Wednesday, July 1, 2026 09:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରୀ ସ୍କୁଲରେ ପଢି ବି ଶୀର୍ଷକୁ ଯାଇହେବ

ବଲାଙ୍ଗୀରରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ପାଣ୍ଡିଆନ୍

by Our Correspondent
11 Jan, 2024- 10:10 PM
in Latest News, News
1 min read
0
ସରକାରୀ ସ୍କୁଲରେ ପଢି ବି ଶୀର୍ଷକୁ ଯାଇହେବ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ । ଏହି ବାର୍ତ୍ତା ଦେଇଛନ୍ତି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର । କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।

ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ । ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି । ପାଟଣାଗଡ଼ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ । ଆଇଟି ଇଣ୍ଡଷ୍ଟ୍ରିରେ ଯୋଗ ଦେଇ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ମାଇଣ୍ଡ ଟ୍ରି ଭଳି ଆଇଟି କମ୍ପାନୀ କରି ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ଆଉ ଜଣେ ସଫଳ ବ୍ୟକ୍ତିିତ୍ୱ ହେଉଛନ୍ତି ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ସୁବର୍ଣ୍ଣପୁର ଜିଲ୍ଲାର ଗାଁ କଲେଜରେ ପାଠ ପଢୁଥିଲେ। ଯୁକ୍ତ ଦୁଇ ଫେଲ ହୋଇଯିବା ପରେ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ସିନେମାଟୋଗ୍ରାଫି ଶିକ୍ଷା ନେଇଥିଲେ । କଠିନ ପରିଶ୍ରମ ବଳରେ ସେ ଆଜି ଭାରତୀୟ ସିନେମା ଜଗତର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି ନୀଳମାଧବ । ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଉ ଜଣେ ବ୍ୟକ୍ତିିତ୍ୱ ହେଉଛନ୍ତି ଜଷ୍ଟିସ ସଂଜୟ ମିଶ୍ର । ବଲାଙ୍ଗିର ପୃଥ୍ୱୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢି ସେ ଝାରଖଣ୍ଡର ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇପାରିଥିଲେ । ବଲାଙ୍ଗିରର ସେଇ ପୃଥ୍ୱୀରାଜ ହାଇସ୍କୁଲରୁ ପାଠ ପଢିଥିବା ଅରୁଣ ଷଡ଼ଙ୍ଗୀ ଆଜି ଓଡିଶାର ପୋଲିସ ଡିଜି ପାହ୍ୟାକୁ ଯାଇପାରିଛନ୍ତି । ଆଉଜଣେ ଆତ୍ମବିଶ୍ୱାସର ଭରପୁର ଥିବା ବ୍ୟକ୍ତିିତ୍ୱ ପାୟଲଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ । ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଓ ଗୋଡ଼ ସେ ହରାଇଛନ୍ତି । ତେବେ ପାୟଲଙ୍କ ଭିତରେ ଥିବା ଗଭୀର ଆତ୍ମବିଶ୍ୱାସ ତାଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଦେଇଛି ଶକ୍ତି । ପାରା ଆଥଲେଟିକ୍ ପାଇଁ ଅଭ୍ୟାସ କରୁଛନ୍ତି ବଲାଙ୍ଗିର ଝିଅ ପାୟଲ। ନିକଟରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଛନ୍ତି ।

ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ। ପ୍ରତିଦିନ ୨୦ କିଲୋମିଟର ସାଇକଲ ଚଳାଇ ସ୍କୁଲକୁ ଯା ଆସ କରୁଥିଲେ । ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲ କରି ସଫଳ ବ୍ୟକ୍ତିିତ୍ୱର ପରିଚୟ ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ ଜୀବନର ଗୋଲଡେନ ପିରିୟଡରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ କେମିତି କଟିବ । ସଫଳତା ଲାଗି ପାଠ ପଢିବା ଜରୁରୀ । ସାମଗ୍ରିକ ବ୍ୟକ୍ତିିତ୍ୱର ବିକାଶ କରିବାକୁ ପଡିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। କୋ-କରିକୁଲାର କାର୍ଯ୍ୟକ୍ରମରେ ଭାଗ ନେଲେ ସେମାନଙ୍କର ବ୍ୟକ୍ତିିତ୍ୱ ର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିିତ୍ୱ ବିକାଶ କରିବାକୁ ପଡିବ। ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମମରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି।

କଠିନ ପରିଶ୍ରମ କରିବାକୁ ହେଲେ ଆପଣମାନଙ୍କୁ ସୁସ୍ଥ ରହିବାକୁ ପଡିବ । ସୁସ୍ଥ ରହିବାକୁ କମରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିସ୍କର ବିକାଶ ଲାଗି ୧୫ ମିନିଟଧ୍ୟାନ କରନ୍ତୁ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ପାଣ୍ଡିଆନ। ଏ ଫିଟ ବଡି ଗିଭ୍ ଫିଟ୍ ମାଇଣ୍ଡ୍। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ଦିନରାତି ଏକ କରି ପଢିବାକୁ ପଡିବ । କଠିନ ପରିଶ୍ରମ କରିବା ସହ ବାପା ମା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ପାଣ୍ଡିଆନ।

Previous Post

ଓଡ଼ିଶାରେ ୪ ଦିନ, ୪ ଜିଲ୍ଲା ବୁଲିବେ ରାହୁଲ

Next Post

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

Next Post
ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA