ଭୁବନେଶ୍ୱର: ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିଥିବା ରାହୁଲ ଗାନ୍ଧୀ ଗତକାଲି ପ୍ରଥମ ଦିନରେ ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ପାଟି ଖୋଲି ନ ଥିଲେ । କେବଳ ମୋଦୀ ସରକାରଙ୍କୁ ଟାର୍ଗେଟ୍ ରେ ଭାଷଣ ସୀମିତ ରଖିଥିଲେ । ମାତ୍ର ଆଜି ଯାତ୍ରାର ଦ୍ୱିତୀୟ ଦିନରେ ସେ ରାଜ୍ୟର ନବୀନ ସରକାର ଏବଂ କେନ୍ଦ୍ରର ମୋଦୀ ସରକାରଙ୍କର ବିରୋଧରେ ପ୍ରବଳ ବର୍ଷିଛନ୍ତି । ଉଭୟ ଦଳର ଭାଗିଦାରୀରେ ଏଠି ସରକାର ଚାଲିଥିବା ରାହୁଲ କଡ଼ା ଆକ୍ଷେପ କରିଛନ୍ତି ।







