Friday, June 26, 2026 12:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୁଭବ-ବର୍ଷା ବିବାହ ବିଚ୍ଛେଦକୁ ହାଇକୋର୍ଟଙ୍କ ଅନୁମତି

ଅନୁଭବ ମହାନ୍ତିଙ୍କ ବିଜୟ, ବର୍ଷାଙ୍କ ପଦକ୍ଷେପକୁ ଅପେକ୍ଷା

by Our Correspondent
21 Dec, 2023- 03:12 PM
in Latest News, News
1 min read
0
ଅନୁଭବ-ବର୍ଷା ବିବାହ ବିଚ୍ଛେଦକୁ ହାଇକୋର୍ଟଙ୍କ ଅନୁମତି

କଟକ: ବହୁ ଚର୍ଚ୍ଚିତ ଅନୁଭବ-ବର୍ଷା ବିବାହ ବିଚ୍ଛେଦ କାହାଣୀରେ କ୍ଲାଇମାକ୍ସ ଆସିଛି । ଏହି ଓଲିଉଡ୍ ଷ୍ଟାର ଦମ୍ପତ୍ତିଙ୍କ ବିବାହ ବିଚ୍ଛେଦ ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ବର୍ଷା କିନ୍ତୁ ତାଙ୍କ ସହ ରହିବାକୁ ଜିଦ୍ ଧରିଥିଲେ । ଉଭୟଙ୍କ ମଧ୍ୟରେ ମିଳାମିଶା ଉଦ୍ୟମରେ ଫେଲ୍ ହୋଇଥିଲେ ମଧ୍ୟ ପରିବାର ଅଦାଲତ ଏହି ମାମଲାର ଶୁଣାଣି କରି ସେମାନଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇ ନ ଥିଲେ । ଉଭୟ ଏକାଠି ରହିପାରିବେନି ବୋଲି ମଧ୍ୟ ରାୟ ଶୁଣାଇଥିଲେ । ପରିବାର ଅଦାଲତଙ୍କ ଏହି ରାୟଙ୍କ ଚାଲେଂଜ କରି ଅନୁଭବ ହାଇକୋର୍ଟଙ୍କୁ ନ୍ୟାୟ ଭିକ୍ଷା କରିଥିଲେ । ଅନୁଭବଙ୍କ ଆବେଦନ ଆଧାରରେ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।

ହାଇକୋର୍ଟରେ ଅନୁଭବ ତାଙ୍କର ପୁରୁଣା ଯୁକ୍ତି ଉପସ୍ଥାପିତ କରିଥିଲେ । କହିଥିଲେ, ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜପତ୍ରରେ ସୀମିତ ଥିଲା । ସେମାନଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ନ ଥିଲା । ବର୍ଷା ତାଙ୍କଠାରୁ ଦୂରେଇ ରହୁଥିଲେ । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିଲେ । ମାନସିକ ଓ ଶାରୀରିକ ଭାବେ ସେମାନେ ସମ୍ପର୍କରେ ନ ଥିବାରୁ ବିବାହ ବିଚ୍ଛେଦ ଆବେଦନକୁ ଅନୁମତି ଦେବା ପାଇଁ ଅନୁଭବ ହାଇକୋର୍ଟ ବିଚାରପତିଙ୍କୁ ନିବେଦନ କରିଥିଲେ ।

ଗତ ସେପ୍ଟେମ୍ବର ୨୩ ରେ ପରିବାର ଅଦାଲତ ଏହି ମାମଲାରେ ରାୟ ଶୁଣାଇଥିଲେ । ଅଦାଲତ ଉଭୟ ଅନୁଭବ ଓ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ନ ଥିଲେ । ଅନୁଭବ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ବେଳେ ବର୍ଷା ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବାକୁ ଆବେଦନ କରିଥିଲେ । ତେବେ ପରିବାର ଅଦାଲତଙ୍କ ରାୟ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ରାୟ ବିରୋଧରେ ଗତ ଅକ୍ଟୋବର ମାସରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ଆଜିର ହାଇକୋର୍ଟଙ୍କ ରାୟ ପରେ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ ।

ସୂଚନାଥାଉକି, ଓଲିଉଡ୍ ର ଏହି ବହୁ ଚର୍ଚ୍ଚିତ ଯୋଡି ଅନୁଭବ ଓ ବର୍ଷା ୨୦୧୪ ଫେବଅୁଆରୀ ମାସରେ ବିବାହ କରିଥିଲେ । ତେବେ ୨୦୧୬ ଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ୨୦୨୦ ମସିହାରେ ତାହା ସାଂଘାତିକ ରୂପ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଯାଇଥଇଲା । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଛାଡ଼ପତ୍ର ମାମଲା କରିଥିବା ବେଳେ ବର୍ଷା ଅନୁଭବଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟରେ ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ । ପରବର୍ତ୍ତୀ ସମୟରେ ମାମଲା ଓଡ଼ିଶା ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା ।

Previous Post

୪୧୬୬ ମାଧ୍ୟମିକ ଶିକ୍ଷକ ନିଯୁକ୍ତ

Next Post

ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

Next Post
ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA