next Post
ନୟାଗଡ଼ ତହସିଲଦାରଙ୍କ ବଦାନ୍ୟତା

ନୟାଗଡ଼ ତହସିଲଦାରଙ୍କ ବଦାନ୍ୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA