Wednesday, July 1, 2026 06:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

by Our Correspondent
12 Jan, 2024- 06:23 PM
in Latest News, News
1 min read
0
ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC) , ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (CCB) ଏବଂ ପ୍ରାଥମିକ କୃଷି ସମବାୟ ସମିତି(PACS) / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷରିତ ହୋଇଛି ।

ପ୍ରକାଶ ଥାଉକି ରାଜ୍ୟରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ସଂରକ୍ଷଣ ନିମନ୍ତେ ୨୪,୯୩,୭୫୦ ମେଟ୍ରିକ ଟନ କ୍ଷମତାର ଗୋଦାମ ଗୃହର ଆବଶ୍ୟକତା ଥିବାବେଳେ ୧୧,୯୨,୭୬୦ମେଟ୍ରିକ ଟନ କ୍ଷମତାର ଗୋଦାମ ଗୃହ ରହି ଅଛି। ଏହି ଆବଶ୍ୟକତାର ଅଭାବକୁ ପୂରଣ କରିବା ପାଇଁ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ଏକ ମାଧ୍ୟମ।

ଓଡିଶା ସରକାରଙ୍କ ସହଯୋଗରେ ଭାରତ ସରକାରଙ୍କ ପାଇଲଟ ପ୍ରୋଜେକ୍ଟ “ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନା” ଆରମ୍ଭ କରାଯାଇଛି। ଏହି ଯୋଜନାରେ ୫୦୦ ରୁ ୨୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଗୋଦାମ ଗୁଡିକ ଭାରତୀୟ ଖାଦ୍ୟ ନିଗମ ଦ୍ଵାରା ବ୍ୟବହାର କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଅଛି।

ରାଜ୍ୟରେ ଥିବା ୨୭୧0 ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୭୭ ଗୋଟି ପ୍ରାଥମିକ କୃଷିସମବାୟ ସମିତି / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି (LAMPCS) କୁ ମନୋନୀତ କରାଯାଇଛି। ତନ୍ମଧ୍ୟରୁ, ୫୬ ଗୋଟି ପ୍ରାଥମିକ କୃଷି ସମବାୟ ସମବାୟ ସମିତି / ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି , ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC) ଏବଂ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ ତ୍ରିପାକ୍ଷୀୟ ରାଜିନାମା ସ୍ଵାକ୍ଷର କରିଛନ୍ତି। ଅବଶିଷ୍ଟ ସମିତିମାନେ ବହୁତ ଶୀଘ୍ର ରାଜିନାମା ସ୍ଵାକ୍ଷର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମୟରେ ଏନ.ବି.ସି.ସିର ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର ସିହ୍ନା , ଅତିରିକ୍ତ ସମବାୟ ନିବନ୍ଧକ ଡାଃ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ସରକାରୀ ସ୍କୁଲରେ ପଢି ବି ଶୀର୍ଷକୁ ଯାଇହେବ

Next Post

ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ

Next Post
ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ କାହିଁକି ବାରମ୍ବାର ଜିତୁଛନ୍ତି ତାର ରହସ୍ୟ କହିଲେ ପାଣ୍ଡିଆନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA