ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସୋସିଆଲ୍ ମିଡିଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଅମୀୟ ପାଣ୍ଡବ । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଅମୀୟଙ୍କ ସହ ଆଉ ୪ ଜଣଙ୍କୁ ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ସେମାନେ ହେଲେ ମନୀଷା ଦାସ ପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ୍ ଏବଂ ଆନସ୍ ପ୍ରଧାନ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏଆଇସିସିକୁ ଏମାନଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା ।
ଓଡ଼ିଶା ସମେତ ନାଗାଲାଣ୍ଡ କଂଗ୍ରେସର ସୋସିଆଲ୍ ମିଡିଆ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ୫ ଜଣ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି ।
ଏଆଇସିସି ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ତାଲିକା ଜାରି କରିଛନ୍ତି ।