Saturday, June 27, 2026 02:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ପ୍ରତାପ ପାଣି ବି ସାମିଲ

by Our Correspondent
29 Jan, 2024- 06:52 PM
in Latest News, News, Politics
1 min read
0
ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

ଭୁବନେଶ୍ୱର: ପ୍ରସିଦ୍ଧ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ବାପି ପଣ୍ଡା ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଦୁଇଜଣଙ୍କ ସହ ଶତାଧିକ ଯାତ୍ରା କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସ ବେହେରା ପ୍ରମୁଖ ।

ସେହିଭଳି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ବାଙ୍ଗାଲୋର ଓଡ଼ିଆ ସମାଜର ପ୍ରତିଷ୍ଠାତା ସଦସ୍ୟ ଡାକ୍ତର ପ୍ରତାପ କୁମାର ପାଣି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କ ସହ ବାଙ୍ଗାଲୋର ଓଡ଼ିଆ ସମାଜର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନିହାର ରଞ୍ଜନ ସାମନ୍ତରାୟ ମଧ୍ୟ ବିଜେଡିରେ ମିଶିଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦଳର ସାଧାରଣ ସମ୍ପାଦକ ତଥା ସାଂସଦ ମାନସ ମଙ୍ଗରାଜ, ସାଂସଦ ଅମର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ବରିଷ୍ଠ ନେତାମାନେ ସମସ୍ତଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏମାନଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ସେମାନେ କହିଥିଲେ ।

ଏହି ଅବସରରେ ଦୈତାରୀ ପଣ୍ଡା, ବାପି ପଣ୍ଡା ପ୍ରମୁଖ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ମିଶିଲୁ । ରାଜ୍ୟରେ କଳାକାରମାନଙ୍କ ବିକାଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ବିଜେଡିକୁ ଅଧିକରୁ ଅଧିକ ମଜବୁତ କରିବାକୁ ଆମେ କାର୍ଯ୍ୟ କରିବୁ ବୋଲି ସେମାନେ ପ୍ରତିଶ୍ରୁତି ଦେବା ସହ ଦଳରେ ସେମାନଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ସେହିଭଳି ଡାକ୍ତର ପ୍ରତାପ କୁମାର ପାଣି ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇଥିବା କହିଥିଲେ । ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଶ୍ରେଷ୍ଠ ଯୋଜନା । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ କରିଥିବା ଏହି ଯୋଜନା ଦେଶରେ ଚାଲୁଥିବା ଅନ୍ୟ ସ୍ୱାସ୍ଥ୍ୟ କଲ୍ୟାଣକାରୀ ଯୋଜନାଠାରୁ ବହୁ ଉଚ୍ଚରେ । ବର୍ତ୍ତମାନ ଚାଲିଥିବା କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ର ରୂପାନ୍ତରଣ କାର୍ଯ୍ୟ ଅତ୍ୟନ୍ତ ପ୍ରଂଶସନୀୟ ଏବଂ ଆଗାମୀ ଦିନରେ ଦେଶର ଏହା ଶ୍ରେଷ୍ଠ ମେଡ଼ିକାଲ ହେବ ବୋଲି ସେ ଆଶା କରିଥିଲେ ।

ସୂଚନାଥାଉକି, ଡାକ୍ତର ପାଣି କଟକ ଏସସିବି ମେଡିକାଲ୍ କଲେଜ ଛାତ୍ରସଂସଦର ସଭାପତି ଥିଲେ ।

 

 

 

 

Previous Post

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

Next Post

ମୋଦୀ, ନବୀନଙ୍କୁ ନିଶାନା କଲେ ଖଡ଼ଗେ

Next Post
ମୋଦୀ, ନବୀନଙ୍କୁ ନିଶାନା କଲେ ଖଡ଼ଗେ

ମୋଦୀ, ନବୀନଙ୍କୁ ନିଶାନା କଲେ ଖଡ଼ଗେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA