Saturday, June 27, 2026 02:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଅମର, ପ୍ରଶାନ୍ତ, ଅଶ୍ୱିନୀଙ୍କ କାର୍ଯ୍ୟକାଳ ସରୁଛି

by Our Correspondent
29 Jan, 2024- 03:20 PM
in Latest News, News
1 min read
0
ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଭୁୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ ଆସନ ସମେତ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ୧୬ ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଓଡ଼ିଶାରୁ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ୍ ୩ ରେ ସରୁଛି । ସେହିଭଳି ଆନ୍ଧ୍ରରୁ ୩, ବିହାରରୁ ୬, ଛତିଶଗଡ଼ରୁ ୧, ଗୁଜୁରାଟରୁ ୪, ହରିଆନାରୁ ୧, ହିମାଚଳ ପ୍ରଦେଶରୁ ୧, କର୍ଣ୍ଣାଟକରୁ ୪, ମଧ୍ୟପ୍ରଦେଶରୁ ୫, ମହାରାଷ୍ଟ୍ରରୁ ୬, ତେଲେଙ୍ଗାନାରୁ ୩, ଉତ୍ତର ପ୍ରଦେଶରୁ ୧୦, ଉତ୍ତରାଖଣ୍ଡରୁ ୧, ପଶ୍ଚିମବଙ୍ଗରୁ ୫ ଏବଂ ରାଜସ୍ଥାନରୁ ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ଓଡ଼ିଶାରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଯାଇଥିଲେ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିଲା । ମାତ୍ର ସଂଖ୍ୟା ଦୃଷ୍ଟିରୁ ତିନୋଟି ଯାକ ଆସନ ବିଜେଡିର । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ଅଶ୍ୱିନୀ ବୈଷ୍ଣବଙ୍କ ଜାଗାରେ ବିଜେପି ଯଦି ବି ଆଉ କାହାରିକୁ ପ୍ରାର୍ଥୀ କରେ ତେବେ ବିଜେଡି ତାଙ୍କୁ ସମର୍ଥନ ଦେବା ସମ୍ଭବପର ନୁହେଁ । ସୁତରାଂ ଖାଲି ହେଉଥିବା ତିନୋଟି ଯାକ ଆସନରୁ ବିଜେଡି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ରାଜ୍ୟସଭା ମୁକୁଟ ବାନ୍ଧିବେ ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଆଶାୟୀଙ୍କ ତାଲିକାରେ ୧୦ ରୁ ୧୫ ନେତାଙ୍କ ନାଁ ଥିବା କୁହାଯାଉଛି । ତେବେ ଏ ନେଇ କୌଣସି ସ୍ପଷ୍ଟତା ଆସିନାହିଁ ।

Previous Post

ପାଟଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ୫ ହଜାର ମହିଳା

Next Post

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

Next Post
ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା, ବାପି ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA