Friday, June 26, 2026 12:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

ଭିଜିଲାନସ୍ ଜାଲରେ ସିଏସଓ ପ୍ରଶାନ୍ତ ଗନ୍ତାୟତ

by Our Correspondent
21 Dec, 2023- 03:35 PM
in Latest News, News
1 min read
0
ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଆଖି ଖୋସିଲା ଭଳି ଚାରି ଚାରିଟା କୋଠା । ପାଞ୍ଚ ପାଞ୍ଚଟି ପ୍ଲଟ୍ । ପୈତୃକ ସ୍ଥାନ ବ୍ରହ୍ମପୁରରେ ଚକଚକିଆ କୋଠା । ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସର ସାଜ୍ଜସଜ୍ଜାରେ ରାଜକୀୟ ଛାପ । ଦାମୀ ଆସବାବପତ୍ରରେ ଘର ଫୁଲ୍ । ମିଳିଲାଣି ନଗଦ ଲକ୍ଷେ ୨୦ ହଜାର ଟଙ୍କା । ଅଧ କିଲେ ସୁନା । ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ରହିଛି ପାଖାପାଖି ଦେଢ଼କୋଟି ଟଙ୍କା ।

ଏହି ବିଶାଳ ସମ୍ପତ୍ତିର ମାଲିକ ବନିଛନ୍ତି ସରକାରୀ ବାବୁ ପ୍ରଶାନ୍ତ କୁମାର ଗନ୍ତାୟତ । ସରୁ ଚିକଣ କଥା କହୁଥିବା ହୃଷ୍ଟପୃଷ୍ଟିଆ ଚେହେରାଧାରୀ ଏହି ବାବୁ ଭୁବନେଶ୍ୱରରେ ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି । ବାପ ସମ୍ପତ୍ତି ନୁହେଁ, ଚାକିରି କାଳରେ ଅର୍ଜିଛନ୍ତି ସେ ଏହି ସମ୍ପତ୍ତି । ନିଜର ଦରମା ଟଙ୍କାରେ ଏତେ ସମ୍ପତ୍ତି କରିବା ବିଲକୁଲ୍ ସମ୍ଭବ ନ ଥିବା ବେଳେ ସେ କିନ୍ତୁ ଢ଼େର୍ କମେଇ ସାରିଲେଣି । କୋଉଠୁ କେମିତି ଅର୍ଜିଲେ ତାହା ଲେଖିବାର ଆବଶ୍ୟକତା ନାହିଁ ।

ଏହି ବାବୁଙ୍କର ସମ୍ପତ୍ତି ତାଲିକା ଉପରେ ଟିକେ ନଜର ପକାନ୍ତୁ ।

– ଭୁବନେଶ୍ୱର ପାଣ୍ଡରାରେ ୪୮୦୦ ବର୍ଗଫୁଟ ଜାଗା ଉପରେ ତିନି ମହଲା କୋଠା

– ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଦୁଇ ମହଲା କୋଠା(ଭିଆଇଏମ-୧୯୨)

– ଭୁବନେଶ୍ୱରର ବଡ଼ଗଡ଼ କେନାଲ୍ ରୋଡ୍ ରେ ଏକ ଆପାର୍ଟମେଣ୍ଟ(ନୀଳାଚଳ ସିଟି)

– ବ୍ରହ୍ମପୁରର ଭବାନୀପୁରରେ ଏକ ଆପାର୍ଟମେଣ୍ଟ(ନୀଳାଚଳ ହାଇଟସ୍)

– ଭୁବନେଶ୍ୱରର ମୁଖ୍ୟ ଜାଗାରେ ତିନୋଟି ପ୍ଲଟ୍ କୁ ମିଶାଇ ୫ଟି ପ୍ଲଟ୍ ।
(ପାଣ୍ଡରାରେ ୩୦୦୦ ବର୍ଗଫୁଟ ଜାଗାର ପ୍ଲଟ୍, ବଙ୍କୁଆଳରେ ପ୍ଲଟ୍( ନଂ ୧୦୯୯), ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଅନ୍ତର୍ଗତ ମଦନମୋହନପୁରରେ ୦.୪୧୦ ଡିସିମିଲ୍ ପ୍ଲଟ୍, ଖୋର୍ଦ୍ଧା ଜଗାସାରାରେ ୨୪୦୦ ବର୍ଗଫୁଟର ପ୍ଲଟ୍)

– ୫୩୬ ଗ୍ରାମ୍ ର ସୁନା

– ୧.୩୭ କୋଟିର ବ୍ୟାଙ୍କ, ଇନସୁରାନ୍ସ ଡିପୋଜିଟ୍

– ନଗଦ ୧ ଲକ୍ଷ ୨୧ ହଜାର ୯୬୦ ଟଙ୍କା

– ଗୋଟେ ହୋଣ୍ଡା ଆମେଜ୍ କାର, ଦୁଇଟା ମଟରସାଇକେଲ

ଆଜି ସକାଳୁ ପ୍ରଶାନ୍ତ ଗନ୍ତାୟତଙ୍କର ଘର ଓ ଅଫିସ ମିଶାଇ ଭୁବନେଶ୍ୱର ଓ ଗଞ୍ଜାମର ୮ଟି ଜାଗାରେ ଚଢ଼ଉ ଚାଲିଛି । ଟିମ୍ ରେ ସାମିଲ ଅଛନ୍ତି ୮ ଡିଏସପି, ୫ ଇନସପେକ୍ଟର ସମେତ ଅନ୍ୟ କର୍ମଚାରୀ । ଅପରାହ୍ନ ୩ ଟା ସୁଦ୍ଧା ଏହିସବୁ ସମ୍ପତ୍ତି ଠାବ ହେଲାଣି । ଚଢ଼ଉ ଜାରି ରହିଥିବାରୁ ଆହୁରି ଅଧିକ ସମ୍ପତ୍ତି ଠାବ ହେବାର ସମ୍ଭାବନା ଥିବା ଭିଜିଲାନସ୍ ସୂତ୍ରରୁ ଖବର ମିଳିଛି ।

 

Previous Post

ଅନୁଭବ-ବର୍ଷା ବିବାହ ବିଚ୍ଛେଦକୁ ହାଇକୋର୍ଟଙ୍କ ଅନୁମତି

Next Post

ଅମୀୟ ପାଣ୍ଡବ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ

Next Post
ଅମୀୟ ପାଣ୍ଡବ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ

ଅମୀୟ ପାଣ୍ଡବ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA