Friday, June 26, 2026 01:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଞ୍ଜାମରୁ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

ଆଖି ଖୋଲିକି ଦେଖ କ'ଣ ବିକାଶ ହେଉଛି

by Our Correspondent
17 Dec, 2023- 09:06 PM
in Latest News, News
1 min read
0
ଗଞ୍ଜାମରୁ ବିରୋଧୀଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡିରେ ଯୋଗଦେବା ପରେ ଓଡ଼ିଶା ଗସ୍ତ ଅଭିଯାନରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଗତକାଲି ଆରମ୍ଭ କରିଥିବା ଦୁଇଦିନିଆ ଜିଲ୍ଲା ଗସ୍ତ ଆଜି ଶେଷ ହୋଇଛି । ସବୁ ଜାଗାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ମିଳିଛି । ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ସେ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ବିଜେଡି ସରକାରର ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଏହି ଅବସରରେ ବିରୋଧୀଙ୍କ ସମାଲୋଚନାର ସେ ସିଧା ସିଧା ଜବାବ ଦେଇଛନ୍ତି । ଓଡ଼ିଶାର ପ୍ରତି ପଞ୍ଚାୟତରେ ରୂପାନ୍ତରିକରଣ ଚାଲିଛି । ମାତ୍ର କିଛି ଲୋକ ଏହାକୁ ସହି ପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହୋଇଯାଉଛନ୍ତି । ଆଖି ଖୋଲିକି ଦେଖିଲେ କ’ଣ ରୂପାନ୍ତରିକରଣ ହୋଇଛି ତାହା ଜଳ ଜଳ ଦିଶିବ ବୋଲି କହିଛନ୍ତି ପାଣ୍ଡିଆନ୍ ।

ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ଓଡ଼ିଶା ରୂପାନ୍ତରଣର ଗୋଟି ଗୋଟି ହିସାବ ଦେଇଛନ୍ତି ।

ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ରୂପାନ୍ତରଣ କାମ କରୁଛନ୍ତି । ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟର ସବୁ କଲେଜର ରୂପରେଖ ବଦଳୁଛି । ଗରିବଙ୍କୁ ସଶକ୍ତ କରାଯାଉଛି । ଅତି ଗରିବ ଲୋକ ମଧ୍ୟ ନିଜର ପିଲାଙ୍କୁ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍ କରିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ତାକୁ ସାକାର କରିବାର ସାମର୍ଥ ରଖୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ବଡ଼ ବଡ଼ ହସ୍ପିଟାଲ୍ ରେ ଗରିବଙ୍କୁ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରୁଛି । ସାରା ରାଜ୍ୟରେ ଆମ ହସ୍ପିଟାଲ୍ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଡିକାଲ୍ କଲେଜ ସଂଖ୍ୟା ବଢ଼ିଛି । ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା ।

ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଗୁପ୍ତେଶ୍ୱରରୁ ଆଖଣ୍ଡଳମଣି ମନ୍ଦିର ସମେତ ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତରଣ କରାଯାଇଛି । ସବୁ ପଞ୍ଚାୟତରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି, ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ୱାରା ଲୋକଙ୍କ ଜୀବନଧାରା ବଦଳିଛି । ଲକ୍ଷ୍ମୀ ବସ୍ ଯୋଜନା, ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ।

ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ବେଳେ କହିଥିଲେ କାର୍ତ୍ତିକ ପାଣ୍ଡିଆନ୍ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୬ ଓ ୧୭ ଦୁଇଦିନ ସେ ଗଞ୍ଜାମ ଗସ୍ତ କରିଥିଲେ । ପ୍ରଥମ ଦିନରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମଠାରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ । ଏହାପରେ ଶେରଗଡ଼ ଯାଇ ମିଶନ ଶକ୍ତି ମା’ ଓ ଚାଷୀମାନଙ୍କ ସହ ପୃଥକ୍ ପୃଥକ୍ ଆଲୋଚନା କରିଥିଲେ । ସଂଧ୍ୟାରେ ବ୍ରହ୍ମପୁରର ଇଷ୍ଟଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଗସ୍ତର ଦ୍ୱିତୀୟ ଦିନରେ ଆଜି ବଡି ଭୋରରୁ ଶ୍ରୀ ପାଣ୍ଡିଆନ୍ ପ୍ରଥମେ ଏମକେସିଜି ମେଡିକାଲ କଲେଜ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ରବିବାର ଛୁଟି ଦିନ ସତ୍ତ୍ୱେ ଭୋରରୁ ପହପଞ୍ଚିଥିବାରୁ ସମସ୍ତଙ୍କୁ କ୍ଷମା ମାଗିଥିଲେ । ଏଥିସହ ମେଡିକାଲ୍ ର ବିଭିନ୍ନ ୱାର୍ଡ ବୁଲିବା ସହ ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଡାକ୍ତରୀ ଛାତ୍ର ଓ ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମେଡିକାଲ କଲେଜ ରୂପାନ୍ତରଣର ମାଷ୍ଟରପ୍ଲାନ୍ ଅନୁଧ୍ୟାନ କରିଥିଲେ । ୭୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କ୍ୟାନସର୍ କେୟାର୍ ସେଣ୍ଟରର ମଧ୍ୟ ସମୀକ୍ଷା କରିଥିଲେ ।

ଏହାପରେ ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡିର କୁସୁମୀଠାରେ ନିର୍ମାଣାଧୀନ ରିଂ ରୋଡ୍ ଯାଇ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ । ୨୨୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ ହେଉଛି । ୨୦୨୫ ଡିସେମ୍ବର ସୁଦ୍ଧା ଏହାର କାମ ସରିବ ।

ପରେ ପରେ ଶ୍ରୀ ପାଣ୍ଡିଆନ୍ ଗୋପାଳପୁର ମାର୍କଣ୍ଡିଠାରେ ୯୩ କୋଟି ଓ ହରିପୁରଠାରେ ୮୪ କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ, ଛତ୍ରପୁର କଂସାରିଗଣ୍ଡ ପ୍ରକଳ୍ପ, ଖଲ୍ଲିକୋଟ ସାଳିଆସାହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ମେଗା ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା, ଆସିକା ଉପଖଣ୍ଡ ହସ୍ପିଟାଲ୍ ର ଉନ୍ନତିକରଣ ପ୍ରସ୍ତାବ ଉପରେ ଆଲୋଚନା, ଭଞ୍ଜନଗରଠାରେ ୧୯୧୩ କୋଟି ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୨୦ କୋଟି ବ୍ୟୟରେ ନୂଆଗାଁଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଅସିଦ୍ଧ ଶୈବପୀଠ ଧବଳେଶ୍ୱର, ବ୍ରହ୍ମପୁର ନିକଟସ୍ଥ ସୁନ୍ଦରେଶ୍ୱର, ପୁରୁଷୋତ୍ତମପୁରର ଋତୁମ୍ବେଶ୍ୱର, ପୋଲସରା ନିକଟସ୍ଥ ମାରଦାର ଶୂନ୍ୟମନ୍ଦିର, ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର, ଆସିକାର ପ୍ରସିଦ୍ଧ ଖମ୍ବେଶ୍ୱର ମନ୍ଦିର ଓ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହି ଅବସରରେ ଜିଲ୍ଲାର ସମସ୍ତ ୫ଟି କଲେଜର ରୂପାନ୍ତରଣ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସାରିବା ପାଇଁ ଶ୍ରୀ ପାଣ୍ଡିଆନ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥିସହ ଜିଲ୍ଲାର ବିଭିନ୍ନ ମନ୍ଦିର ଓ କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଅର୍ଥ ଘୋଷଣା କରିଥିଲେ ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତତ୍କାଳୀନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନ୍ ଗତ ମାର୍ଚ୍ଚ ମାସରୁ ସାରା ରାଜ୍ୟ ଗସ୍ତ କରି ଲୋକଙ୍କଠାରୁ ଅଭିଯୋଗ ସଂଗ୍ରହ କରିଥିଲେ । ୬୨ ଦିନରେ ସେ ୧୪୭ଟି ଯାକ ନିର୍ବାଚନମଣ୍ଡଳୀ ବୁଲି ୨୦୦ ମିଟିଂରେ ଯୋଗଦେଇଥିଲେ । ଏହିକ୍ରମରେ ସେ ୨୫ ଲକ୍ଷ ଲୋକଙ୍କ ସହ ଯୋଡି ହୋଇଥିଲେ । ଗତ ଅକ୍ଟୋବର ୨୩ ଦଶହରାରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଗତ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେ ବିଜେଡିରେ ଯୋଗଦେଇଥିଲେ ।

ବିଜେଡିରେ ସେ ବଡ଼ ପଦବଦବୀ ପାଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଗତ ୧୫ ତାରିଖରେ ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ସେ ତାଙ୍କର ରାଜନୈତିକ ଭୂମିକା ସ୍ପଷ୍ଟ କରିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଁ ୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ । ଜନସେବା ହେଉଛି ମୋର ଲକ୍ଷ୍ୟ । ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବା ମୁଁ ଦେଖିଛି । ସେମାନଙ୍କ ଆଦର୍ଶ ଓ ନେତୃତ୍ୱ ମୋତେ ଅନୁପ୍ରାଣିତ କରିଛି । ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବା ମୋର ସୌଭାଗ୍ୟ । ଆଗାମୀ ନିର୍ବାଚନରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି । ବିଜେଡିକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

Previous Post

୫-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ହିଞ୍ଜିଳି ଗସ୍ତ

Next Post

୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

Next Post
୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

୧୯ରେ ରାଜ୍ୟ ବିଜେପିର ଦିଲ୍ଲୀ ମନ୍ତ୍ରଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA